ଜଣେ Olympic ରେ ମେଡାଲ ଜିତି ହେଇଗଲେ ଲୋକପ୍ରିୟ ତ ଅନ୍ୟ ଜଣେ ଦେଶର ରକ୍ଷା କରିବା ପାଇଁ ନେଇଛନ୍ତି ସଂକଳ୍ପ, ଏହି ଦୁଇ ଭଉଣୀ ଙ୍କ କାହାଣୀ ଶୁଣିଲେ ଆପଣ ବି ଦେବେ ସାବାସି

ପ୍ରତିଭା କେଉଁ ପରିସ୍ଥିତିର ମୋହତାଜ ନୁହେଁ କି ଏହା କୌଣସି ଜାତି କିମ୍ବା ଲିଙ୍ଗା ଦେଖିକରି ଆସେ ନାହିଁ । ବର୍ତ୍ତମାନ ଟୋକିଓ ଅଲମ୍ପିକରେ ମେଡାଲ ଆଣୁଥିବା ଖେଳାଳି ମାନଙ୍କ ଉପରେ ଏବେ ସାରା ଦେଶର ନଜର । ଏପରି ସମୟରେ ରାଜସ୍ଥାନର ଜଣେ ଝିଅ ଏବେ ଚର୍ଚ୍ଚାର ବିଷୟ ହୋଇଛନ୍ତି ।

ସେ ଅଲମ୍ପିକରେ ବକ୍ସିଙ୍ଗରେ ଦେଶ ପାଇଁ ମେଡାଲ ଜିତିଥିବା ବେଳେ ତାଙ୍କର ଆଉ ଜଣେ ଭଉଣୀ ଏବେ CISF ରେ ଦେଶର ସୁରକ୍ଷାରେ ନିୟୋଜିତ ଅଛନ୍ତି । ଟୋକିଓ ଅଲମ୍ପିକରେ ମେଡାଲ ଜିତିଥିବା ଲଭଲୀନାଙ୍କ ଭଉଣୀ ଯୋଧପୁରରେ ନିୟୋଜିତ ଅଛନ୍ତି ଓ ନିଜ ଭଉଣୀଙ୍କ ମେଡାଲ ଜିତିବାକୁ ନେଇ ଖୁସି ମନାଉଛନ୍ତି । ଟୋକିଓରେ ଚାଲିଥିବା ଅଲମ୍ପିକରେ ଭାରତୀୟ ବକ୍ସର ଲଭଲୀନା ବ୍ରୋଞ୍ଜ ପଦକ ପକ୍କା କରି ସାରିଛନ୍ତି । ଯାହା ପାଇଁ ସାରା ଦେଶ ଖୁସି ହେବା ସହ ଯୋଧପୁରରେ ମଧ୍ୟ ଉତ୍ସବ ମନାଉଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ କି, ଲଭଲୀନାଙ୍କ ଭଉଣୀ ଯୋଧପୁର ଏୟାରପୋର୍ଟରେ CISF ରେ ନିୟୋଜିତ ଅଛନ୍ତି। ଏୟାରପୋର୍ଟର ଅଧିକାରୀ ମାନଙ୍କ ଠାରୁ ନେଇ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଲୀମାଙ୍କୁ ତାଙ୍କ ଭଉଣୀଙ୍କ ମେଡାଲ ଜିତିବାକୁ ନେଇ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି । ଲୀମା ନିଜ ଭଉଣୀଙ୍କ ଜିତିବାକୁ ନେଇ ଖୁବ ଖୁସି ହେଉଛନ୍ତି । ସେ କହିଛନ୍ତି କି, ଲାଭଲୀନା ମେଡାଲ ଜିତିବାରେ ତାଙ୍କୁ ଗର୍ବ ଅନୁଭବ ହେଉଛି । ଏହା ସହ ସେ କହିଛନ୍ତି କି, ଲାଭଲୀନା ତାଙ୍କ ପରିଶ୍ରମ ଓ ଦୃଢ ମନୋବଳ ସକାଶେ ଏହି ମେଡାଲ ହାସଲ କରିଛନ୍ତି ।

