ମୋର ପର ନାହିଁ କିନ୍ତୁ ମୁଁ ଆକାଶରେ ଉଡିପାରେ, ମୋର ହାତ ନାହିଁ କିନ୍ତୁ ମୁଁ ଲଢ଼ି ପାରେ, କହିଲ ଦେଖି ମୁଁ କିଏ ?

ଆଜି ଆପଣଙ୍କ ପାଇଁ ଆଣି ଆସିଛୁ କିଛି ଜଣା ଅଜଣା ସାଧରଣଜ୍ଞାନ ପ୍ରଶ୍ନ ଉତ୍ତରବନ୍ଧୁଗଣ ଆମେ ଆପଣଙ୍କ ପାଇଁ କିଛି ରୋଚକ ମଜାଦାର ସାଧରଣଜ୍ଞାନ ପ୍ରଶ୍ନ ଉତ୍ତର ନେଇ ଆସିଛୁ ତେବେ ଆସନ୍ତୁ ଏଗୁଡ଼ିକ ଆଲୋଚନା କରିବା

ପ୍ରଶ୍ନ : ଆଖି ଅଛି କିନ୍ତୁ ମୁଁ ଅନ୍ଧ, ଗୋଡ଼ ଅଛି କିନ୍ତୁ ଚାଲି ପାରେନା, କାନ ଅଛି କିନ୍ତୁ ଶୁଣି ପାରେନା କୁହ କିଏ ମୁଁ?

ଉତ୍ତର : କଣ୍ଢେଇ

ପ୍ରଶ୍ନ: ଓଡ଼ିଶାର ବୃହତ୍ତମ ଶ୍ମଶାନ ର ନାମ କଣ?

ଉତ୍ତର:ସ୍ଵର୍ଗଦ୍ୱାର । ଏହା ପୁରୀ ରେ ରହିଛି । ପ୍ରତିଦିନ ଶହ ଶହ ଶବର ଏଠାରେ ଦାହ ସଂସ୍କାର ହୋଇଥାଏ । ଏହା ଜଗନ୍ନାଥଙ୍କ ଧାମ ହେଇଥିବାରୁ ଏଠାରେ ଯେଉଁମାନଙ୍କର ଶବସଂସ୍କାର ହେଇଥାଏ ସେମାନେ କୁଆଡେ ବୈକୁଣ୍ଠପୁରରେ ରହିବେ ବୋଲି ରହିବେ ବୋଲି ମଧ୍ୟ ଲୋକକଥା ରହିଛି । ତେଣୁଏହି ମାଟି ଅତ୍ୟନ୍ତ ପବିତ୍ର ।

ପ୍ରଶ୍ନ:କେଉଁ ସହରକୁ ଭାରତର ହଲିଉଡ୍ ବୋଲି କୁହାଯାଏ?

ଉତ୍ତର:ମୁମ୍ବାଇ । ଏହା ଏପରି ଏକ ସହର ଯାହାକୁ ମାୟାନଗରୀ ମଧ୍ୟ କୁହାଯାଏ । ଅନେକ ଲୋକ ନିଜର ଭାଗ୍ୟବଦଳେଇବା ପାଇଁ ଆସିଥାନ୍ତି ।

ପ୍ରଶ୍ନ:କେଉଁ ସ୍ଥାନକୁ ଭାରତର ଭୂସ୍ଵର୍ଗ ବୋଲି କୁହାଯାଏ?

ଉତ୍ତର:କାଶ୍ମୀର । ଏହା ହେଉଛି ଭାରତର ଏକ ଅବିଚ୍ଛଦ୍ୟ ଅଙ୍ଗ ସଦୃଶ । ଏଠାରେ ଅନେକ ଦର୍ଶନୀୟ ସ୍ଥାନ ରହିଛିଏବଂ ଏହା ସହ ଅନେକ ମନମୁଗ୍ଧକର ସ୍ଥାନ ମଧ୍ୟ ରହିଛି ।

ପ୍ରଶ୍ନ:ଭାରତର କେଉଁ ସହରକୁ ଗୋଲାପୀ ନଗରୀବୋଲି କୁହାଯାଏ?

ଉତ୍ତର:ଜୟପୁର । ଏହା ରାଜସ୍ଥାନର ରାଜଧାନୀ ଅଟେ । ଏହା ଏକ ମରୁଅଞ୍ଚଳ ହୋଇଥିବା ସତ୍ତ୍ୱେ ଏହାର ଐତିହ ତଥା ଏହାର କୀର୍ତ୍ତିପାଇଁ ଏହା ସମଗ୍ର ଦେଶରେ ପରିଚିତ । ଏଠାରେ ଥିବା ମନୋମୁଗ୍ଧକର ସ୍ଥାନ ପାଇଁ ଏହା ପରିଚିତ ।

ପ୍ରଶ୍ନ:ତାହା କଣ ଯାହା ଆପଣ ନିଜେ ଦେଖି ପାରିବେ କିନ୍ତୁ ଅନ୍ୟକୁ ଦେଖାଇପାରିବେ ନାହିଁ?

