ସଲମାନଙ୍କର ଅନସ୍କ୍ରିନ ଭଉଣୀ ହେଇଗଲେଣି ଏତେ ବଡ ଓ ସୁନ୍ଦର, କରିସାରିଛନ୍ତି ‘ପ୍ରେମ ରତନ ଧନ ପାୟୋ’ ରେ କାମ, ଦେଖନ୍ତୁ

ସଲମାନ ଖାନ ବଲୀଉଡର ଜଣେ ଏମିତି ଅଭିନେତା ଅଟନ୍ତି ଯିଏକି ସବୁ ଦିନ କୌଣସି ନା କୌଣସି କାରଣରୁ ମିଡିଆରେ ଚର୍ଚାରେ ରହିଥାନ୍ତି । ସଲମାନ ଖାନ କେବଳ ନିଜର ରାଗ ପାଇଁ ନୁହେଁ ଏହା ଛଡା ବି ସେ ନିଜର ସୁନ୍ଦର ହୃଦୟ ପାଇଁ ବି ଜଣା ଯାଆନ୍ତି । ଏହା ସହିତ ସେ ଲୋକମାନଙ୍କୁ ସାହାର୍ଯ୍ୟ ପାଇଁ ବି ସବୁବେଳେ ଆଗକୁ ଆସିଥାନ୍ତି । କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ସଲମାନ ଖାନଙ୍କ ବିଷୟରେ ନୁହେଁ ବରଂ

ତାଙ୍କର ସାନ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଆମେ କଥା ହେଉଛୁ ସଲମାନ ଖାନଙ୍କର ଅନସ୍କ୍ରୀନ ସାନ ଭଉଣୀ ଆଶିକା ଭାଟିୟାଙ୍କ ବିଷୟରେ । ଆଶିକା ସଲମାନଙ୍କ ସହିତ ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ରେ ନଜର ଆସି ସାରିଛନ୍ତି । ଏହି ଫିଲ୍ମରେ ସେ ସଲମାନ ଖାନଙ୍କର ସାନ ଭଉଣୀ ହୋଇଥିଲେ । କହିଦେଉଛୁ କି ବର୍ତ୍ତମାନ ସୋସିଆଲ ମିଡିଆରେ ଆଶିକା ବହୁତ ହଲଚଲ ସୃଷ୍ଟି କରିଛନ୍ତି । ଫିଲ୍ମରେ ଛୋଟ ଝିଅ ଦେଖା ଯାଉଥିବା ଏହି ଅଭିନେତ୍ରୀ ଅସଲ ଜୀବନରେ ବହୁତ ଗ୍ଲୈମରସ ଅଟନ୍ତି ।

ଟିଭିର ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ଆଶିକା

ଆଶିକା ଭାଟିୟାଙ୍କ ଜନ୍ମ ଦିଲ୍ଲୀରେ ୧୫ ଡିସେମ୍ବର ୧୯୯୯ରେ ହୋଇଥିଲା । ସେ ବର୍ତ୍ତମାନ ୧୯ ବର୍ଷର ଅଟନ୍ତି । ସେ ୯ ବର୍ଷ ବୟସରୁ ହିଁ ଟିଭି ସିରିୟଲରେ କାମ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କୁ ‘ମୀରା’ ଓ ‘ପରୱରିଶ-କୁଛ ଖଟ୍ଟୀ କୁଛ ମୀଠୀ’ ଭଳି ସିରିୟଲରେ କାମ କରି ଅସଲ ପରିଚୟ ମିଳିଥିଲା । ଆଜି ତାଙ୍କୁ ଘରେ ଘରେ ଚିହ୍ନିଛନ୍ତି । ଆଶିକା ପ୍ରଥମେ ସୁରତ ରେ ରହି ପଢୁଥିଲେ । ବର୍ତ୍ତମାନ ସେ ମୁମ୍ବାଇରେ ନିଜର ଶିକ୍ଷା ପୁରା କରୁଛନ୍ତି ।

ଅସଲ ଜୀବନରେ ଦେଖା ଯାଆନ୍ତି ବହୁତ ହଟ

ଆଶିକା ଦେଖିବାକୁ ବହୁତ ହଟ ଓ ସୁନ୍ଦର ଅଟନ୍ତି । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରୁହନ୍ତି ଓ ସେ ପ୍ରାୟତଃ ନିଜର ଫଟୋ ଶେୟାର କରିଥାନ୍ତି । ଆଶିକାଙ୍କର ଫଟୋ ସୋସିଆଲ ମିଡିଆରେ ନିଆଁ ଲଗାଇ ଦିଏ । କହିଦେଉଛୁ କି ଆଶିକାଙ୍କର ଇଂଷ୍ଟାଗ୍ରାମରେ ହଜାର ହଜାର ଫଲୋଅର୍ସ ଅଛନ୍ତି । ଆଜି ଆମେ ଆପଣଙ୍କ ପାଇଁ ଆଶିକାଙ୍କର କିଛି ହଟ ଓ ଗ୍ଲୈମରସ ଫଟୋ ନେଇ ଆସିଛୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।