Bollywood ର 4 ଯୋଡିଙ୍କ ପ୍ରେମ କାହାଣୀ ଯାହା ସବୁଦିନ ପାଇଁ ରହିଗଲା ଅଧାରେ

ବଲୀଉଡର ଦୁନିଆ ବହୁତ ଚମକଦାର ଅଟେ । ଏମିତିରେ ଏହି ଇଣ୍ଡଷ୍ଟ୍ରିରେ ଷ୍ଟାରମାନଙ୍କର ପରସ୍ପର ପ୍ରତି ଆକର୍ଷିତ ହେବା କୌଣସି ବଡ କଥା ନୁହେଁ । ଏକତ୍ରିତ ଶୁଟିଙ୍ଗ କରିବା ସମୟରେ ଏହି ଷ୍ଟାରମାନେ ପରସ୍ପରର ବହୁତ ପାଖାପାଖି ଚାଲି ଆସନ୍ତି । ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନେ କୌଣସି ନା କୌଣସି ଷ୍ଟାରର ପ୍ରେମରେ ପଡି ଯାଇଛନ୍ତି । କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ ଏମିତି ବି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ଭଲ ପାଇବା ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ଓ ଏମାନଙ୍କର ଲଭ ଷ୍ଟୋରି ଅଧାରେ ରହିଗଲା । ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ଯୋଡିମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କର ପ୍ରେମ କାହାଣୀ ଅଧୁରୀ ରହି ଯାଇଛି । ଆସନ୍ତୁ ଜାଣିବା ଏହି ଷ୍ଟାରମାନଙ୍କ ବିଷୟରେ ।

ଗୋବିନ୍ଦା ଓ ନୀଲମ କୋଠାରୀ

୯୦ ଦଶକରେ ବଡ ପରଦାରେ ଗୋବିନ୍ଦା ଓ ନୀଲମ କୋଠାରୀଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ । ରିୟଲ ଲାଇଫ ବି ଗୋବିନ୍ଦା ଓ ନୀଲମ କୋଠାରୀ ପରସ୍ପରର ପ୍ରେମରେ ପଡି ଯାଇଥିଲେ । ଗୋବିନ୍ଦା ନୀଲମଙ୍କୁ ବିବାହ ବି କରିବାକୁ ଚାହୁଁଥିଲେ । କିନ୍ତୁ ଗୋବିନ୍ଦାଙ୍କ ମା ଗୋବିନ୍ଦାଙ୍କର ବିବାହ ନୀଲମ ସହ କରିବାକୁ ଚାହୁଁ ନ ଥିଲେ । ଏହା ପରେ ରିଷି ସେଥିୟା ସହ ଓ ପରେ ସମୀର ସୋନିଙ୍କୁ ବିବାହ କରି ନେଲେ । ଏହିଭଳି ଭାବରେ ଏହି ଦୁଇ ଜଣଙ୍କର ପ୍ରେମ କାହାଣୀ ଅଧାରେ ରାହିଗଲା ।

ନାନା ପାଟେକର ଓ ମନୀଷା କୋଇରାଲା

ଅଭିନେତା ନାନା ପାଟେକର ଓ ଅଭିନେତ୍ରୀ ମନୀଷା କୋଇରାଲା ଫିଲ୍ମ ଅଗ୍ନିସାକ୍ସିରେ ସ୍ଵାମୀ ସ୍ତ୍ରୀଙ୍କ ରୋଲ କରିଥିଲେ । ସୂତ୍ର ଅନୁସାରେ ରିୟଲ ଲାଇଫରେ ବି ଏହି ଦୁଇ ଜଣ ଷ୍ଟାର ପରସ୍ପରର ପ୍ରେମରେ ପଡି ଯାଇଥିଲେ । କିନ୍ତୁ ସେହି ସମୟରେ ନାନା ପାଟେକର ବିବାହିତ ଥିଲେ । କିନ୍ତୁ ମନୀଷା କୋଇରାଲା ଚାହୁଁଥିଲେ କି ନାନା ନିଜର ସ୍ତ୍ରୀଙ୍କୁ ତଲାକ ଦେଇ ତାଙ୍କୁ ବିବାହ କରନ୍ତୁ । କିନ୍ତୁ ନାନା ମନୀଷା କୋଇରାଲାଙ୍କ ଏହି କଥାରେ ରାଜି ହେଲେ ନାହିଁ । ଏହା ପରେ ଦୁଇ ଜଣଙ୍କର ରାସ୍ତା ଅଲଗା ହୋଇଗଲା ।

ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ

ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତଙ୍କ ପ୍ରେମ କାହାଣୀର ଚର୍ଚା ଚାରିଆଡେ ଶୁଣିବାକୁ ମିଳୁଥିଲା । ଦୁଇ ଜଣ ଏକତ୍ରିତ ବହୁତ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ଶୁଟିଙ୍ଗ ସମୟରେ ହିଁ ଦୁଇ ଜଣ ପରସ୍ପରର ପ୍ରେମରେ ପଡିଗଲେ । କିନ୍ତୁ ସଞ୍ଜୟ ଦତ୍ତଙ୍କ ପର୍ସନାଳ ଲାଇଫ ଦୁଇ ଜଣଙ୍କ ସମ୍ପର୍କ ମଧ୍ୟରେ ଚାଲି ଆସିଲା । କହିବାକୁ ଗଲେ ସଞ୍ଜୟ ଦତ୍ତ ପ୍ରଥମରୁ ହିଁ ବିବାହିତ ଥିଲେ ଓ ତାଙ୍କର ଗୋଟିଏ ଝିଅ ବି ଥିଲା । ସେଥିପାଇଁ ମାଧୁରୀ ଏହି ବିବାହ ପାଇଁ କେବେ ବି ହଁ କହିଲେ ନାହିଁ ଓ ଦୁଇ ଜଣଙ୍କ ପ୍ରେମ କାହାଣୀ ଅଧାରେ ରହିଗଲା ।

ଶେଖର କପୁର ଓ ଶବାନା ଆଜ଼ମୀ

ଶେଖର ଅପୁର ଓ ଶବାନା ଆଜ଼ମୀ ପ୍ରଥମେ ପରସ୍ପର ସହ ସାକ୍ଷାତ କରିଲେ ଓ ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହେଲା । କିଛି ସମୟ ପରେ ଦୁଇ ଜଣ ପରସ୍ପରର ପ୍ରେମରେ ପଡିଗଲେ । ୭ ବର୍ଷ ପର୍ଯ୍ୟନ୍ତ ଶେଖର ଓ ସାବନା ଲିବଇନ ରିଲେସନଶିପରେ ବି ରହିଲେ । କିନ୍ତୁ ଏମାନଙ୍କର ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ । ଶେଷରେ ଦୁଇ ଜଣ ପରସ୍ପର ଠାରୁ ଅଲଗା ହୋଇଗଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।