ପାକିସ୍ତାନରେ ପଡିଥିଲା ଭାରତର ମିଶାଇଲ, ଆଉ ଏବେ ଏ କଣ ହେଇଗଲା ଥରେ ଦେଖି ନିଅନ୍ତୁ…

କିଛିଦିନ ତଳେ ଭାରତର ମିଶାଇଲ ପରୀକ୍ଷଣ ସମୟରେ ଏକ ମିଶାଇଲ ଭୁଳବଶତଃ ପାକିସ୍ତାନରେ ପଡିବା ଖବର ତ ଆପଣ ନିଶ୍ଚୟ ଜାଣିଥିବେ । ପାକିସ୍ତାନରେ ପୂର୍ବରୁ ରାଜନୈତିକ ସମସ୍ଯା ଚାଲିଥିବା ବେଳେ ଏବେ ଆଉ ଏକ ନୂଆ ସମସ୍ଯା ସାମ୍ନାରେ ଆସି ଠିଆ ହେଲାଣି । ଇମ୍ରାନ ଖାନ ଓ ତାଙ୍କ ସେନା ମଧ୍ୟରେ ତାଳମେଳ କିଛି ଠିକ ନଥିବା ଜଣାପଡିଛି । କାରଣ ସେନାର ବାରଣ ସତ୍ତ୍ୱେ ଇମ୍ରାନ ଖାନ ଆମେରିକା ଓ ପାଶ୍ଚାତ୍ୟ ଦେଶକୁ ନେଇ ଲଗାତାର ବୟାନବାଜି କରୁଛନ୍ତି ।

ତାଙ୍କ ସରକାର ଭାଙ୍ଗିବାକୁ ବୈଦେଶିକ ଷଡଯନ୍ତ୍ର କରାଯାଉଛି ବୋଲି ସେ ଆରୋପ ଲଗାଇଛନ୍ତି । ତେବେ ପାକିସ୍ତାନକୁ ଆଉ ଏକ ନୂଆ ସମସ୍ଯା ଆସିଛି ଯାହା ଆମେରିକା ଯୋଗୁଁ ନୁହେଁ ବରଂ ଚୀନ ଯୋଗୁଁ ହୋଇଛି । ପାକିସ୍ତାନ ସେନାରେ ବହୁଳ ପରିମାଣରେ ଚୀନ ତିଆରି ହତିଆର ବ୍ୟବହାର ହୋଇଥାଏ, କିନ୍ତୁ ଏବେ ଚୀନ ହତିଆରକୁ ନେଇ ପାକିସ୍ତାନ ସେନା ପସ୍ତଉଛି କହିଲେ ଚଳେ । ପାକିସ୍ତାନରେ ଏୟାର ଡ଼ିଫେନ୍ସ ଲାଗିଥିବା ସତ୍ତ୍ୱେ ଭାରତର ମିଶାଇଲ ଯାଇ ପାକିସ୍ତାନରେ ପଡିବା ପରେ ପାକିସ୍ତାନ ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ।

ତେବେ ତାଙ୍କ ଏୟାର ଡ଼ିଫେନ୍ସ ଚୀନ ତିଆରି ବୋଲି ଜଣାପଡିଛି । ଗତ କିଛି ବର୍ଷ ଧରି ପାକିସ୍ତାନ ଅନେକ ଚୀନ ତିଆରି ହତିଆର ନିଜ ସେନାରେ ସାମିଲ କରିଥିଲେ ମଧ୍ୟ ଏବେ ପ୍ରାୟତଃ ସବୁ ହତିଆର ବେକାର ଏବଂ ବେକାମୀ ସାବ୍ୟସ୍ତ ହେବାରେ ଲାଗିଛି । କିଛି ମାସ ତଳେ ଚୀନ ଠାରୁ ଏକ ସବମରିନ ଆଣିବା ପାଇଁ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା। କିନ୍ତୁ ଏବେ ଏହାକୁ ନେଇ ମଧ୍ୟ ପାକିସ୍ତାନ ସେନା ଖୁସି ନଥିବା ଜଣାପଡିଛି ।

ପାକିସ୍ତାନୀ ସେନାର ଏକ ସୂତ୍ରରୁ ଜଣାପଡିଛି କି ସେମାନେ ଚୀନରୁ ଏବେ ଆଉ କୌଣସି ହତିଆର କିଣିବାକୁ ଚାହୁଁ ନାହାନ୍ତି । ସେମାନେ ଆମେରିକା, ଫ୍ରାନ୍ସ ଓ ଜର୍ମାନୀ ଭଳି ପଶ୍ଚିମ ଦେଶମାନଙ୍କ ଠାରୁ ହତିଆର କିଣିବାକୁ ଆଗ୍ରହୀ ଅଟନ୍ତି । କିନ୍ତୁ ଏବେ ଏହିସବୁ ଦେଶ ବି ପାକିସ୍ତାନକୁ ହତିଆର ଦେବା ପାଇଁ ମନା କରିଦେଇଛନ୍ତି । ଇମ୍ରାନ ଖାନଙ୍କ ବିବାଦୀୟ ବୟାନ ପରେ ପାକିସ୍ତାନର ଜେନେରାଲ ବାଜୱା ଆମେରିକା ସମେତ କିଛି ପାଶ୍ଚାତ୍ୟ ଦେଶଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ ।

ଚୀନକୁ ନେଇ ପଚରା ଯାଇଥିବା ପ୍ରଶ୍ନକୁ ଏଡାଇ ଜେନେରାଲ ବାଜୱା ଆମେରିକା ସହ ପାକିସ୍ତାନର ସମ୍ପର୍କକୁ ନେଇ ଖୁବ ପ୍ରଶଂସା କରିଥିଲେ । କିନ୍ତୁ ତାହା ଏବେ ଫସର ଫାଟିଥିବାର ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।