ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲେ ଜାଣନ୍ତୁ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 20 ଟି ଅନୁଚିନ୍ତା

ଦାମ୍ପତ୍ୟ ଜୀବନରେ ରାଗ-ରୁଷା ଓ ମନୋମାଳିନ୍ୟ ସାଧାରଣ କଥା । କେବେ କେବେ ଏହା ପତି-ପତ୍ନୀ ମଧ୍ୟରେ ପ୍ରେମ ବୃଦ୍ଧି କରିଥାଏ । କିନ୍ତୁ ବାରମ୍ବାର ଏପରି ହେବା ଦ୍ଵାରା ଏହାର ପ୍ରଭାବ ପରିବାର ଉପରେ ମଧ୍ୟ ପଡିଥାଏ । ଯଦି ବିନା କାରଣରେ ଛୋଟ ଛୋଟ କଥାରେ ପତି-ପତ୍ନୀଙ୍କ ମଧ୍ୟରେ ଝ-ଗ-ଡା ହେଉଛି ଏବଂ ଘରେ ଅନ୍ୟ ସମସ୍ଯା ମଧ୍ୟ ଦେଖାଦେଉଛି ତେବେ ଏହା ବାସ୍ତୁଦୋଷ ଜନିତ ହୋଇପାରେ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ବତାଉଥିବା ଏହି ଉପାୟ କରି ଦେଖନ୍ତୁ, ନିଶ୍ଚୟ ଉପକୃତ ହେବେ ।

ଘରର ମୁଖ୍ୟ ଦ୍ଵାରରେ କଣ୍ଟା ଗଛ କିମ୍ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ । ମାଟି ସୁରେଇରେ ପାଣି ରଖି ତାକୁ ଘରର ଉତ୍ତର-ପୂର୍ବ କୋଣରେ ରଖିଲେ ବାସ୍ତୁ ସମସ୍ଯା ଦୂର ହୁଏ । ସାତୋଟି ଦ୍ଵିତୀୟ ଚନ୍ଦ୍ର ଦର୍ଶନ କଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ । ପୁରୁର୍ଷ ହୁଅନ୍ତୁ ବା ମହିଳା ବେକ କେବେ ଖାଲି ରଖନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ । ପ୍ରତିଦିନ ସକାଳେ ଦୁଇଟି ନିମପତ୍ର ଖାଇଲେ ମୁହଁର ଦାଗ ଲିଭିବା ସହ ତେଜ ବଢିଥାଏ । ସକାଳୁ ଉଠି ବସି ମୁହଁରେ ଏକ ଗ୍ଳାସ ପାଣି ପିଇଲେ ମଙ୍ଗଳ ହୋଇଥାଏ ।

ପିତୃ-ମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ କିମ୍ବା ଅନ୍ୟ ଘରେ ଭୋଜନ କରନ୍ତୁ ନାହିଁ । ଦିନ ସମୟରେ ଅଧିକାଂଶ ସମୟ ନୀରବ ରହିଲେ ମଙ୍ଗଲ ହୋଇଥାଏ । ଭୂମି ଉପରେ ଆସନ ପାରି ବାସିକରି ଖାଇଲେ ମଙ୍ଗଳ ହୋଇଥାଏ । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲେ ଦୁଇଟି ମୟୂର ପୁଚ୍ଛ ବିବାହ ଆଲବମରେ ରଖିଲେ ତାହା ଦୂର ହୋଇଥାଏ । ଗାଧୁଆ ଘରେ ଉଲଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ, କାରଣ ପିତୃପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି । କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିଲେ ଶୁଭ ହୋଇଥାଏ ।

ସନ୍ଧ୍ୟା ସମୟରେ ଖାଇବା, ଶୋଇବା କିମ୍ବା ପାଠ ପଢିବା ଉଚିତ ନୁହେଁ । ସକାଳୁ ଉଠିବା ପରେ ପ୍ରଥମେ ଠାକୁର ଦର୍ଶନ କରିବା ପରେ ନିଜ ମୁହଁ ଆଇନାରେ ଦେଖନ୍ତୁ । ପୋଡି ଯାଇଥିବା କିମ୍ବା ନିଆଁ ପଡି କଣା ହୋଇ ଯାଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ । ମାଙ୍କଡ ଘର ଭିତରେ ପଶିଲେ ଅର୍ଥହାନିର ସୂଚନା ମିଳେ, ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ । ଲୁଣକୁ କାଚପାତ୍ରରେ ରଖି ସେଥିରେ କିଛି ଲବଙ୍ଗ ପକାଇ ରଖିଲେ ଆର୍ଥିକ ସ୍ଥିତି ଭଲ ରୁହେ । ଗର୍ଭବତୀ ମହିଳା ମାନେ ଗୀତା ପାଠ କଲେ ବହୁତ ମଙ୍ଗଳ ହୋଇଥାଏ ।

ପୂଜାରେ ତମ୍ବା ବାସନ ବ୍ୟବହାର କରିବା ଉଚିତ ଓ ସୂର୍ଯ୍ୟ ପୂଜା ସମୟରେ ତମ୍ବା ମୁଦି ଟିଏ ପିନ୍ଧିବା ଉଚିତ । ସୂର୍ଯ୍ୟ ଅସ୍ତ ପରେ କ୍ଷୀର, ହଳଦୀ ଓ ଝାଡୁ କାହାରିକୁ ଦିଅନ୍ତୁ ନାହିଁ । ବାଡିରେ ମହୁଫେଣା ଥିଲେ କେବେ ଭାଙ୍ଗନ୍ତୁ ନାହିଁ, ଏହା ନାଏକ ଶୁଭ ଫଳ ଦେଇଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେଯାର କରନ୍ତୁ ଓ ଏହିଅପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।