Sumit ଚାହିଁଥିଲେ ଏରୁଣ୍ଡି ଡେଇଁ ନଥାନ୍ତେ Tapaswini, ବହୁଚର୍ଚ୍ଚିତ ପାରିବାରିକ ବିବାଦ ମାମଲାରେ କିଛି ଏମିତି କହିଲେ ଏହି ସମାଜସେବୀ, ଦେଖନ୍ତୁ video

ଦୀର୍ଘ ଦୁଇ ମାସ ଧରି ବ୍ରହ୍ମପୁରର ସୁମିତ ଏବଂ ତପସ୍ଵିନୀଙ୍କ ପାରିବାରିକ ବିବାଦ ଚର୍ଚ୍ଚାରେ ରହି ଆସିଛି । ଇତିମଧ୍ୟରେ ସେମାନଙ୍କ ଏହି ବିବାଦରେ ଅନେକ ଟ୍ଵିଷ୍ଟ ମଧ୍ୟ ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ଅନେକ ସମାଜସେବୀ ଏବଂ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଆସିଥିବା ବେଳେ ଆଉ ଜଣେ ସମାଜସେବୀ ମିନତୀ ରଥ ଏହି ମାମଲାରେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ ସୁମିତ ଏବଂ ତପସ୍ଵିନୀଙ୍କ ମାମଲାକୁ ସ୍ପର୍ଶକାତର ବୋଲି କହିବା ସହ କୋର୍ଟ କଚେରୀକୁ ଯାଇ ଏହା ଆହୁରି ଜଟିଳ ହୋଇଗଲାଣି ବୋଲି କହିଛନ୍ତି ।

ସୁମିତ ଯଦି ଚାହିଁଥାନ୍ତେ ତେବେ ଏହି ଘଟଣା ଘର ଭିତରେ ହିଁ ସମାଧାନ ହୋଇ ପାରିଥାନ୍ତା । ଗୋଟିଏ ସ୍ତ୍ରୀ ଯେବେ ଶାଶୁଘରେ ରୁହେ ତେବେ ସେଠାରେ ନିଶ୍ଚିତ ଭାବେ ଗଣ୍ଡଗୋଳ ହୋଇଥାଏ । କାରଣ ଝିଅଟିଏ ନିଜର ଦୀଘ ୨୫ ବର୍ଷର ଚଳଣି, ପରିବେଶ ଛାଡି ଆଉ ଗୋଟିଏ ନୂଆ ଘରକୁ ନୂଆ ସଂସ୍କାର ନେଇ ଆସେ । ଏହାପରେ ସେହି ଘରେ ପୁଣି ଥରେ ନିଜକୁ ଆଡଜଷ୍ଟ କରିବା ପାଇଁ ଝିଅଟିକୁ ଅନେକ ସମୟ ଲାଗେ ।

ଏହି ସମୟ ମଧ୍ୟରେ ଶାଶୁ, ଶ୍ଵଶୁର ଓ ସ୍ଵାମୀଙ୍କ କାର୍ଯ୍ୟ ହେଉଛି ବୋହୂକୁ ଝିଅ ଭଳି ବ୍ୟବହାର ଦେଖାଇବା । ଯାହାକି ସୁମିତଙ୍କ ବାପାମାଙ୍କ ଦାୟିତ୍ଵ ଥିଲା । ତପସ୍ଵିନୀ ମଧ୍ୟ ଘରେ ରହି ଶାଶୁ ଶ୍ଵଶୁରଙ୍କ ସହ ଆଡ଼ିଜଷ୍ଟ କରି ଶିଖିବା ଉଚିତ ଥିଲା । ଏହା ମଧ୍ୟରେ ସୁମିତଙ୍କ ସବୁଠୁ ବଡ ଭୂମିକା ଥିଲା । କିନ୍ତୁ ସୁମିତ ଏହି ସମୟ ମଧ୍ୟରେ ଚୁପ୍ ରହିଲେ ଯାହାକି ସେମାନଙ୍କ ସମ୍ପର୍କରେ ଅଧିକ ଫାଟ ସୃଷ୍ଟି କରିଲା ।

ଯଦି ସୁମିତ ଚେଷ୍ଟା କରିଥାନ୍ତେ ତେବେ ଏହି ମାମଲା ସେମାନଙ୍କ ମଧ୍ୟରେ ହିଁ ସମାଧାନ ହୋଇଯାଇ ପାରିଥାନ୍ତା । କିନ୍ତୁ ସୁମିତ ଚୁପ ରହିବା ଯୋଗୁଁ ଓ ସ୍ଵାମୀ ଭାବେ କିଛି ପ୍ରଚେଷ୍ଟା ନକରିବା ହେତୁ ହିଁ ଏହି ମାମଲା ଆଗକୁ ବଢିଥିଲା । ଏସଡ଼ିଜେଏମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯଦି ସୁମିତ ତପସ୍ଵିନୀଙ୍କ ସହ ରହିଥାନ୍ତେ ଓ କିଛି ସମୟ ତାଙ୍କ ସହ ବିତାଇବାକୁ ଚାହିଁଥାନ୍ତେ ତେବେ ଏହି ମାମଲା ଏହିଭଳି କୋର୍ଟ କଚେରୀରେ ଛନ୍ଦି ହୋଇ ଯାଇ ନଥାନ୍ତା ।

ଏହାସହ ସମାଜସେବୀ ଆହୁରି ମଧ୍ୟ କହିଛନ୍ତି କି ଏବେବି ଯଦି ସୁମିତ ଏହିସବୁ ନିଜ ଭିତରେ ବୁଝାମଣା କରି ତୁଟାଇବାକୁ ଚେଷ୍ଟା କରିବେ ଆହୁରି ଭଲ ହେବ । ନଚେତ ଏହା ଆମ ସମାଜ ପାଇଁ ଏକ ଖରାପ ଉଦାହରଣ ସୃଷ୍ଟି କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।