କୋକିଳ କଣ୍ଠି Lata Mangeshkar ଙ୍କ Lifestyle ଓ Biography, ଦେଖନ୍ତୁ ମୃତ୍ୟୁ ପରେ ଛାଡି ଯାଇଛନ୍ତି କେତେ ସମ୍ପତ୍ତି ?

ନିଜ କୋକିଳ କଣ୍ଠମାଧ୍ୟମରେ ଭାରତ ସମେତ ପୁରା ଦୁନିଆରେ ନିଜ ପରିଚୟ ସୃଷ୍ଟି କରିଛନ୍ତି ଗାୟିକା ଲତା ମଙ୍ଗେସକରଙ୍କ । ଗତ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲତାଙ୍କର ଆଜି ଦେହାନ୍ତ ହୋଇଛି । ତାଙ୍କ ଟ୍ୟାଲେଣ୍ଟ ଯୋଗୁଁ ତାଙ୍କୁ କୁଇନ ଅଫ ମେଲୋଡି, ଭଏସ ଅଫ ନେସନ ଓ ଭଏସ ଅଫ ଦି ମିଲେନିୟମ ଭଳି ଅନେକ ନାମରେ ସମ୍ବୋଧନ କରାଯାଏ । ଆଜି ଆମେ ଆପଣଙ୍କୁ ଲତା ମଙ୍ଗେସକରଙ୍କ ଜୀବନଶୈଳୀ ତଥା କାହାଣୀ ବିଷୟରେ କହିବାକୁ ଯାଉଛୁ ।

୨୮ ସେପ୍ଟେମ୍ବର ୧୯୨୯ ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଲତା ମଙ୍ଗେସକରଙ୍କ ଜନ୍ମ ହୋଇଥିଲା । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ପ୍ରସିଦ୍ଧ ମରାଠୀ ଗାୟକ ଏବଂ ଥିଏଟର ଆକ୍ଟର ଥିଲେ । ଲତାଙ୍କ ନାମ ଆରମ୍ଭରେ ହେମା ରଖା ଯାଇଥିଲା, କିନ୍ତୁ ପରେ ତାଙ୍କ ବାପା ନିଜ ପ୍ଲେର ନାମ ଲତିକା ଅନୁସାରେ ତାଙ୍କ ନାମ ଲତା ରଖିଥିଲେ । ଲତା ୫ ବର୍ଷର ହୋଇଥିବା ବେଳେ ତାଙ୍କ ବାପାଙ୍କ ଏକ ମ୍ୟୁଜିକାଲ ନାଟକ ପାଇଁ କାମ କରିବା ଆରମ୍ଭ କରିଥିଲେ ।

ଛୋଟବେଳୁ ସଙ୍ଗୀତ ପରିବେଶରେ ବଡ ହୋଇଥିବାରୁ ସେ ସଙ୍ଗୀତ ପ୍ରତି ଖୁବ ଆକୃଷ୍ଟ ହୋଇଥିଲେ । ଆଉ ଏଥିପାଇଁ ସ୍କୁଲ ମଧ୍ୟ ଯାଇ ନଥିଲେ । ଛୋଟ ବେଳୁ ତାଙ୍କ ସଙ୍ଗୀତ କଳା ଏବଂ ସଙ୍ଗୀତ ପ୍ରତି ପ୍ରେମ ଦେଖି ତାଙ୍କ ବାପା ତାଙ୍କୁ ଟ୍ରେନିଂ ଦେବା ଆରମ୍ଭ କରି ଦେଇଥିଲେ । କିନ୍ତୁ ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ଟନ ବାପାଙ୍କ ଦେହାନ୍ତ ହୋଇଯିବାରୁ ପରିବାର ଭାର ତାଙ୍କ କାନ୍ଧରେ ପଡିଥିଲା ।

