ନିଜକୁ ସ୍କ୍ରିନ ଉପରେ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ହିରୋଇନ, ଫିଲ୍ମ ଶେଷ ହେବା ମାତ୍ରେ ହିଁ ଭୁଲି ଯାଆନ୍ତି ନିଜ ରୋଲକୁ, ଜାଣନ୍ତୁ କାହିଁକି

ଦିଶା ପଟାନୀ ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ୨୦୧୬ରେ ଆସିଥିବା ଫିଲ୍ମ ‘ଧୋନୀ ଦ ଅନଟୋଲ୍ଡ ସ୍ଟୋରୀ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ସେ ଧୋନୀଙ୍କର ଗର୍ଲଫ୍ରେନ୍ଡ ‘ପ୍ରିୟଙ୍କା’ର ଭୂମିକାରେ ନଜର ଆସିଥିଲେ । ଦର୍ଶକମାନଙ୍କୁ ବି ଏହି ରୋଲରେ ସେ ବହୁତ ପସନ୍ଦ ଆସି ଥିଲେ । ଆଜିକାଲି ଦିଶା ପଟାନୀ ବଲୀଉଡର ଅଭିନେତା ଟାଇଗର ଶ୍ରଫଙ୍କୁ ଡେଟ କରୁ ଛନ୍ତି ।

୨୬ ବର୍ଷର ଦିଶା ପଟାନୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ । ସେ ବହୁତ ହେଲ୍ଥ କନ୍ଶସ ଓ ପ୍ରାୟତଃ ଜିମ ବାହାରେ ସ୍ପଟ ହୋଇଥାନ୍ତି । ଦିଶା ସୁନ୍ଦରତା ସହ ନିଜର ଆକର୍ଷକ ଫିଗର ପାଇଁ ଜଣା ଯାଆନ୍ତି । କହିବାକୁ ଗଲେ ବର୍ତ୍ତମାନ ହିଁ ଦିଶା ଏକ ଇଣ୍ଟରଭିୟୁରେ ଦେଇଛନ୍ତି ଯେଉଁଠି ସେ ନିଜର କ୍ୟାରିୟରକୁ ନେଇ କଥାବାର୍ତ୍ତା କରିଛନ୍ତି ।

ଏହି ସମୟରେ ସେ ଶାହରୁଖ ଖାନଙ୍କର ଉଦାହରଣ ଦେଇ କହିଲେ କି ମନୁଷ୍ୟ ଯେତେବେଳେ ଇଣ୍ଡଷ୍ଟ୍ରିକୁ ଆସିଥାଏ ତେବେ ତାହାର ଲକ୍ଷ୍ୟ ହୋଇଥାଏ ପରିଚୟ କରିବା । କିନ୍ତୁ ତାହାର ପରିଶ୍ରମ ଓ ଟ୍ୟାଲେନ୍ଟ ରୁ ହିଁ ତାହାର ଯାତ୍ରା ଆଗକୁ ବଢିଥାଏ ।

ଷ୍ଟାରକିଡ୍ସଙ୍କୁ ପରିଚୟ ମିଳିବ ଏହା ଜରୁରୀ ନୁହେଁ

ଦିଶା ଇଣ୍ଟରଭିୟୁରେ କହିଲେ, ‘ମୋତେ ସବୁବେଳେ ଏହି ଇଣ୍ଡଷ୍ଟ୍ରି ପସନ୍ଦ କରିଛି । ଯଦି ଏଠିକାର ଲୋକମାନେ ମୋତେ ଏକସେପ୍ଟ କରି ବି ନ ଥାନ୍ତି ତେବେ ଏହାର କାରଣ ଏହା ତ ବିଲକୁଲ ବି ହୋଇ ନ ଥାନ୍ତା କି ମୁଁ ଏକ ଷ୍ଟାର କିଡ ନୁହେଁ । ଏଠି ସମସ୍ତେ ନିଜର ପରିଶ୍ରମ ଓ ଟ୍ୟାଲେନ୍ଟ ଯୋଗୁ ଆସିଥାଏ । ଯେତେବେଳେ ଶାହରୁଖ ଖାନ ଏହି ଇଣ୍ଡଷ୍ଟ୍ରିକୁ ଆସିଥିଲେ ତେବେ ତାଙ୍କୁ କେହି ବି ଜାଣି ନ ଥିଲେ ଓ ଆଜି ଆପଣ ନିଜେ ଦେଖି ନିଅନ୍ତୁ ।‘

ମୋତେ ନିଜକୁ ସ୍କ୍ରିନ ଉପରେ ଦେଖିବାକୁ ପସନ୍ଦ ନୁହେଁ

ନିଜର କିରଦାର ଓ ଫିଲ୍ମ ବିଷୟରେ କଥାବାର୍ତ୍ତା କରି ଦିଶା କହିଲେ କି, ‘ଯେତେବେଳେ ମୁଁ ଗୋଟିଏ ଫିଲ୍ମ ଶେଷ କରିଦେଇଥାଏ ତେବେ ମୁଁ ସେହି କିରଦାରକୁ ବିଲକୁଲ ଅଲଗା ହୋଇଯାଏ । ମୋତେ ନିଜକୁ ସ୍କ୍ରିନରେ ଦେଖିବାକୁ ଭଲ ଲାଗେ ନାହିଁ । ମୋତେ ଏହା ବହୁତ ଅଜବ ଲାଗେ । ସେଥିପାଇଁ ଯେତେବେଳେ ବି ଫିଲ୍ମର ଶୁଟ ଶେଷ କରିଥାଏ, ସେହି ସମୟରୁ ହିଁ ମୁଁ ଫିଲ୍ମରୁ ଅଲଗା ହୋଇଯାଏ ।‘

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ସୌଜନ୍ଯ – NewsTrend