ଲୀମା ତାଙ୍କ ଭଉଣୀଙ୍କ ମେଡାଲ ଜିତିବାର ଶ୍ରେୟା ତାଙ୍କ ମା ଙ୍କୁ ଦେଇଛନ୍ତି । ସେ କହିଛନ୍ତି କି, ତାଙ୍କ ମା ଦୁଇ ଝିଅଙ୍କୁ ଆରମ୍ଭରୁ ହିଁ ଖେଳକୁଦ ଏବଂ ପାଠପଢାରେ ଆଗକୁ ବଢିବା ପାଇଁ ଉତ୍ସାହିତ କରି ଆସିଛନ୍ତି । ଯୋଧପୁର ଏୟାରପୋର୍ଟରେ ଲଭଲୀନାଙ୍କ ପାଇଁ ସମସ୍ତେ ତାଙ୍କ ଭଉଣୀ ଲୀମାଙ୍କୁ ଶୁଭେଚ୍ଛା ଦେବା ସହ ସେ ଯେପରି ସ୍ଵର୍ଣ୍ଣ ପଦକ ମଧ୍ୟ ହାସଲ କରି ପାରିବେ ସେଥିପାଇଁ ମଙ୍ଗଳକାମନା ମଧ୍ୟ କରିଛନ୍ତି । ଲଭଲୀନାଙ୍କ ଘର ଆସାମର ଗୋଲାଘାଟ ଜିଲ୍ଲାରେ । ତିନି ଭଉଣୀଙ୍କ ମଧ୍ୟରୁ ଲଭଲୀନା ସବୁଠୁ ସାନ ।

ତାଙ୍କ ଦୁଇ ବଡ ଭଉଣୀ ଲୀଚା ଏବଂ ଲୀମା ଜାଆଁଳା ଅଟନ୍ତି । ସେମାନେ ମଧ୍ୟ କିକ ବକ୍ସିଙ୍ଗରେ ରାଷ୍ଟ୍ରୀୟ ସ୍ତରରେ ଭାଗ ନେଇଥିଲେ, କିନ୍ତୁ ଆର୍ଥିକ ଅଭାବ କାରଣରୁ ତାହା ଜାରି ରାଖୀ ପାରି ନ ଥିଲେ । ଲଭଲୀନା ମଧ୍ୟ କିକ ବକ୍ସିଙ୍ଗରେ ନିଜ କ୍ଯାରିଅର ଆରମ୍ଭ କରିଥିଲେ, କିନ୍ତୁ ପରେ ସେ ବକ୍ସିଙ୍ଗରେ ନିଜ କ୍ଯାରିଅର ବନେଇବାକୁ ଲାଗିଲେ । ଲଭଲୀନାଙ୍କ ପିତା ଜଣେ ଲଘୁ ସ୍ତରୀୟ ବ୍ୟାପାରୀ ଅଟନ୍ତି । ନିଜ ଝିଅର ଭବିଷ୍ୟତ ଉଜ୍ଜଳ କରିବା ପାଇଁ ସେ ଖୁବ କଡା ସଂଘର୍ଷ କରିଛନ୍ତି, ଯାହାର ପରିଣାମ ଏବେ ସାରା ଦୁନିଆ ଦେଖୁଛି ।

ଲଭଲୀନା ଗତ ବର୍ଷ କୋଭିଡରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ସେଥିପାଇଁ ୟୁରୋପରେ ତାଙ୍କ ଟ୍ରେନିଂ ତାଙ୍କୁ ମିସ କରିବାକୁ ପଡିଥିଲା । ତାଙ୍କ ମା ମଧ୍ୟ ଏକ ମାରାତ୍ମକ ରୋଗ ସହ ସଂଘର୍ଷ କରୁଥିଲେ । କିନ୍ତୁ ଲଭଲୀନା ଜଣେ ଜନ୍ମଜାତ ଯୋଦ୍ଧା ଅଟନ୍ତି ।

ତାଙ୍କ ବିଜୟ ଭାରତୀୟ ବକ୍ସିଙ୍ଗ ପାଇଁ ଏକ ବଡ ମାଇଲ ଖୁଣ୍ଟ ଅଟେ । ଲଭଲୀନାଙ୍କ ପାଖେ ଅନେକ ପ୍ରକାରର ସମସ୍ଯାମାନ ଥିଲା, ଯେଉଁଥିରୁ ବାହାରି ସେ ଏହି ସଫଳତା ହାସଲ କରିଛନ୍ତି । ଆମ ଦେଶର ଝିଅ ଲାଭଲୀନାଙ୍କ ବିଜୟରେ ଆପଣ କେତେ ଖୁସି ଆମକୁ ନିଶ୍ଚୟ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।