କେବେ କୃଷ୍ଣ ଭଗବାନଙ୍କ କ୍ୟାରେକ୍ଟର କରି ହୋଇଥିଲେ ପପୁଲାର, ହେଲେ ଆଜି…

ଟିଭି ସିରିୟଲର ଦୁନିଆ ଏକ ଖାସ ଦୁନିଆ ଅଟେ ଓ ଏହା ଲୋକମାନଙ୍କର ହୃଦୟର ସବୁଠୁ ନିକଟତ୍ତର ଅଟେ । ଏହି ଅଧାରରେ ଆଜି ଆମେ ଆପଣଙ୍କୁ ସିରିୟଲ ‘ମହାଭାରତ’ ର ଶ୍ରୀକୃଷ୍ଣଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ସିରିୟଲରେ ଶ୍ରୀକୃଷ୍ଣଙ୍କର ରୋଲ ନୀତୀଶ ଭାରଦ୍ୱାଜ କରିଥିଲେ । ତାଙ୍କର ଏହି ରୋଲ ଏତେ ଦମଦାର ଥିଲା କି ତାଙ୍କୁ ଲୋକମାନେ ଘରେ ଘରେ ଭଗବାନ ରୂପରେ ବି ପୂଜା କରୁଥିଲେ ।

ସେ ଏହି ସିରିୟଲରୁ ବହୁତ ଲୋକପ୍ରିୟ ହୋଇଯାଇଥିଲେ । କିନ୍ତୁ ମହାଭାରତ ସିରିୟଲ ଶେଷ ହେବା ପରେ ନୀତୀଶ ଭାରଦ୍ୱାଜ ବି ପରଦାରୁ ଗାୟବ ହୋଇଗଲେ । ନୀତୀଶ ଭାରଦ୍ୱାଜ ଏହା ପରେ କୌଣସି ଶୋ ରେ ନଜର ଆସିଲେ ନାହିଁ । ଏହା ପରେ ୧୯୯୬ ବିଜେପି ତାଙ୍କୁ ନିଜ ପାର୍ଟିରେ ଜଏନ କରିବା ପାଇଁ ଆମନ୍ତ୍ରଣ କରିଲା ଓ ସେ ବିଜେପିରେ ମିଶି ଗଲେ ।

ବିଜେପି ପାର୍ଟିରୁ ତାଙ୍କୁ ଜମଶେଦପୁର ପାଇଁ ଟିକେଟ ମିଳିଲା ଓ ମହାଭାରତ କାରଣରୁ ତାଙ୍କର ଲୋକପ୍ରିୟତା ଏତେ ଅଧିକ ଥିଲା କି ଦେଖୁ ଦେଖୁ ସେ ନିର୍ବାଚନ ବି ଜିତି ଗଲେ । କିଛି ସମୟ ପର୍ଯ୍ୟନ୍ତ ରାଜନୀତିରେ ରହି ଲୋକମାନଙ୍କର ସେବା କରିଲେ । କିନ୍ତୁ ପୁଣି ତାଙ୍କୁ ଲାଗିଲା କି ସେ ଏହି ସବୁ କିଛି କରି ପାରିବେ ନାହିଁ ତେବେ ସେ ରାଜନୀତିକୁ ଛାଡି ଦେଇ ପୁଣି ଥରେ ଅଭିନୟ ଦୁନିଆକୁ ଫେରିଗଲେ । କିନ୍ତୁ ଏଥର ତାଙ୍କୁ ଗତ ରୋଲ ଭଳି ସଫଳତା ତ ମିଳିଲା ନାହିଁ କିନ୍ତୁ କାମ ଚଳି ଯାଉଥିଲା ।

କିନ୍ତୁ ବର୍ତ୍ତମାନ ସେ ପାଖାପାଖି ଏକ ଦଶକ ହେବ ପରଦାରୁ ଗାୟବ ଅଛନ୍ତି । ସେ ‘ମୋହନଜୋଦାରୋ’ ଭଳି ଫିଲ୍ମରେ କିଛି ସପୋର୍ଟିବ ରୋଲ୍ସ କରୁଥିବାର ନଜର ଆସିଥିଲେ । ଗାୟବ ହେବା ପଛର କାରଣ ତ କେହି ଜାଣି ନାହାନ୍ତି କିନ୍ତୁ କୁହାଯାଏ କି ସେ ବର୍ତ୍ତମାନ କେବଳ ନିଜର ପରିବାର ଓ ନିଜ ଜୀବନକୁ ଅଧିକ ସମୟ ଦେଉଛନ୍ତି । କହିବାକୁ ଗଲେ କେଉଁଠି ନା କେଉଁଠି ଏହା ବି ବହୁତ ଜରୁରୀ ଅଟେ ।