Ayurvedic Health Tips: ରାତିରେ କେବଳ 2 ଟି ଗୁଜୁରାତି ଖାଇ ଗରମ ପାଣି ପିଇ ଦିଅନ୍ତୁ, ଏତେ ଫାଇଦା ଆପଣଙ୍କୁ ଏକ କୋଟି ଟଙ୍କା ଖର୍ଚ୍ଚ କଲେ ବି ମିଳିବନି

ଭାରତରେ ପ୍ରତ୍ଯେକଙ୍କ ରୋଷେଇ ଘରେ ଗୁଜୁରାତି ରହିଥାଏ । ଏହାକୁ ଗରମ ମସଲା ଭାବେ ଖାଦ୍ଯରେ, ଚାହାରେ ଏବଂ ମାଉଥ ଫ୍ରେଶନର ଭାବେ ମଧ୍ୟ ବ୍ୟବହାର କରାଯାଏ । ଏହା ଆମ ଖାଦ୍ଯରେ ସ୍ଵାଦ ବୃଦ୍ଧି କରିଥାଏ । କିନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆମ ଆୟୁର୍ବେଦିକ ଗ୍ରନ୍ଥ ଅନୁସାରେ ଏହି ଗୁଜୁରାତି ଅନେକ ରୋଗର ନିବାରଣ ଅଟେ । ତେବେ ଆଜି ଆମେ ଆପଣଙ୍କୁ ଏହି ଗୁଜୁରାତିର କେତୋଟି ଚମତ୍କାରୀ ଫାଇଦା ବିଷୟରେ କହିବୁ ।

ସକାଳୁ ଖାଲି ପେଟରେ ଗୋଟିଏ ଗୁଜୁରାତି ଖାଇ ଉଷୁମ ପାଣି ପିଇଲେ ଏହା ଆପଣଙ୍କ ହଜମ ସମସ୍ୟା ଦୂର କରିଦେବ । ଆୟର୍ବେଦ ଅନୁସାରେ କୋଷ୍ଠକାଠିନ୍ୟ ଯୋଗୁଁ ଆମକୁ ଅନେକ ପ୍ରକାର ଭୟଙ୍କର ରୋଗ ହୋଇଥାଏ । ତେଣୁ ପେଟ ପରିଷ୍କାର ରହିବା ଦ୍ଵାରା ଆପଣ ନିରୋଗୀ ରହିବେ । ସକାଳୁ ଖାଲି ପେଟରେ ଗୁଜୁରାତି ଖାଇବା ଦ୍ଵାରା ଆପଣଙ୍କ କୋଷ୍ଠକାଠିନ୍ୟ ସମସ୍ଯା ସହ ଗ୍ଯାସ ସମସ୍ଯା ମଧ୍ୟ ଠିକ ହୋଇଯିବ । ଏହା ଆପଣଙ୍କ ଦାନ୍ତ ଏବଂ ଦୁର୍ଗନ୍ଧ ପାଟି ପାଇଁ ମଧ୍ୟ ଖୁବ ଉପଯୋଗୀ ଅଟେ ।

କିଡନୀ ରେ ଷ୍ଟୋନ ହୋଇଥିଲେ ସକାଳୁ ଖାଲି ପେଟରେ ଗୁଜୁରାତି ଖାଇବା ଦ୍ଵାରା ମଧ୍ୟ ଖୁବ ଲାଭ ମିଳିଥାଏ । ଏହା ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଆପଣଙ୍କ କିଡନୀ ସମସ୍ଯା ଦୂର କରିବାରେ ସହାୟକ ହେବ । ସେହିପରି ୟୁରିନ ସମ୍ବନ୍ଧିତ କୌଣସି ସମସ୍ଯା ଥିଲେ ଗୁଜୁରାତି ଦ୍ଵାରା ତାହା ମଧ୍ୟ ଉପଚାର କରିହେବ । ସେହିପରି ଛାତିରେ ଅତ୍ୟଧିକ କଫ ଜମୁଥିଲେ ଗୁଜୁରାତି ସେବନ ଦ୍ଵାରା ତାହା ମଧ୍ୟ ଭଲ ହୋଇଯିବ ।

ଅସନ୍ତୁଳିତ ଖାଦ୍ୟପେୟ ଭୋଜନ ଦ୍ଵାରା ଆମ ରକ୍ତ ଅତ୍ୟଧିକ ଗାଢ ହୋଇଥାଏ ଓ ଆମେ ଉଚ୍ଚ ରକ୍ତଚାପ ଭଳି ସମସ୍ଯାରେ ପଡିଥାଉ । ସେଥିପାଇଁ ଉଚ୍ଚ ରକ୍ତଚାପ ସମସ୍ଯା ଦୂର ଅକରିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ ନିଜ ହଜମକ୍ରିୟା ଏବଂ ପେଟ ପରିଷ୍କାର ରହିବା ପ୍ରତି ଧ୍ୟାନ ଦେବାକୁ ହେବ । ଏଥିପାଇଁ ଗୁଜୁରାତି ସେବନ ଦ୍ଵାରା ଆପଣଙ୍କ ଉଚ୍ଚ ରକ୍ତଚାପ ସମସ୍ଯାକୁ ମଧ୍ୟ ଦୂର କରିହେବ ।

ଗୁଜୁରାତିରେ ପ୍ରଚୁର ମାତ୍ରାରେ ସୋଡିୟମ ରହିଥାଏ । ଏହା ଆପଣଙ୍କ ଫ୍ୟାଟକୁ ତରଳାଇବାରେ ସାହାଯ୍ୟ କରେ । ସେଥିପାଇଁ ସକାଳୁ ଖାଲି ପେଟରେ ଗୁଜୁରାତି ଖାଇ ଦେଖନ୍ତୁ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ୧୦କେଜି ପର୍ଯ୍ୟନ୍ତ ଓଜନ କମିଯିବ । ସେହିପରି ଗୁଜୁରାତି ଭୋକ ନ ହେବା ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଗୁଜୁରାତି ବନ୍ଧ୍ୟା ଦୋଷ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ । ଉଭୟ ସ୍ତ୍ରୀ ଏବଂ ପୁରୁଷ ଏହା ସେବନ କରିପାରିବେ ।

ବାରମ୍ବାର ମୁଣ୍ଡବ୍ୟଥା ହେଉଥିଲେ ନିୟମିତ ଗୁଜୁରାତି ଖାଇ ଦେଖନ୍ତୁ, ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଏହି ସମସ୍ଯା ମଧ୍ୟ ଦୂର ହୋଇଯିବ । ଏତେ ଛୋଟ ଜଡିବୁଟି ଏତେ ସବୁ ରୋଗର ଉପଚାର ବୋଲି ଆପଣ କଳ୍ପନା ମଧ୍ୟ କରି ନଥିବେ । ଏହାଦ୍ବାରା ଆପଣ ସଂପୂର୍ଣ୍ଣ ମାଗଣାରେ ନିଜକୁ ସୁସ୍ଥ ରଖିପାରିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।