ଅଲଗା ହେଲେ Ollywood ର ଜବରଦସ୍ତ ଯୋଡି ବବି ମିଶ୍ର ଓ କୋଏଲ ବ୍ୟାନର୍ଜୀ

ଦର୍ଶକ ବନ୍ଧୁ ଆପଣ ମାନେ ଓଲିଉଡର କଳାକାର ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ସୁନ୍ଦର ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ଓଲିଉଡର କିଛି କଳାକାର ମାନେ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ବିବାହ ପରେ ଅଲଗା ମଧ୍ୟ ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଲିଉଡର ଏମିତି ଏକ ଯୋଡି ବିଷୟରେ କହିବାକୁ ଯାଉଛୁ ଯିଏ ପ୍ରେମ କରି ବିବାହ କରିଥିଲେ ମଧ୍ୟ ଏବେ ଅଲଗା ହୋଇଛନ୍ତି । ଆମେ ଏଠାରେ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେ ବରଂ ଅଭିନେତା ବବି ମିଶ୍ର ଓ ଅଭିନେତ୍ରୀ କୋଏଲ ବାନାର୍ଜୀ ଯିଏ ପରସ୍ପରକୁ ପ୍ରେମ କରି ମ୍ୟାରେଜ କରତିଥିଲେ । ଅଭିନେତା ବବି ମିଶ୍ର ଅନେକ ଆଲବମରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଏହା ବ୍ଯତୀତ ସେ ଅନେକ ଓଡିଆ ଫିଲ୍ମ ଗୁଡିକରେ ମଧ୍ୟ କାମ କରି ସାରିଛନ୍ତି ।

ଅଭିନେତ୍ରୀ କୋଏଲ ବାନାର୍ଜୀ ମଧ୍ୟ ଜଣେ ବଙ୍ଗାଳୀ ଅଭିନେତ୍ରୀ ଅଟନ୍ତି । ସେ ଅନେକ ଓଡିଆ ଫିଲ୍ମରେ କାମ କରି ନିଜର ସୁନ୍ଦର ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଗତ କିଛି ଦିନ ହେବ ଏହି ଦୁଇ ଯୋଡି ପରସ୍ପର ଠାରୁ ଆଇନଗତ ଭାବେ ଅଲଗା ହୋଇଛନ୍ତି । ଅଭିନେତ୍ରୀ କୋଏଲ ବାନାର୍ଜୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଏହି କଥା ଶେୟାର କରିଛନ୍ତି ଯେ “ସେ ତାଙ୍କର ସବୁ ଫ୍ୟାନ୍ସ ମାନଙ୍କୁ ଭଲରେ ଥିବେ ବୋଲି ପରିପ୍ରକାଶ କରିଛନ୍ତି । ସମସ୍ତେ ଖୁବ କଷ୍ଟ ସମୟ ଦେଇ ଗତି କରୁଛନ୍ତି, ଭଗବାନଙ୍କ ଦୟାରୁ ଏହି ଦିନ ଗୁଡିକ ଭଲରେ ବିତିଯିବ ବୋଲି ସେ ଶୁଭେଚ୍ଚା ଜଣାଇଛନ୍ତି ।

ତାଙ୍କର ଓ ବବି ମିଶ୍ରଙ୍କର ସମ୍ପର୍କ ଆଉ ତିଷ୍ଠି ପାରିଲା ନାହି ବୋଲି ସେ ଜଣାଇଛନ୍ତି । ଦୁହେଁ ୨୦୧୮ରୁ ଅଲଗା ହୋଇ ରହିଛନ୍ତି । କୋଲକାତାରେ ସେ ବଙ୍ଗାଳୀ ସିରିଏଲ ଶୁଟିଙ୍ଗ ପାଇଁ ଯାଇଥିଲେ । “ବୋହୁ ଆମର ଏନଆରଆଇ” ସିରିଏଲର ଶୁଟିଙ୍ଗ ପାଇଁ ସେ ୩ମାସ ଓଡିଶାରେ ଥିଲେ ମଧ୍ୟ ବବିଙ୍କ ଠାରୁ ଅଲଗା ହୋଇ ରହୁଥିଲେ ।

କିଛି ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ସିରିଏଲଟିକୁ ଛାଡି ଦେଇଥିଲେ ବୋଲି ନିଜ ମତରେ କହିଛନ୍ତି । ସେ ଓ ବବି ମିଶ୍ର ସବୁ ଦିନ ପାଇଁ ଅଲଗା ହୋଇଛନ୍ତି ବୋଲି ଜଣାଇବା ନିଜ ଦର୍ଶକ ମାନଙ୍କୁ ଠିକ ମାନେ କରିଲେ ବୋଲି କହିଛନ୍ତି । ଆଗକୁ ତାଙ୍କର ଫ୍ୟାନ୍ସ ମାନେ ତାଙ୍କ ପ୍ରତି ଏମିତି ଭଲ ପାଇବା ଦେବେ ବୋଲି ସେ ପରିପ୍ରକାଶ କରିଛନ୍ତି” । ଏହି ଭଳି ଭାବେ ଅଭିନେତ୍ରୀ କୋଏଲ ବାନାର୍ଜୀ ନିଜର ଓ ବବି ମିଶ୍ରଙ୍କର ସମ୍ପର୍କ ବିଷୟରେ ଜଣାଇଛନ୍ତି ।ବର୍ତ୍ତମାନ ସେ କୋଲକାତାରେ ରହୁଛନ୍ତି ।

ଏହା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ କମେନ୍ଟ କରି ଜଣାନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।