ଧୋଖେବାଜ ଲୋକଙ୍କୁ ଚିହ୍ନିବାର 4 ତରିକା, ସେମନେ ଏହି ଭୁଲ ନିଶ୍ଚୟ କରିଥାନ୍ତି -Krishna Vani

ଆଜିକାଲି ସବୁ ବ୍ୟକ୍ତି ଭାବନ୍ତି କି ତାଙ୍କ ସହ ମିଶୁଥିବା ବ୍ୟକ୍ତି ତାଙ୍କୁ ମିଛ କହୁ ନାହିଁ ତ । ଆପଣଙ୍କ ସହିତ ବିଶ୍ଵାସଘାତ କରୁ ନାହିଁ ତ । ଯଦି ଆପଣ କୌଣସି ନୂଆ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି କି ଆପଣ କାହା ଉପରେ ବିଶ୍ଵାସ କରିବାକୁ ଚାହୁଁଛନ୍ତି ତେବେ ସବୁଠୁ ପ୍ରଥମେ ଆପଣ ଭାବନ୍ତି କି ସାମ୍ନାରେ ଥିବା ଲୋକ ଆପଣଙ୍କୁ ସବୁ କଥା ସତ କହୁଛି ନା ମିଛ କହୁଛି । ତେବେ ଆସନ୍ତୁ ଜାଣିବା ଏହିଭଲି ବ୍ୟକ୍ତିଙ୍କୁ ଆପଣ କିପରି ଚିହ୍ନିବେ । ଯଦି ଆପଣ ଅଳ୍ପ ବୁଦ୍ଧି ଖଟାଇବେ ତେବେ ବହୁତ ସହଜରେ ଆପଣ ଏହିଭଳି ଲୋକମାନଙ୍କୁ ଚିହ୍ନି ପାରିବେ ।

ପ୍ରଥମ ଉପାୟ

ଯେତେବେଳେ ଆପଣ ତାଙ୍କ ସହ କଥାବାର୍ତ୍ତା କରିବେ ତେବେ ଆପଣ ଦେଖିବେ କି ସେ ଆପଣଙ୍କୁ କିଛି କଥା ଲୁଚାଉ ନାହିଁ ତ । କହିବାକୁ ଗଲେ ସତ ଲୁଚାଇବାକୁ ଯାଇ ସେ ଆପଣଙ୍କୁ ଏପଟ ସେପଟ କଥା କହିଥାଏ । ଯଦି ଆପଣ ତାଙ୍କୁ ସେ କଥା ବିଷୟରେ ପଚାରିବେ ସେ କଥା ବଦଳେଇ ଅନ୍ୟ କଥା ବିଷୟରେ ଆଲୋଚନା କରିବେ ।

ଦ୍ଵିତୀୟ ଉପାୟ

କହିବାକୁ ଗଲେ ବିଶ୍ଵାସଘାତକ ଲୋକ ବହୁତ ସ୍ଵାର୍ଥୀ ଅଟନ୍ତି । ସେମାନେ ନିଜ ଫାଇଦା ପାଇଁ ଯଦି ସାମ୍ନା ବାଲାର କ୍ଷତି କରିବାକୁ ହୁଏ ତେବେ ସେମାନେ ଏହା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେମାନେ ସବୁବେଳେ ନିଜ ବିଷୟରେ ଭାବୁଥିବେ ଏବଂ ଆପଣଙ୍କ ସହ ତାଙ୍କର କୌଣସି ମତଲବ ନ ଥାଏ । ଆପଣ ଥରେ ଚିନ୍ତା କରନ୍ତୁ ଆପଣଙ୍କ ଚାରିପାଖରେ ଏହିପରି ସାଙ୍ଗ କିମ୍ବା ସମ୍ପର୍କୀୟ ନିଶ୍ଚିତ ଥିବେ ଯେଉଁ ମାନେ କି ନିଜର ଫାଇଦା ଦେଖୁଥିବେ ।

ତୃତୀୟ ଉପାୟ

ମିଛ କହୁଥିବା ବ୍ୟକ୍ତି କେବେ ବି ଆପଣଙ୍କର କୌଣସି ଅସୁବିଧା ସମୟରେ ସାହାର୍ଯ୍ୟ କରନ୍ତି ନାହିଁ । କିନ୍ତୁ ସେମାନେ ସବୁବେଳେ କହୁଥିବେ କି ଆପଣଙ୍କୁ ଅସୁବିଧା ସମୟରେ ସାହାର୍ଯ୍ୟ କରିବେ । କିନ୍ତୁ ଯେତେବେଳେ ଆପଣଙ୍କ ଉପରେ କୌଣସି ସମସ୍ୟା ପଡେ ସେତେବେଳେ ସେ ଦେଖା ଦିଅନ୍ତି ନାହିଁ । କାରଣ ବିଶ୍ଵାସଘାତ କରିବା ତାଙ୍କର ପ୍ରକୃତିରେ ଥାଏ ।

ଚତୁର୍ଥ ଉପାୟ

ମିଛୁଆ ଲୋକଙ୍କର ମୁଖ୍ୟ ଅଭ୍ୟାସ ସେମାନେ ସବୁବେଳେ ଆପଣଙ୍କ ଉପରେ କ୍ରୋଧ କରିଥାନ୍ତି । ଯେ କୌଣସି ଘଟଣା ଘଠୁ ନା କାହିଁକି ସେମାନେ ଆପଣଙ୍କୁ ଦୋଷୀ ବୋଲି ଭାବିବେ । ଯେତେବେଳେ ଆପଣ କୌଣସି ମିଛୁଆ ଲୋକକୁ ଧରିବାକୁ ଚାହିଁବେ ସେତେବେଳେ ଆପଣ ତାଙ୍କର କଥା କହିବାର ଶୈଳୀକୁ ଜାଣିବାକୁ ଚେଷ୍ଟା କରନ୍ତୁ ।

ଏହି ସମୟରେ ଆପଣ ତାଙ୍କର ଆଖି ଓ କଥା ଉପରେ ଧ୍ୟାନ ଦେବେ ଦେଖିବେ ଯେତେବେଳେ ସେ ଆପଣଙ୍କୁ ମିଛ କଥା କହୁଥିବେ ସେତେବେଳେ ଆପଣଙ୍କ ସହ ଆଖି ଲୁଚାଇବାକୁ ଚେଷ୍ଟା କରିବେ । ସେ ଗୋଟିଏ କଥା କହୁ ଥିବେ ପୁଣି ଆଉ ଗୋଟିଏ କଥାରେ ଆପଣଙ୍କୁ ବୁଲାଇବାକୁ ଚେଷ୍ଟା କରୁଥିବେ । ସେଥିପାଇଁ ତାଙ୍କର ମିଛ ଧାରା ପଡିଯାଏ । ମିଛୁଆ ବା ବିଶ୍ଵାସଘାତକ ଲୋକ ସବୁ ବେଳେ ଆପଣଙ୍କୁ ନିଚ୍ଚ ଦେଖେଇବାକୁ ଚେଷ୍ଟା କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।