ବାପ-ପୁଅ ଉଭୟଙ୍କ ସହିତ ରୋମାନ୍ସ କରି ସାରିଛନ୍ତି Bollywood ର ଏହି 4 ଜଣ Actress, 3 ନମ୍ବର Actress ଙ୍କ ନାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବଲିଉଡ ଅନେକ କଥାରେ ହଲିଉଡ ସହ ସମାନ ହେବାକୁ ଚେଷ୍ଟା କରିଥାଏ । କିନ୍ତୁ ଗୋଟିଏ ମାମଲାରେ ବଲିଉଡ ଏ ଯାଏଁ ହଲିଉଡ ଠାରୁ ପଛରେ ରହିଛି । ତାହା ହେଉଛି ବଲିଉଡର କଳାକାର ମାନଙ୍କର ବଯସର ପାର୍ଥକ୍ଯ ଯାହା ଅଭିନେତାଙ୍କ ବୟସ ୬୦ରୁ ୭୦ବର୍ଷ ହୋଇଥିଲେ ଅଭିନେତ୍ରୀଙ୍କର ବୟସ ୩୦ରୁ ୩୫ବର୍ଷ ମଧ୍ୟରେ ଫିଲ୍ମ କ୍ଯାରିୟର ଶେଷ ହୋଇଥାଏ । ପୁରୁଣା ଯୁଗରେ ଯେବେ ଅଭିନେତ୍ରୀ ମାନଙ୍କୁ ୩୦ ବର୍ଷ ହେଉଥିଲା ସେମାନେ ୫୦ବର୍ଷର ଅଭିନେତାଙ୍କ ସହ ରୋମାନ୍ସ କରୁଥିଲେ ।

ସେହି ସମୟରେ ବାପ ଓ ପୁଅ ଦୁହେଁ ବଲିଉଡ ଇଣ୍ଡଷ୍ଟ୍ରିରେ ଏକାଠି କାମ କରୁଥିଲେ । ୮୦ଦଶକରେ ଧର୍ମେନ୍ଦ୍ର ଓ ସନି ଦେୱଲ ଗୋଟିଏ ଫିଲ୍ମରେ ଗୋଟିଏ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାର ଦେଖାଯାଇଥିଲେ । 

ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ମାଧୁରୀ ଦୀକ୍ଷିତ ପରିଚିତ ଅଟନ୍ତି । ସେ କମରସିଆଲ ଫିଲ୍ମ ଠାରୁ ଆରମ୍ଭ କରି “ମୃତ୍ୟୁଦଣ୍ଡ” ଭଳି ସିରିଏସ ଫିଲ୍ମରେ କାମ କରିସାରିଛନ୍ତି । ନିଜ କ୍ଯାରିୟରରେ ସେ “ଦୟାବାନ” ଫିଲ୍ମରେ ବିନୋଦ ଖନାଙ୍କ ସହ ଅଭିନୟ କରି ଫିଲ୍ମ “ମୋହବତ”ରେ ତାଙ୍କ ପୁଅ ଅକ୍ଷୟ ଖନାଙ୍କ ସହ ରୋମାନ୍ସ କରିଥିଲେ ।

ଅଭିନେତ୍ରୀ ଡିମ୍ପଲ କପାଡିଆ ବଲିଉଡରେ କେବଳ ଧର୍ମେନ୍ଦ୍ର ଓ ସାନି ଦେୱଲଙ୍କ ବ୍ଯତୀତ ବିନୋଦ ଓ ଅକ୍ଷୟ ଖାନାଙ୍କ ସହ ରୋମାନ୍ସ କରିସାରିଛନ୍ତି । ବିନୋଦ ଖନାଙ୍କ ସହ “ଖୁନ କା କର୍ଜ” ଫିଲ୍ମରେ ଓ ଅକ୍ଷୟ ଖନାଙ୍କ ସହ “ଦିଲ ଚାହାତା ହେ” ଫିଲ୍ମରେ କାମ କରିଥିଲେ । ସେହିପରି ଧର୍ମେନ୍ଦ୍ରଙ୍କ ସହ “ବଟୱାରା”, “ସେହଜାଦେ” ଫିଲ୍ମରେ ଓ ସନୀଙ୍କ ସହ “ନରଶିହମା”, “ମଞ୍ଜିଲମଞ୍ଜିଲ” ଫିଲ୍ମରେ ରୋମାନ୍ସ କରିବାର ନଜର ଆସିଥିଲେ ।

ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀ ନିଜର ପ୍ରଥମ ଫିଲ୍ମ “ସପନୋ କା ସୌଦାଗର”ରେ ରାଜ କପୁରଙ୍କ ସହ କାମ କରିଥିଲେ । ସେହିପରି ଫିଲ୍ମ “ହାଥ କି ସଫାଇ”ରେ ରାଜ କପୁରଙ୍କ ପୁଅ ରଣଧୀର କପୁର ଓ “ଏକ ଚାଦର ମିଲି ସି” ଫିଲ୍ମରେ ରିଷି କପୁରଙ୍କ ସହ ନଜର ଆସିଥିଲେ ।

ଅଭିନେତ୍ରୀ ଶ୍ରୀ ଦେବୀ ମଧ୍ୟ ଧର୍ମେନ୍ଦ୍ର ଓ ସନି ଦେୱାଲଙ୍କ ସହ କମ କରିଛନ୍ତି । ଶ୍ରୀଦେବୀ ହିରୋଇନ ଭାବେ “ନାକାବନ୍ଦି” ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହ ଓ ଫିଲ୍ମ “ଚାଲବାଜ”, “ନିଗାହେଂ”, “ରାମ ଅବତାର” ଆଦି ଫିଲ୍ମରେ ସାନି ଦେୱଲ ସହ ରୋମାନ୍ସ କରିବାର ନଜର ଆସିଥିଲେ ।

ଅଭିନେତ୍ରୀ ଜୟା ପ୍ରଦା ଉଭୟ ଧର୍ମେନ୍ଦ୍ର ଓ ସାନି ଦେୱଲଙ୍କ ସହ କାମ କରିସାରିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ଜୟା “ଫରିସ୍ତେ”, “ଶେହଜାଦେ”, “ନ୍ୟାୟଦାତା”, “ଗଙ୍ଗା ତେରେ ଦେଶ ମେ” ଆଦି ଫିଲ୍ମରେ ଓ ସନି ଦେୱଲଙ୍କ ସହ “ବୀରତା” ଓ “ଜବରଦସ୍ତ” ଫିଲ୍ମରେ ହିରୋଇନ ଭାବେ ନଜର ଆସିଥିଲେ ।

ଅଭିନେତ୍ରୀ ଅମୃତା ସିଂ “ବେତାବ” ଫିଲ୍ମରୁ ନିଜର ବଲିଉଡରେ କ୍ଯାରିୟର ଆରମ୍ଭ କରିଥିଲେ ଯେଉଁଥିରେ ସେ ସନି ଦେୱଲଙ୍କ ସହ କାମ କରିଥିଲେ । ପରେ ଅମୃତା “ସଚ୍ଚାଇ କି ତାକତ ମେ” ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହ କାମ କରିଥିଲେ । ଏହି ପରି ଭାବେ ସେ ବାପା ଓ ପୁଅଙ୍କ ସହ ଫିଲ୍ମରେ ରୋମାନ୍ସ କରିବାର ନଜର ଆସିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।