ଅତ୍ୟଧିକ ରାଗ ଲାଗୁଥିଲେ କେମିତି କରିବେ କଣ୍ଟ୍ରୋଲ ? ଜାଣନ୍ତୁ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ Dr. Satyakam Mohapatra ଙ୍କ ଠାରୁ

ରାଗିବା ବା କ୍ରୋଧ କରିବା ଯୋଗୁଁ ବ୍ୟକ୍ତିଙ୍କ ସାମାଜିକ ତଥା ପାରିବାରିକ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ । ଏଥିପାଇଁ ପାରିବାରିକ ଜୀବନ, ବୈବାହିକ ଜୀବନ ସାହ ବୃତ୍ତିଗତ ଜୀବନରେ ମଧ୍ୟ ନାନାଦି ସମସ୍ଯା ଉପୁଜିଥାଏ । ତେଣୁ ରାଗକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ ଅଟେ । ତେବେ କେମିତି ରାଗକୁ ନିୟନ୍ତ୍ରଣରେ ରଖି ପାରିବେ ଏନେଇ ଆସନ୍ତୁ ଜାଣିବା ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ଠାରୁ ।

ତେବେ ନିଜ କ୍ରୋଧକୁ ନିଜେ ନିୟନ୍ତ୍ରଣ କରିବାକୁ ବିଭିନ୍ନ ଟେକନିକ ରହିଛି । ପ୍ରଥମେ ହେଉଛି ପ୍ରତିକ୍ରିୟା ଦେବାକୁ ବିଳମ୍ବ କରନ୍ତୁ । ଯଦି କୌଣସି ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କ ସାମନାରେ ଆପଣଙ୍କୁ କ୍ରୋଧ ଆସୁଛି ତେବେ ହଠାତ ପ୍ରତିକ୍ରିୟା ନକରି ଯଦି ଆପଣ କିଛି ସମୟ ବିଳମ୍ବ କରି ପ୍ରତିକ୍ରିୟା କରିବେ ତେବେ ଦେଖିବେ ଆପଣଙ୍କୁ ରାଗ କମ୍ ଆସିବ । କୌଣସି ପରିସ୍ଥିତିରେ ଆମ ମସ୍ତିଷ୍କ ଦୁଇ ଭାଗରେ କାମ କରିଥାଏ ।

କୌଣସି ଜଟିଳ ପରିସ୍ଥିତିରେ ପ୍ରଥମେ ଆମ ମନକୁ ଯେଉଁ ପ୍ରତିକ୍ରିୟା ଆସେ ତାକୁ ଇମୋସନାଲ ରେସପନ୍ସ ବୋଲି କୁହାଯାଏ ଓ ଦ୍ଵିତୀୟରେ ଯାହା ଟିକେ ବିଳମ୍ବରେ ଆସିଥାଏ ତାକୁ ରେସିନାଲ ରେସପନ୍ସ ବୋଲି କୁହାଯାଏ । ଇମୋସନାଲ ରେସପନ୍ସରେ ଆମେ କିଛି ନଭାବି ଇମୋସନାଲ ହୋଇ ପ୍ରତିକ୍ରିୟା କରିଦେଉ । ତାହା ସାଧାରଣତଃ ଭୁଲ୍ ହୋଇଥାଏ । ହଠାତ ରାଗିଯିବା ଫଳରେ କଣ ଭୁଲ ବା ଠିକ ତାହା ଆମେ ଜାଣିପାରି ନଥାଉ ।

କୌଣସି ପରିସ୍ଥିତିରେ ଏଭଳି ଅନୁଭବ କରୁଥିଲେ ଆପଣ ନିଜ ଇମୋସନାଲ ରେସପନ୍ସକୁ ରୋକିବାକୁ ଚେଷ୍ଟା କରନ୍ତୁ । ଯାହାଫଳରେ ଆପଣ ହଠାତ ରାଗିଗଲେ ମଧ୍ୟ ନିଜକୁ ପ୍ରତିକ୍ରିୟା କରିବାରୁ ରୋକିପାରିବେ । ଦ୍ଵିତୀୟରେ କୌଣସି ବ୍ୟକ୍ତିଙ୍କ ସହ କଥା ହେବାର ଥିଲେ ଆପଣ ପୂର୍ବରୁ ଚିନ୍ତା କରି ରଖନ୍ତୁ କି ଆପଣଙ୍କୁ ସେହି ପରିସ୍ଥିତିରେ ରାଗ ଆସିପାରେ କି ନାହିଁ । ସେହି ଅନୁସାରେ ନିଜକୁ କିପରି ନିୟନ୍ତ୍ରଣରେ ରଖିବେ ଏହା ପୂର୍ବରୁ ନିଜକୁ ସତର୍କ କରାଇ ନିଅନ୍ତୁ ।

