ମଉକା ଦେଖି ଚଉକା ମାରିବେ Varsha Priyadarshini ! ଦେଖନ୍ତୁ କାହିଁକି ଏବେ ପୁଣି ଚର୍ଚ୍ଚାରେ ବର୍ଷା

ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାହୁ । ଓଡିଆ ଫିଲ୍ମ ଜଗତର ଜଣେ ଖୁବ ଜନାଦୁନ ନାମ ଅଟନ୍ତି । ଆଜିକାଲି ଫିଲ୍ମ ଅପେକ୍ଷା ବର୍ଷା ପ୍ରିୟଦର୍ଶିନୀଙ୍କୁ ଅଧିକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କେତେବେଳେ ଜଟିଳ କ୍ୟାପସନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି ତ ଆଉ କେତେବେଳେ ଭଲ କାମ କରି ଚର୍ଚ୍ଚାରେ ରହୁଛନ୍ତି ଓ ଖୁବ ପ୍ରଶଂସା ସାଉଁଟୁଛନ୍ତି । ନିଜ ଫିଲ୍ମ କ୍ଯାରିୟର ଠାରୁ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବର୍ଷା ।

ପାରିବାରିକ ବିବାଦରେ ଛନ୍ଦି ହୋଇ ପଡିଥିବା ବର୍ଷା ପ୍ରିୟଦର୍ଶିନୀ ରାଜନୀତିରେ ପାଦ ଥାପିବେ ବୋଲି ଅନେକ ଦିନରୁ ଚର୍ଚ୍ଚା ହୋଇ ଆସୁଛି । ଆଉ ଏହିସବୁ ଚର୍ଚ୍ଚା ମଧ୍ୟରେ ତାଙ୍କର ଜନସେବା ବାସ୍ତବରେ ପରିଣତ ହୋଇପାରେ ବୋଲି ଅନୁମାନ ମଧ୍ୟ କରାଯାଉଛି । ବର୍ଷାଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ଉପରେ ଟିକେ ନଜର ପକାନ୍ତୁ । ମାସିକ ଋତୁସ୍ରାବର ସ୍ବଚ୍ଛତା ବଜାୟ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ ସେନେଇ ସେ ସଚେତନତା ସୃଷ୍ଟି କରୁଛନ୍ତି ।

ସେ ନିଜର ଏହି ପୋଷ୍ଟରେ ଲେଖିଛନ୍ତି କି, “ଆଜି କଟକ ସ୍ଥିତ ସିଡିଏ ଅଞ୍ଚଳରେ ରହୁଥିବା ଆର୍ଥିକ ଭାବେ ଅସ୍ବଚ୍ଛଳ କିଛି ମହିଳାଙ୍କୁ ସାନିତାରୀ ନାପକିନ ବଣ୍ଟନ କରାଗଲା । ମାସିକ ଋତୁସ୍ରାବର ସ୍ବଚ୍ଛତା ବଜାର ରଖିବା କେତେ ଗୁରୁତ୍ୱପୂର୍ଣ୍ଣ ଏହି ବିଷୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟୟମ କରିଥିବାରୁ ମୁଁ ସମ୍ମାନିତା ପାଖରେ କୃତଜ୍ଞତା ଜଣାଉଛି । ଆଜିର ଏହି କାର୍ଯ୍ୟକ୍ରମଏ ଶ୍ରୀଯୁକ୍ତ ସୁନୀଲ ମୁରାରକା ସମର୍ଥନ କରିଥିବାରୁ ମୁଁ ତାଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି ।”

ଏହି କାର୍ଯ୍ୟକ୍ରମରେ ବର୍ଷା କିଛି ଗରିବ ମହିଳାଙ୍କୁ ସାନିତାରୀ ନାପକିନ ପ୍ରଦାନ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏମିତି କୁହାଯାଉଛି କି ରାଜନୀତିରେ ପାଦ ଥାପିବା ପୂର୍ବରୁ ଜନସେବାରେ ନିଜକୁ ନିଯୋଜିତ କରୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଜଣେ ସାଧାରଣ ଲୋକ ବି ଜନତାଙ୍କ ସେବା କରିପାରିବ ଏଥିରେ କୌଣସି ଦ୍ଵନ୍ଦ ନାହିଁ । ହେଲେ ରାଜନୀତିକୁ ଆସିଲେ ଲୋକଙ୍କ ସେବା କରିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ମିଳିଯାଇ ପରେ ବୋଲି ଚର୍ଚ୍ଚା କରୁଛନ୍ତି ଲୋକେ ।

ତେବେ ଆଗକୁ ରାଜନୀତିରେ ପାଦ ଦେବେ କି ନାହିଁ ଏନେଇ ବର୍ଷାଙ୍କ ଠାରୁ କୌଣସି ସ୍ପଷ୍ଟ ମନ୍ତବ୍ୟ ଶୁଣିବାକୁ ମିଳିନାହିଁ । କିନ୍ତୁ ଅନେକ ସମୟରେ ବର୍ଷା ଏହିଭଳି ଜନ ହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବାର ଦେଖିବାକୁ ମିଳେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।