Kiran Rao ଙ୍କ ପରେ ଏବେ ତୃତୀୟ ଥର ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି Amir Khan ? ରିଲ୍ ଲାଇଫ ଝିଅ ସଙ୍ଗେ ବିବାହକୁ ନେଇ ହେଉଛି ଚର୍ଚ୍ଚା

ଅମିର ଖାନଙ୍କୁ ବଲିଉଡର ମିଷ୍ଟର ପରଫେକ୍ଟସନିଷ୍ଟ ବୋଲି କୁହାଯାଏ । କାରଣ ସେ ସମୟକୁ ନେଇ ସର୍ବଦା ଖୁବ ସିରିୟସ ରୁହନ୍ତି । ନିଜ ପ୍ରଫେସନାଲ ଲାଇଫକୁ ନେଇ ସେ ଯେତେ ପରଫେକ୍ଟ ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ଅଡୁଆ ସୂତାରେ ଗୁଡେଇ ହେବା ପରି ରହି ଆସିଛି । ଚଳିତ ବର୍ଷ ସେ ନିଜ ଦ୍ଵିତୀୟ ପତ୍ନୀ କିରଣ ରାଓଙ୍କୁ ଡିଭୋର୍ସ ଦେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଅମିର ଓ କିରଣ ଏବେ ଏକାଠି ରହୁ ନଥିଲେ ମଧ୍ୟ ଅନେକ ସମୟରେ ଭଲ ବନ୍ଧୁ ପରି ତାଙ୍କୁ ଏକାଠି ଦେଖିବାକୁ ମିଳୁଛି ।

କିରଣଙ୍କ ସହ ବିବାହ ପୂର୍ବରୁ ଅମିର ଖାନ ରୀନା ଦତ୍ତାଙ୍କୁ ବିବାହ କରିଥିଲେ । ପ୍ରଥମ ବିବାହାରୁ ତାଙ୍କର ଗୋଟିଏ ପୁଅ ଜୁନେଦ ଓ ଗୋଟିଏ ଝିଅ ଇରା ଅଛନ୍ତି । ପ୍ରଥା ଡିଭୋର୍ସ ପରେ ସେ ୨୦୦୫ରେ କିରଣଙ୍କୁ ବିବାହ କରିଥିଲେ । କିରଣଙ୍କ ଠାରୁ ଅମିରଙ୍କ ଆଜାଦ ନାମକ ଗୋଟିଏ ପୁଅ ଅଛି । ତେବେ ବର୍ତ୍ତମାନ ପୁଣି ଥରେ ଅମିର ଖାନ ଚର୍ଚ୍ଚାରେ ଆସିଛନ୍ତି । ଆଉ ଏହାର କାରଣ ହେଉଛି ତାଙ୍କର ତୃତୀୟ ବିବାହ ।

ଏକ ମି-ଡି-ଆ ରି-ପୋ-ର୍ଟ ଅନୁଯାୟୀ ଅମିର ଖାନ ବହୁତ ଶୀଘ୍ର ତୃତୀୟ ବିବାହ କରିବାକୁ ଯାଉଛନ୍ତି ଓ ଏହାର ପ୍ରସ୍ତୁତିରେ ମଧ୍ୟ ଲାଗି ପଡିଛନ୍ତି । ବର୍ତ୍ତମାନ ଅମିର ଖାନ ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ର ସୁଟି॰ରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ‘୩-ଇଡିଅଟସ୍’ ପରେ ଅଭିନେତ୍ରୀ କରୀନା କପୁର ପୁଣି ଥରେ ତାଙ୍କ ସହ ଏହି ଫିଲ୍ମରେ ନଜର ଆସିବେ । ଆଉ ଉଭୟଙ୍କ ପ୍ରଶଂସକ ମାନେ ଏହି ଫିଲ୍ମକୁ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କିନ୍ତୁ ଫିଲ୍ମ ଠାରୁ ଅମିରଙ୍କ ତୃତୀୟ ବିବାହକୁ ନେଇ ଅଧିକ ଚର୍ଚ୍ଚା ଜୋର ଧରିଛି ।

ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କ ତୃତୀୟ ବିବାହକୁ ନେଇ ଅଫୱାହା ଶୁଣିବାକୁ ମିଳୁଛି ଓ ପ୍ରତ୍ଯେକ ଏ କଥା ଜାଣିବାକୁ ଆଗ୍ରହୀ ହେଉଛନ୍ତି କି ଏଥର ଅମିର କାହାକୁ ବିବାହ କରିବେ । ତେବେ ସେ ଯାହାଙ୍କୁ ବିବାହ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ସେ ହେଉଛନ୍ତି ତାଙ୍କ ସହ ଆଗରୁ ଫିଲ୍ମରେ କାମ କରି ସାରିଥିବା ଅଭିନେତ୍ରୀ ଫତିମା ସନା ଶେଖ । ଫିଲ୍ମ ‘ଦଙ୍ଗଲ’ ର ଅଭିନେତ୍ରୀ ଫତିମାଙ୍କ ପ୍ରେମରେ ପଡି ଯାଇଥିବାରୁ ଅମିର କିରଣଙ୍କ ଠାରୁ ଡିଭୋର୍ସ ନେଇଥିବା ମଧ୍ୟ ଶୁଣିବାକୁ ମିଳୁଛି ।

ତେବେ ଫତିମା ଦୁଇଟି ଫିଲ୍ମରେ ଅମିରଙ୍କ ସହ କାମ କରି ସାରିଥିବା ବେଳେ ସେ ଅମିରଙ୍କୁ ଗୁରୁ ମାନାନ୍ତି । ଏକ ଇଣ୍ଟରଭ୍ୟୁରେ ସେ ସ୍ପଷ୍ଟ ଭାବେ କହିଥିଲେ କି ଅମିର ଖାନ ଓ ସେ କେବଳ ଭଲ ବନ୍ଧୁ ଅଟନ୍ତି । ଏହାଠାରୁ ଅଧିକ କାହା ମନରେ ଆଉ କିଛି ନାହିଁ । ତେବେ ଏଥିରୁ ଜଣାପଡେ ଯେ ଅମିରଙ୍କ ତୃତୀୟ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଏକଦମ ବେବୁନିଆଦ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।