କେଉଁ ପରିସ୍ଥିତିକୁ କିପରି ହ୍ୟାଣ୍ଡେଲ କରିବେ ଏହା ଆପଣ ପୂର୍ବରୁ ହିଁ ଚିନ୍ତା କରି ରଖିବା ଠିକ ହେବ । ଯାହାଫଳରେ ସେହି ବ୍ୟକ୍ତି ମଧ୍ୟ ଆପଣଙ୍କ ଉପରେ ରାଗିବ ନାହିଁ ଓ ଯୁକ୍ତିତର୍କ ହେବାର ସମ୍ଭାବନା କମିଯିବ । ଏହାସହ କଣ କହୁଛନ୍ତି ତାହା ମଧ୍ୟ ବୁଝନ୍ତୁ । କେମିତି ଶବ୍ଦ ବ୍ୟବହାର କଲେ ଆପଣଙ୍କ ଉଚିତ ହେବ ସେହି ଅନୁସାରେ ଶବ୍ଦର ପ୍ରୟୋଗ କରନ୍ତୁ । ଏହାସହ ଆପଣଙ୍କୁ କୌଣସି ପରିସ୍ଥିତିରେ ରାଗ ଆସୁଥିଲେ ଆପଣ ଦୀର୍ଘ ନିଃଶ୍ଵାସ ନେଇ ମଧ୍ୟ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରିପାରିବେ ।

ନାକ ବାଟେ ଲମ୍ବା ନିଃଶ୍ଵାସ ନେଇ ପାଟି ବାଟେ ଏହାକୁ ଧୀରେ ଧୀରେ ଛାଡିବାକୁ ଚେଷ୍ଟା କରନ୍ତୁ । ରାଗ ନିୟନ୍ତ୍ରଣ କରିବାର ଆଉ ଏକ ପ୍ରକ୍ରିୟା ହେଉଛି ସେହି ଜାଗା ଛାଡିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ଘରେ ଗୋଟିଏ ରୁମ୍ ରେ ଅଛନ୍ତି ଆପଣଙ୍କୁ କାହା ଉପରେ ଖୁବ୍ ରାଗ ଆସୁଛି ତେବେ ସେହି ରୁମ୍ ଛାଡି ଅନ୍ୟ ରୁମ୍ କୁ ଚାଲିଯିବାକୁ ଚେଷ୍ଟା କରନ୍ତୁ ଏବଂ ଅନ୍ୟ କୌଣସି କାମରେ ବ୍ୟସ୍ତ ରହିବାକୁ ଚେଷ୍ଟା କରନ୍ତୁ । ଯେଉଁ ସ୍ଥାନରେ ଆପଣଙ୍କୁ ରାଗ ଆସୁଛି ସେହି ସ୍ଥାନ କିଛି ସମୟ ପାଇଁ ଛାଡିଦେବା ଦ୍ଵାରା ପରିସ୍ଥିତି ଅଧିକ ବିଗିଡିବାରୁ ରୋକିହେବ ।

ନଚେତ ଆପଣ ୧୦୦ ରୁ ୧ ପର୍ଯ୍ୟନ୍ତ ପଛୁଆ ଗଣନ୍ତୁ ଦେଖିବେ ଆପଣଙ୍କ ରାଗ ଶାନ୍ତ ହୋଇଯିବ । ଏହାପରେ ବି ଯଦି ଆପଣଙ୍କ ପାଇଁ ରାଗ ନିୟନ୍ତ୍ରଣ କରିବା କଷ୍ଟକର ହେଉଛି ତେବେ ଆପଣ କୌଣସି ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।