ବରକୁ ଯୌତୁକ ରେ ମିଳୁଥିଲା ୧୧ ଲକ୍ଷ ଟଙ୍କା, ହେଲେ ବର କହିଲା କିଛି ଏମିତି କି, ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ

ବିବାହ ଏକ ଏମିତି ଏକ ବନ୍ଧନ ଯାହା କେବଳ ଥରେ ହୁଏ ଯେଉଁଥିରେ ସ୍ଵାମୀ ସ୍ତ୍ରୀ ପରସ୍ପର ସାତ ଜନ୍ମ ପାଇଁ ଏକ ବନ୍ଧନରେ ବାନ୍ଧି ହୋଇକି ରୁହନ୍ତି ।। ଯେବେ ବାହାଘର ଠିକ ହୁଏ ତେବେ ଝିଅର ବାପା ଚିନ୍ତାରେ ପଡିଯାଏ। କିଛି ଲୋକ ବାହାଘର ବେଳେ ପଇସା ଲୁଟିବା ପାଇଁ ପ୍ରସ୍ତୁତ ଥାନ୍ତି। ଯୌତୁକ ପାଇଁ କିଛି ଘରେ ବୋହୁମାନଙ୍କୁ ଅ-ତ୍ୟା-ଚା-ର କରାଯାଏ ଓ ଏମିତିକି ସେମାନଙ୍କୁ ମା-ରି-ଦିଆଯାଏ। କିନ୍ତୁ କିଛି ଲୋକଙ୍କର ଚିନ୍ତାଧାରା ଅଲଗା ଥାଏ। କିଛି ଲୋକ ଯୌତକର ବିରୁଦ୍ଧରେ ଥାନ୍ତି ଝିଅ ଘର ଯୌତକ ଦେଲେ ମଧ୍ୟ ସେମାନେ ନେବାକୁ ମନା  କରନ୍ତି ।

ରାଜସ୍ଥାନରେ ଚାଲିଥିବା  ଏହି ବାହାଘରକୁ ଦେଖିକି କିଛି ବୁଝିବାକୁ ଚେଷ୍ଟା କରନ୍ତୁ ।  ଏଠାରେ ବରକୁ ମିଳିଥିବା ୧୧ଲକ୍ଷ ଟଙ୍କା ଫେରେଇଦେଲେ। ସେ କହିଲେ କି ଯଦି ମୋତେ ପାଠପଢା ସ୍ତ୍ରୀ  ମିଳିଛି ତେବେ ଏ ପଇସା ମୋର ଦରକାର ନାହି ।

ସେ କହିଲେ ମୁ ନିଜେ ରୋଜଗାର କରିପାରିବି ।ଏ କଥା ଶୁଣି ଝିଅ ବହୁତ ଖୁସି ହୋଇଗଲା। ବାହାଘରକୁ ଆସିଥିବା ସମସ୍ତ ବନ୍ଧୁବାନ୍ଧବ ସମସ୍ତଙ୍କୁ ଏମିତିକା ପରିବାର ମିଳିବ ଉଚିତ ବୋଲି  କହିଲେ । ରାଜସ୍ଥାନର ପାଳି ନାମକ ସ୍ଥାନରେ ଏହି ବାହାଘରଟି ହୋଇଥିଲା। ଜୟପୁର ଶିରସି ରୋଡରେ ରହୁଥିବା ନରେନ୍ଦ୍ର ସିଂହ ଶେଖବତଙ୍କ ପୁଅ ରଘୁବୀର ସିଂହ ଶେଖବତ ୧୫ ମାର୍ଚରେ  ବରଯାତ୍ରୀ ନେଇକି ଯାଇଥିଲେ।

ତାଙ୍କ ବାହାଘର ରଣବି ଗ୍ରାମରେ ବାସ କରୁଥିବା ଶିବପାଳ ସିଂହ ଚାପାବତଙ୍କ ଝିଅ ଦିବ୍ୟା କନ୍ଵର ସହ ସ୍ଥିର ହୋଇଥିଲା। ଏ ବାହାଘରରେ ବରକୁ ଟୀକା ରସମ ପାଇଁ ଝିଅର ବାପା ୧୧ଲକ୍ଷ ଟଙ୍କ ଦେଇଥିଲେ ମଧ୍ୟ ସେ ସମାଜରେ  ଥିବା ସମସ୍ତ ଲୋକଙ୍କ ଆଗରେ ସସମାନ ଫେରାଇ ଦେଇଥିଲେ।

ନରେନ୍ଦ୍ରଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ ବହୁତ ବୁଦ୍ଧିମାନ ଓ ପାଠ ମଧ ପଢିଛନ୍ତି । ତାଙ୍କ ସ୍ତ୍ରୀଙ୍କ ଠାରେ ମାନ ସମାନ ବଢେଇବାର ଗୁଣ ରହିଛି। ସେଥିପାଇଁ ତାଙ୍କୁ ଏ ପଇସାର କୌଣସି ଆବଶ୍ୟକତା ନାହି। ଦିବ୍ୟା କାନବର MA  କରିଛନ୍ତି ବର୍ତ୍ତମାନ ସେ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ନରେନ୍ଦ୍ର ସିଂହ ଶେଖବତ  ସୁରଟରେ କାମ କରୁଛନ୍ତି ।

ଆଶ୍ଚର୍ଯ୍ୟଜନକ କଥା ଏୟା ଯେ ଯେତେବେଳେ ନରେନ୍ଦ୍ର ସିଂହ ୧୧ଲକ୍ଷ ଟଙ୍କା ଫେରେଇଲେ ସେତେବେଳେ ତାଙ୍କ ବାପା ଏହାର ସମର୍ଥନ କରିଥିଲେ। ରଘୁବୀର ସିଂହ ତାଙ୍କ ପୁଅ ନରେନ୍ଦ୍ରଙ୍କ ଉପରେ ଏହି ନିଷ୍ପତି ପାଇଁ ଗର୍ବ କରିଥିଲେ। ଗାଁରେ ଏହି ଘଟଣାଟି ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଗାଁର ପ୍ରତ୍ୟକଟି ଲୋକ ଏହି ଘଟଣାର ପ୍ରଶଂସା କରୁଛନ୍ତି। ଏହି ଘଟଣାରୁ କୌଣସି ସନ୍ଦେହ ନାହିଁ  ଯେ ନରେନ୍ଦ୍ର ସିଂହ ୧୧ଲକ୍ଷ ଟଙ୍କା ଫେରେଇ ଦେଇ ଏକ ଗୌରବ ଆଣି ପାରିଛନ୍ତି ।

ଏଥି ପାଇଁ ଅନ୍ୟଲୋକ ମଧ୍ୟ ଯୌତୁକ ନ ନେବା ପାଇଁ ପ୍ରେରିତ ହେଉଛନ୍ତି। ଯଦି ଆପଣଙ୍କୁ ବରର ଏହି କାମଟି ପସନ୍ଦ ଆସିଥାଏ  ତେବେ ଅଧିକରୁ ଅଧିକ ଶେୟାର କରନ୍ତୁ। ଏହାଦ୍ବାରା ଅନ୍ୟମାନେ ମଧ୍ୟ ପ୍ରେରିତ ହେବେ ଓ ଯୌତୁକ ନେବା ପୂର୍ବରୁ  ୧୦ଥର ଚିନ୍ତା କରିବେ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