Bollywood ର ଏହି ସୁପର ଷ୍ଟାରଙ୍କ ଭଉଣୀ ଥିଲେ Ranveer Singh ଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ, ନାଁ ଶୁଣିଲେ ଚମକି ପଡିବେ ଆପଣ

ରଣବୀର ସିଂ ଏବେର ଦମଦାର ଅଭିନେତା ମାନଙ୍କ ମଧ୍ୟରୁ ଜଣେ । ନିଜ ଫିଲ୍ମ ଏବଂ ସହ ବ୍ୟକ୍ତିଗତ ଜୀବନକୁ ମଧ୍ୟ ନେଇ ମଧ୍ୟ ସେ ଚର୍ଚ୍ଚାରେ ରୁହନ୍ତି । ରଣବୀର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବିବାହ କରି ଖୁସିରେ ଅଛନ୍ତି ବୋଲି ଆମେ ସମସ୍ତେ ଜାଣିଛୁ । ଏହା ପୂର୍ବରୁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମଧ୍ୟ ତାଙ୍କର ଆଫେୟାର ଥିବା ଖବର ସମସ୍ତେ ଜାଣିଛନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି ରଣବୀରଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ଜଣେ ସୁପରଷ୍ଟାରଙ୍କ ଭଉଣୀ ଥିଲେ ? ଚାଲନ୍ତୁ ଜାଣିବା କିଏ ଥିଲେ ରଣବୀର ସିଂଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ।

ରଣବୀର ସିଂ ନିଜ ଅଭିନୟରେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ଯାହାଫଳରେ ଆଜି ତାଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ତାଙ୍କର ମହିଳା ଫ୍ୟାନ୍ସଙ୍କ ସଂଖ୍ୟା ଖୁବ ଅଧିକ । ଅଭିନୟ ସହ ରଣବୀରଙ୍କ ମିଶାଳିଆ ଓ ନମ୍ର ସ୍ଵଭାବ ମଧ୍ୟ ସମସ୍ତଙ୍କୁ ଖୁବ ଆକୃଷ୍ଟ କରେ । ରଣବୀରଙ୍କ ଗୋଟେ ଝଲକ ଦେଖିବା ପାଇଁ ଝିଅମାନେ ପାଗଳ ହୋଇଯାନ୍ତି । ତେବେ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ରଣବୀର ଖୁବ ମେହନତ  କରିଛନ୍ତି ଓ ଧୈର୍ଯ୍ୟ ଧରିଛନ୍ତି ।

ତେବେ ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ର ଓ ଅଭିନେତ୍ରୀ ହେମା ମାଳିନୀଙ୍କ ସାନ ଝିଅ ତଥା ସନି ଦେଓଲଙ୍କ ଭଉଣୀ ଆହାନା ଦେଓଲ ରଣବୀର ସିଂଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ଥିଲେ । ରଣବୀର କଲେଜରେ ଥିବା ବେଳେ ଆହାନା ଦେଓଲଙ୍କୁ ଡେଟ୍ କରୁଥିଲେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ପର୍ଯ୍ୟନ୍ତ ଚାଲିପାରି ନଥିଲା ଓ ଦୁହିଁଙ୍କ ବ୍ରେକଅଫ ହୋଇ ଯାଇଥିଲା ।

ତେବେ ସେମାନଙ୍କ ବ୍ରେକଅଫର କାରଣ ହେଉଛି ଆହାନା ଦେଓଲ ଆଶିକି-୨ ହିରୋ ଆଦିତ୍ୟ ରୟ କପୁରଙ୍କୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ଏସବୁ ତ କଲେଜ ସମୟର କଥା ଥିଲା । ଏବେ ସମସ୍ତେ ନିଜ ନିଜ ଜୀବନରେ ଆଗକୁ ବଢି ସାରିଲେଣି । ଆହାନା ଦେଓଲ ୨୦୧୪ ରେ ବିଜନେସମ୍ୟାନ ବୈଭବ ବୋହରାଙ୍କୁ ବିବାହ କରି ନେଇଥିଲେ । ସେହିଅପରି ରଣବୀର ସିଂ ମଧ୍ୟ ଦୀପିକା ପାଦୁକୋନଙ୍କ ସହ ଜୀବନରେ ଆଗକୁ ବଢି ସାରିଛନ୍ତି ।

ରଣବୀର ଦୀପିକାଙ୍କ ଯୋଡି ଫ୍ୟାନ୍ସ ମାନେ ଖୁବ ପସନ୍ଦ କରୁଛନ୍ତି ଓ ରଣବୀର ମଧ୍ୟ ଦୀପିକାଙ୍କ ପ୍ରତି ନିଜ ପ୍ରେମ ପ୍ରକାଶ କରିବା ପାଇଁ ଗୋଟିଏ ବି ସୁଯୋଗ ହାତଛଡା କରନ୍ତି ନାହିଁ । ଆପଣଙ୍କୁ ରଣବୀର ଓ ଦୀପିକାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।