ପାକିସ୍ତାନ ସହ ଏହି ବଡ ଖେଳ କରିଦେଲେ Putin, ଏବେ ଆମେରିକାରେ ହଙ୍ଗାମା…

ୟୁକ୍ରେନକୁ ନେଇ ମୁହାଁମୁହିଁ ହୋଇଥିବା ଦୁଇ ମହାଶକ୍ତି ଋଷ ଓ ଆମେରିକା ଏବେ ପାକିସ୍ତାନକୁ ନେଇ ପରସ୍ପରକୁ ନାଲି ଆଖି ଦେଖାଉଛନ୍ତି । ଇତିହାସ ସାକ୍ଷୀ ଅଛି ଋଷ ଓ ଆମେରିକା ଯେଉଁ ବି ଦେଶକୁ ନେଇ ଭିଡାଭିଡି ହୋଇଛନ୍ତି ସେହି ଦେଶ ଧ୍ଵଂସ ହୋଇଯାଇଛି । ସିରିୟା, ଇରାକ ଓ ଆଫଗାନିସ୍ତାନ ପରି ଉଦାହରଣ ସମସ୍ତଙ୍କ ସାମ୍ନାରେ ରହିଛି । ଆଉ ଏବେ ପାକିସ୍ତାନକୁ ନେଇ ଟଣାଓଟରା ହେଉଥିବା ଏହି ଦୁଇ ଦେଶ ଯୋଗୁଁ ପୂର୍ବରୁ ହିଁ ବର୍ବାଦ ଥିବା ପାକିସ୍ତାନର ଅବସ୍ଥା ଏବେ କଣ ହେବାକୁ ଯାଉଛି ତାହା ଆପଣ ବୁଝି ପାରୁଥିବେ ।

ନିଜ ଗାଦିରୁ ହାତରୁ ଯାଉଥିବା ଦେଖି ଇମ୍ରାନ ଖାନ ଗତ ମାର୍ଚ୍ଚ ୩୦ରେ ଜନତାଙ୍କୁ ଏକ ସମ୍ବୋଧନ ଦେଇ କହିଥିଲେ କି ତାଙ୍କ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ରହିଛି । ଇମ୍ରାନଙ୍କ ଏହି ବିବାଦୀୟ ବୟାନ ପରେ ପୁରା ପାକିସ୍ତାନ ଏକ ପ୍ରକାର ଘାବରେଇ ଯାଇଥିଲା । ଏପରିକି ପାକିସ୍ତାନୀ ସେନା ଏତେ ଡରି ଯାଇଥିଲା ଯେ ଜେନେରାଲ ବାଜୱାଙ୍କୁ ସାମ୍ନାକୁ ଆମେରିକା ଆମର ବହୁତ ଭଲ ବନ୍ଧୁ ବୋଲି କହି ତାକୁ ମନେଇବାକୁ ପଡିଥିଲା ।

ଆଉ ଏବେ ଋଷ ଆମେରିକାକୁ ମଜା ଚଖେଇବା ପାଇଁ ପାକିସ୍ତାନକୁ ନିଜର ନୂଆ ମୋହରା ବନେଇଛି । ଇମ୍ରାନ ଖାନଙ୍କ ବୟାନ ପରେ ରୁଷି ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି କି, ପାକିସ୍ତାନର ଆଭ୍ଯନ୍ତରୀଣ ମାମଲାରେ ଆମେରିକା ନିର୍ଲଜ ଭାବେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛି । ଆମେରିକା ଇମ୍ରାନ ଖାନକୁ ମସ୍କୋ ଯିବାର ଦଣ୍ଡ ଦେଉଛି ବୋଲି ସେ କହିଛନ୍ତି । ଏହ ଶୁଣି ପାକିସ୍ତାନକୁ ଲାଗିପାରେ କି ଋଷ ତା’ ସପକ୍ଷରେ ଅଛି ବୋଲି । କିନ୍ତୁ ଅସଲରେ ଆମେରିକାକୁ ଆକ୍ଷେପ କରି ଋଷ ଏପରି କହିଛି ।

ଇମ୍ରାନ ଖାନ ଯେବେ ଋଷ ଗସ୍ତରେ ଯାଇଥିଲେ ସେବେ ଠାରୁ ତାଙ୍କର ଖରାପ ଆରମ୍ଭ ହୋଇ ଯାଇଥିଲା । ମସ୍କୋରେ ପାଦ ରଖିବା ମାତ୍ରେ ସେଠାକୁ ଯାଇ ବହୁତ ଉତ୍ସୁକ ଅଛନ୍ତି ବୋଲି ଇମ୍ରାନ ଖାନ କହିଥିଲେ । କିନ୍ତୁ ଇମ୍ରାନ ଅଜ୍ଞାତ ଥିଲେ କି ସେତେବେଳେ ବି ସେ ଏକ ମୋହରା ବନିଥିଲେ ଆଉ ଏବେବି ତାଙ୍କୁ ମୋହରା ବନାଯାଉଛି । କାରଣ ଯଦି ପାକିସ୍ତାନକୁ ନେଇ ଋଷ ଓ ଆମେରିକାର ବିବାଦ ଆଗକୁ ବଢେ ତେବେ ଏହା ପାକିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।

କାରଣ ଋଷ ଓ ଆମେରିକା ପରସ୍ପରକୁ ନିଜ ଶକ୍ତି ଦେଖାଇବା ପାଇଁ ଯେକୌଣସି କାର୍ଯ୍ୟ କରିପାରନ୍ତି । ସେନାର ବାରଣ ସତ୍ତ୍ୱେ ଯେବେ ଇମ୍ରାନ ଯେବେ ସମସ୍ତଙ୍କ ସାମ୍ନାରେ ଆମେରିକାର ନାଁ ନେଇଥିଲେ ସେବେ ଠାରୁ ହିଁ ଇମ୍ରାନ ପାକିସ୍ତାନର ଭବିଷ୍ୟତକୁ ବିପଦକୁ ଠେଲି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।