ଉତ୍ତର:ସ୍ବପ୍ନ । ସ୍ବପ୍ନ ଏପରିକିଏକ ଜିନିଷ ଯାହା ପ୍ରତ୍ୟେକ ବ୍ୟକ୍ତି ଦେଖିଥାନ୍ତି । ଶୋଇବାସମୟରେ ହେଉ ଅବା ଚାହିଁଥିବା ସମୟରେ ହେଉ । ସ୍ୱପ୍ନ କୁ ବ୍ୟକ କରାଯାଇପାରେ ମାତ୍ର କାହାକୁ ଦେଖାଇହୁଏନାହିଁ ।

ପ୍ରଶ୍ନ:କଞ୍ଚାବେଳେ ପରିବା ଏବଂ ପାଚିଗଲେ ଫଳ କହିଥାଉ । ତାହା କଣ?

ଉତ୍ତର:କଦଳୀ । କଦଳୀ ଏପରିଏକ ପରିବା ଯାହାକୁ ଉଭୟ କଞ୍ଚାବେଳେ ତଥା ପାଚିଲାବେଳେ ମଧ୍ୟ ଖାଇହୁଏ । କଞ୍ଚାବେଳେ ଏକ ପରିବା ଭଳି ବ୍ୟବହୃତ ହୁଏ । ପାଚିଲାବେଳେ ଏହା ଏକ ଫଳଭଳି ମଧ୍ୟ ବ୍ୟବହାର ହୁଏ ।

ପ୍ରଶ୍ନ:ପୃଥିବୀର ବୃହତ୍ତମ ସ୍ଥଳଚର ପ୍ରାଣୀ ର ନାମ କଣ?

ଉତ୍ତର:ହାତୀ । ହାତୀ ସବୁଠାରୁ ବୃହତ୍ତମ ପ୍ରାଣୀ । ଏହା ଜଙ୍ଗଲରେ ବାସ କରେ । ଏହା ଜଙ୍ଗଲରେ ଗଛ ପତ୍ର ଖାଇକି ରୁହେ । ଏହା ମନ୍ୟୁଷ ମାନଙ୍କର ମିତ୍ର ମଧ୍ୟ ଅଟେ ।

ପ୍ରଶ୍ନ : କୋର୍ଟ କଚେରୀ ଥାନା ମନ୍ଦିର ଘର ଲୋକେ ମତେ ଖାଆନ୍ତି, ମୁଁ ଦେଖା ଯାଏନି ତଥାପି ଲୋକ ମତେ ଖାଆନ୍ତି?

ଉତ୍ତର : ରାଣ

ପ୍ରଶ୍ନ:ପୃଥିବୀର ବୃହତ୍ତମ ଜଳଚର ପ୍ରାଣୀ ର ନାମ କଣ?
ଉତ୍ତର:ତିମିମାଛ । ଏହା ସମୁଦ୍ରରେ ରୁହେ । ଏହାର ଓଜନ ସବୁଠାରୁ ଅଧିକା ଥାଏ । ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ । ଏହାର ବିଭିନ୍ନ ପ୍ରଜାତି ମଧ୍ୟ ରହିଛନ୍ତି ।

ପ୍ରଶ୍ନ:ପୃଥିବୀର ବୃହତ୍ତମ ଅଣ୍ଡାର ନାମ କଣ?

ଉତ୍ତର:ଓଟପକ୍ଷୀର ଅଣ୍ଡା । ଓଟ ପକ୍ଷୀ ମରୁଭୂମିରେ ବାସ କରେ । ଏହାକୁ ପକ୍ଷୀବୋଲି କୁହାଯାଏ ପରନ୍ତୁ ଏହା ଉଡ଼ିପାରେନାହିଁ । ମାତ୍ର ଏହାର ଅଣ୍ଡା ସବୁଠୁ ବଡ ହେଇଥାଏ ।

ପ୍ରଶ୍ନ:ଓଡ଼ିଶାର ବୃହତ୍ତମ ସହରର ନାମ କଣ?

ଉତ୍ତର:କଟକ । କଟକ ଓଡ଼ିଶାର ବୃହତ୍ତମ ସହର ହେବ ସହ ଏହା ସର୍ବପୂରାତନ ମଧ୍ୟ । ଏହି ସହରରେ ଓଡିଶାର ଅନେକ ଐତିହ ରହିବା ସହିତ ଅନେକ ପ୍ରାଚୀନ ଗର୍ବ ଗୌରବ ମଧ୍ୟ ରହିଛି ।

ପ୍ରଶ୍ନ:ଓଡ଼ିଶାର ବୃହତ୍ତମ ବସ୍ ଷ୍ଟାଣ୍ଡର ନାମ କଣ?

ଉତ୍ତର:ଭୁବନେଶ୍ୱର ସରକାରୀ ବସ୍ ଷ୍ଟାଣ୍ଡ । ଏହା ଭୁବନେଶ୍ୱର ସହରର ବରମୁଁଣ୍ଡାଠାରେ ରହିଛି । ପ୍ରତିଦିନ ଶହ ଶହ ବସ୍ ରାଜ୍ୟ ବାହାରକୁ ତଥା ଅନ୍ୟରାଜ୍ୟ ରୁ ଆସିଥାଏ ।

ପ୍ରଶ୍ନ : ମୋର ପର ନାହିଁ କିନ୍ତୁ ମୁଁ ଆକାଶରେ ଉଡିପାରେ, ମୋର ହାତ ନାହିଁ କିନ୍ତୁ ମୁଁ ଲଢ଼ି ପାରେ, କହିଲ ଦେଖି ମୁଁ କିଏ ?

ଉତ୍ତର : ଗୁଡ଼ି

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।