କିନ୍ତୁ ଏହି ସମୟରେ ତାଙ୍କ ସଙ୍ଗୀତ ଗୁରୁ ମିଷ୍ଟର ବିନାୟକ ତାଙ୍କୁ ସଙ୍ଗୀତ କ୍ଯାରିୟର ଆରମ୍ଭ କରିବାରେ ଖୁବ ସାହାଯ୍ୟ କରିଥିଲେ । କ୍ଯାରିୟର ଆରମ୍ଭରୁ ଅନେକ ସ୍ଥାନରୁ ପ୍ରତ୍ୟାଖ୍ୟାନର ସମୁଖୀନ ହୋଇଥିଲେ ମଧ୍ୟ ସେ ସଙ୍ଗୀତ ଅଭ୍ଯାସ ଛାଡି ନଥିଲେ ଓ ମୁମ୍ବାଇ ଆସି ଉସ୍ତାଦ ଅମନ ଅଲ୍ଲୀ ଖାନଙ୍କ ଠାରୁ ସଙ୍ଗୀତ ଶିଖିଥିଲେ । ତାଙ୍କ ମୃତ୍ୟୁ ପରେ ଗୁଲାମ ହାଇଦର ତାଙ୍କ ମେଣ୍ଟର ହୋଇଥିଲେ । ୧୯୪୮ରେ ତାଙ୍କର ପ୍ରଥମ ହିଟ ଗୀତ ଆସିବା ପରେ ଲତା ଆଉ କେବେ ପଛକୁ ଫେରି ଚାହିଁ ନଥିଲେ ।

ଗତ ୮ ଦଶନ୍ଧି ଧରି ଲତା ଅନେକ ବଡ ବଡ ମ୍ୟୁଜିକ ଡାଇରେକ୍ଟରଙ୍କ ସହ କାମ କରିଥିଲେ । ନିଜ କଣ୍ଠ ସ୍ଵରରେ ଲତା ଦେଶର ଅଗଣିତ ଜନତାଙ୍କ ମନରେ ଜାଗା ବନାଇ ପାରିଛନ୍ତି । ସଫଳତାର ଶୀର୍ଷରେ ଥିବା ବେଳେ ୧୯୬୨ ମସିହାରେ ଯେତେବେଳେ ତାଙ୍କ ଦେହ ଖରାପ ହେଲା ସେତେବେଳେ ଜଣା ପଡିଥିଲା କି ଲତାଙ୍କୁ ଅଳ୍ପ ଅଳ୍ପ କରି ବିଷ ଦିଆଯାଉଛି ।

ପରେ ତଦନ୍ତରୁ ଜଣା ପଡିଥିଲା କି ତାଙ୍କ କୁକ୍ ହିଁ ତାଙ୍କୁ ବିଷ ଦେଉଥିଲା । କିନ୍ତୁ ସେ ଫେରାର ହୋଇ ଯାଇଥିଲା । ପରେ କିଛିଦିନ ବିଶ୍ରାମ କରିବା ପରେ ଲତା ସୁସ୍ଥ ହୋଇ ଯାଇଥିଲେ । ଲତାଙ୍କୁ ତାଙ୍କ ସଙ୍ଗୀତ ଅବଦାନ ପାଇଁ ପଦ୍ମଭୂଷଣ, ଦାଦାସାହେବ ଫାଲକେ ଆୱାର୍ଡ, ରାଜୀବ ଗାନ୍ଧୀ ଆୱାର୍ଡ ଓ ଭାରତ ରତ୍ନ ପରି ସମ୍ମାନ ମଧ୍ୟ ମିଳିଛି । ବନ୍ଧୁଗଣ ଲତା ମଙ୍ଗେସ୍କରଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ମିଡିଆ ରିପୋର୍ଟସ ଅନୁସାରେ ଲତା ମଙ୍ଗେସ୍କରଙ୍କ ପାଖରେ ୪୦୦ କୋଟି ଟଙ୍କାର ସମ୍ପତ୍ତି ଅଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।