ଏହି ପତ୍ରକୁ ତେଲରେ ଫୁଟେଇ ଲଗାନ୍ତୁ, ଯାଦୁ, କାଛୁ, କୁଣ୍ଡିଆ ସବୁଦିନ ପାଇଁ ଭଲ ହୋଇଯିବ, ଜୀବନରେ ଆଉ କେବେ ମଧ୍ୟ ହେବ ନାହିଁ ଚର୍ମରୋଗ

ଆଜିକାଲି ପ୍ରାୟ ଅନେକଙ୍କ ଶରୀରରେ ଯାଦୁ, କାଛୁ ଓ କୁଣ୍ଡିଆ ପରି ସମସ୍ଯା ଦେଖିବାକୁ ମିଳୁଛି । ଏଥିପାଇଁ ଆପଣ ଷ୍ଟେରୋଇଡ ଯୁକ୍ତ ଅନେକ ମେଡ଼ିସିନ ଉପଯୋଗ କରିଥାନ୍ତି । ତଥାପି ସେଥିରୁ କୌଣସି ଫାଇଦା ମିଳି ନଥାଏ । ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଏବଂ ଘରୋଇ ଉପାୟରେ ପ୍ରସ୍ତୁତ ଏପରି ଏକ ଉପଚାର କହିବୁ ଏବଂ ଏଆକ ପାନୀୟ ବିଷୟରେ ମଧ୍ୟ ଯାହା ଦ୍ଵାରା ଆପଣଙ୍କ ଯାଦୁ, କାଛୁ, କୁଣ୍ଡିଆ ଆଦି ସବୁଦିନ ପାଇଁ ଭଲ ହୋଇଯିବ ।

କନିଅର ଫୁଲ ଏବଂ ପତ୍ର ଆୟୁର୍ବେଦିକ ଗୁଣରେ ଭରପୁର ଥାଏ । ଏହି ଉପଚାର ପାଇଁ ଆପଣଙ୍କୁ ଆବଶ୍ୟକ ହେବ ୮୪ଟି କନିଅର ପତ୍ର ଆଉ ଅଧଲିଟର କରଞ୍ଜ ତେଲ । ଯଦି କରଞ୍ଜ ତେଲ ନାହିଁ ତେବେ ଆପଣ ରାଶି ବା ଖସା ତେଲ ମଧ୍ୟ ନେଇପାରିବେ । କିନ୍ତୁ କରଞ୍ଜ ତେଲ ଆପଣଙ୍କ ପାଇଁ ଖୁବ ପ୍ରଭାବଶାଳି ରହିବ । ଏହି ଉପାୟ ସବୁବେଳେ ଘର ବାହାରେ କରିବାକୁ ଚେଷ୍ଟା କରନ୍ତୁ । ନଚେତ ଘର ଧୂଆଁରେ ପରିପୂର୍ଣ୍ଣ ହୋଇଯିବ ଓ ଆପଣଙ୍କୁ ଏହା ଭଲ ଲାଗିବ ନାହିଁ ।

ଗୋଟିଏ ଲୁହା କଢେଇ ନେଇ ସେଥିରେ ଅଧଲିଟର କରଞ୍ଜ ତେଲକୁ ଫେଣ ମାରିବା ପର୍ଯ୍ୟନ୍ତ ଭଲ ଭାବେ ଗରମ କରନ୍ତୁ । ଏହାପରେ ସେଥିରେ ୨୧ଟି କନିଅର ପତ୍ର ପକାନ୍ତୁ । ଏହି ପତ୍ର ତେଲରେ ପଡିବା ମାତ୍ରେ ତେଲ ଛିଟିକିବ ଓ ପୋଡିଯିବ ମଧ୍ୟ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । କେବଳ କଢେଇ ଠାରୁ ଦୂରେଇ ଯାଆନ୍ତୁ । ଏହିପରି ୨୧ଟି ଲେଖାଏଁ କରି ଆପଣ ସବୁ ଯାକ ପତ୍ର ତେଲରେ ପକାନ୍ତୁ । ପତ୍ରଗୁଡିକ ଭଲଭାବେ ପୋଡି ତେଲ କଳା ହୋଇଯିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ତାପରେ ଏହାକୁ ଏକ ସୂତା କପଡା ସାହାଯ୍ୟରେ ଛାଣି ନିଅନ୍ତୁ । ଏହି ତେଲକୁ ଆପଣ ରାତିରେ ଶୋଇବା ବେଳେ କାଛୁ, କୁଣ୍ଡିଆ ସ୍ଥାନରେ ଲଗାନ୍ତୁ । ଏହିପରି ୩ ରୁ ୪ ଦିନ ଲଗାନ୍ତୁ । ଯଦି କୁଣ୍ଡିଆ ଅତି ପୁରୁଣା ଅଟେ ତେବେ ଏକ ସପ୍ତାହ ପର୍ଯ୍ୟନ୍ତ ଲଗାନ୍ତୁ । ଦେଖିବେ ଆପଣଙ୍କ କାଛୁ କୁଣ୍ଡିଆ ଶୀଘ୍ର ଭଲ ହୋଇଯିବ । ଆଉ ପାନୀୟ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗ୍ଳାସ ପାଣିରେ ଅଳ୍ପ ଗୁଡ ମିଶାନ୍ତୁ ଓ ସେଥିରେ ଅଳ୍ପ ହଳଦୀ ବଟା କିମ୍ବା ଦୁଇ ଚୁଟକି ହଳଦୀ ଗୁଣ୍ଡା ମିଶାନ୍ତୁ ।

ଏହି ପାନୀୟ ଆପଣଙ୍କ କାଛୁ କୁଣ୍ଡିଆ ଭଲ କରିବାକୁ ଖୁବ ଉପଯୋଗୀ ହେବ । ଏହି ପାନୀୟକୁ ଆପଣ ୧୦ ଦିନ ପର୍ଯ୍ୟନ୍ତ ଏହିପରି ସେବନ କଲେ କାଛୁ କୁଣ୍ଡିଆ ଭଲ ହେବା ସହ ଆପଣଙ୍କୁ କୌଣସି ପ୍ରକାର ଚର୍ମରୋଗ କେବେ ମଧ୍ୟ ହେବ ନାହିଁ । ଏହି ଦୁଇଟି ସହଜ ଘରୋଇ ଉପଚାର ଆପଣେଇ ଦେଖନ୍ତୁ ନିଶ୍ଚୟ କାଛୁ କୁଣ୍ଡିଆ ଜନିତ ସମସ୍ୟାରୁ ମୁକ୍ତି ପାଇବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