ଘର ଭିତରେ ସୁଡଙ୍ଗ କରି ଏହି ବିହାରୀ ମହିଳା ଜଣକ କରୁଥିଲା ଏମିତି କାମ, ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ତ ଶୁଣିଥିବେ କି ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ଓ ଏହା ଉପରେ କଟକଣା ଲଗାଇବା ବହୁତ ଜରୁରୀ ଅଟେ । ଏହି କାରଣ ଅଟେ କି ଏହା ଉପରେ କଟକଣା ଲଗାଇବା ପାଇଁ ବିହାରର ସରକାର ମଦ୍ୟପାନ ଉପରେ କେତେକ ନିୟମ ଓ ଆଇନ କରିଲେ ।

ଏହା ପରେ ସେଠି ମଦ ପିଇବା ପୂରାପୂରି ବନ୍ଦ ହୋଇଗଲା । କିନ୍ତୁ ତଥାପି ବିହାରର ବିଭିନ୍ନ ଜିଲ୍ଲାରେ ମଦ ବିକ୍ରି କରା ଯାଉଥିଲା ।

କହିବାକୁ ଗଲେ ଏହି ମାମଲା ବିହାରର ସଲାରପୁରର ଅଟେ । ଯେଉଁଠି ଜୋର ସୋର ରେ ମଦ ବିକ୍ରି କରା ଯାଉଥିଲା । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ  ସଲାରପୁରର ପଞ୍ଚାୟତ ୱାର୍ଡର ଜଣେ ମହିଳା ସଦସ୍ୟ ପୁନମ ଦେବୀ ଉର୍ଫ ରେଖା ଦେବୀଙ୍କ ଘରେ ଛାପା ମାରି ୫୦ ଲିଟର ଦେଶୀ ମହୁଆର ମଦ ଧରା ପଡିଛି ।

ଖବର ଅନୁସାରେ ୱାର୍ଡର ଜଣେ ସଦସ୍ୟ ନିଜ ଘରେ ମଦର କଳା ବଜାରୀ କରୁଥିଲା । ଯେତେବେଳେ ପୋଲିସ ସେହି ମହିଳାର ଘରେ ଛାପା ମାରିଲା ତେବେ ସତ୍ୟତା ସାମ୍ନାକୁ ଆସିଲା ।

କହିବାକୁ ଗଲେ ଏହି ମହିଳା ଜଣକ ନିଜ ଘରର ମାଟି ତଳେ ଏକ ବହୁତ ବଡ ମଦର ଟାଙ୍କି ପ୍ରସ୍ତୁତ କରି ରଖି ଥିଲା । ଏହି ମାମଲାରେ ଥାନାଧ୍ୟକ୍ଷ ସରଫରାଜ ଅହମ୍ମଦ କହିଲେ କି ଫରୀଦପୁର ବଜାରରେ ଦେଶୀ ମଦର କାରୋବାର ବହୁତ ଜୋର-ଶୋରରେ ଚାଲିଥିଲା । ଯାଞ୍ଚରେ ଜଣା ପଡିଲା ଜଣେ ମହିଳା ନିଜ ଘରେ ବହୁତ ଛୋଟ ବଡ ପ୍ଲାଷ୍ଟିକ ପାଣି ଟାଙ୍କି ଭରି ରଖିଥିଲା, ଯାହାକୁ ସିମେଣ୍ଟରେ ଜମା କରି ରଖିଥିଲା ।

ଛାପାମାରୀରେ ପୋଲିସ ସେହି ମହିଳା ଘରେ ବହୁତ ଟାଙ୍କି ଓ ମଦ ପ୍ରସ୍ତୁତ କରିବାର ଜିନିଷ ମିଳିଲା । ବର୍ତ୍ତମାନ ପୋଲିସ ସେହି ମହିଳାକୁ ଗିରଫ କରି ନେଇ ଛନ୍ତି । ପଚରା ଉଚରା କରିବା ପରେ ଜେଲକୁ ପଠାଇ ଦେବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।