33 ବର୍ଷ ପରେ ଆଜି ଏତେ ବଦଳି ଯାଇଛନ୍ତି ରାମାୟଣର ଏହି ସବୁ ବଡ କଳାକାର!

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଆଲ ରାମାୟଣ ର କିଛି ପ୍ରସିଦ୍ଧ କଳାକାର ଙ୍କ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ୮୦ ଦଶକ ର ପ୍ରସିଦ୍ଧ ସିରିଆଲ ରାମାୟଣ ସେହି ସମୟରେ ଟିଭି ରେପ୍ରସାରିତ ହେଉଥିଲା । ଏହି ସିରିଆଲ ଟିଭି ଇତିହାସ ର ସବୁଠାରୁ ଅଧିକ ପ୍ରସିଦ୍ଧ ସିରିଆଲ ଅଟେ । ଏହି ସିରିଆଲ ବିଭିନ୍ନ ରେକର୍ଡ ତିଆରି କରିଥିଲା । ଶୁଣିବାକୁ ମିଳେ ଯେ ସେହି ସମୟରେ ଦର୍ଶକ ମାନେ ଏହି ସିରିଆଲ ଟିଭି ରେ ପ୍ରସାରିତ ହେଉଥିବା ସମୟରେ ଦେଖିବା ନିମନ୍ତେ ଲୋକ ମାନଙ୍କ ଘରେ ଭିଡ଼ ଜମା ହୋଇଯାଉଥିଲା ।

ସମସ୍ତ ଦର୍ଶକ ଏହି ସିରିଆଲ ଦେଖିବାକୁ ଚାହୁଁଥିଲେ । ଏହି ସିରିଆଲ ରେ ଅଭିନୟ କରିଥିବା କଳାକାର ଘରେ ଘରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଏହା ମଧ୍ୟ ଶୁଣିବାକୁ ମିଳେ ଯେ ଲୋକ ମାନେ ସେହି କଳାକାର ମାନଙ୍କୁ ସ୍ୱୟଂ ଭଗବାନ ଙ୍କ ରୂପ ବୋଲି ମାନି ନେଇଥିଲେ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ପ୍ରସିଦ୍ଧ କଳାକାର ଙ୍କ ସମ୍ବନ୍ଧରେ ଜଣାଇବୁ ଯେ, ବର୍ତ୍ତମାନ ସମୟରେ ସେ କିଭଳି ଅଛନ୍ତି ଏବଂ କଣ କରୁଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ କଳାକାର ଜଣକ ହେଉଛନ୍ତି ‘ରେଣୁ ଧାରିୱାଲ’ । ଏହି ଅଭିନେତ୍ରୀ ଜଣକ ଏହି ସିରିଆଲ ରେ ରାବଣ ର ଭଉଣୀ ସୁପର୍ଣଖା ର ଭୂମିକା ରେ ଅଭିନୟ କରିଥିଲେ । ସେହି ସମୟରେ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ପୂର୍ବ ଅପେକ୍ଷା ବହୁତ ବଦଳି ସାରିଛନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ କଳାକାର ଜଣକ ହେଉଛନ୍ତି, ‘ଅରୁଣ ଗୋବିଲ’ । ଏହି ଅଭିନେତାଙ୍କୁ ସିରିଆଲ ରାମାୟଣ ର ପରଦାରେ ରାମ ଙ୍କ ଅବତାର ରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଅବତାର କୁ ଦେଖି ଦର୍ଶକ ମାନେ ସ୍ୱୟଂ ଭଗବାନ ରାମଚନ୍ଦ୍ର ଙ୍କ ରୂପ ବୋଲି ମାନି ନେଇଥିଲେ ଏବଂ ତାଙ୍କ ପୂଜା କରିବାକୁ ଲାଗିଥିଲେ । ବନ୍ଧୁଗଣ ବର୍ତ୍ତମାନ ଏହି ଅଭିନେତା ୬୧ ବର୍ଷ ବୟସ ର ଅଟନ୍ତି । ଅଭିନେତା ଅରୁଣ ଗୋବିଲ ଙ୍କ ନିଜର ଏକ ପ୍ରଡକ୍ସନ କମ୍ପାନୀ ରହିଛି ଏବଂ ବର୍ତ୍ତମାନ ସମୟରେ ସେ ଟିଭି ସିରିଆଲ ପ୍ରଡ୍ୟୁସ କରୁଛନ୍ତି ।

୩. ବନ୍ଧୁଗଣ ତୃତୀୟ କଳାକାର ଜଣକ ହେଉଛନ୍ତି, ‘ଦୀପିକା ଚିକଲିଆ’ । ଏହି ଅଭିନେତ୍ରୀ ଙ୍କୁ ରାମାୟଣ ସିରିଆଲ ର ପରଦାରେ ସୀତା ମାତା ଙ୍କ ଅବତାର ରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଅବତାର ଦର୍ଶକ ମାନଙ୍କୁ ସମ୍ପୂର୍ଣ୍ଣ ରୂପରେ ମୋହିତ କରିଥିଲା । ଦୀପିକା ନିଜ କ୍ୟାରିଆର ର ଆରମ୍ଭ ଫିଲ୍ମ ମାଧ୍ୟମରୁ କରିଥିଲେ ।

କିନ୍ତୁ ଏହି ସିରିଆଲ ରେ ମାତା ସୀତା ଙ୍କ ରୂପରେ ଅଭିନୟ କରିବା ପରେ ତାଙ୍କ ପ୍ରତି ଦର୍ଶକ ମାନଙ୍କର ଲୋକପ୍ରିୟତା ଅଧିକ ମାତ୍ରାରେ ବଢି ଯାଇଥିଲା ଏବଂ ଅଭିନେତ୍ରୀ ଦୀପିକା ଙ୍କ କ୍ୟାରିଆର କ୍ଷେତ୍ରରେ ଏହା ଖୁବ ପ୍ରଭାବ ପକାଇଥିଲା । ବର୍ତ୍ତମାନ ସମୟରେ ଅଭିନେତ୍ରୀ ଦୀପିକା ପୂର୍ବ ଅପେକ୍ଷା ବହୁତ ମାତ୍ରା ରେ ବଦଳି ଯାଇଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

୪. ବନ୍ଧୁଗଣ ଚତୁର୍ଥ କଳାକାର ଜଣକ ହେଉଛନ୍ତି, ‘ଅରବିନ୍ଦ ତ୍ରିବେଦୀ’ । ଏହି ଅଭିନେତା ଙ୍କୁ ସିରିଆଲ ରାମାୟଣ ର ପରଦା ରେ ରାବଣ ଙ୍କ ଅବତାର ରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଅଵତାରକୁ ଦର୍ଶକ ମାନେ ଖୁବ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ପ୍ରଶଂସା କରିଥିଲେ । ଏହି ଅଭିନେତା ୯୦ ଦଶକରେ ହିଁ ଅଭିନୟ କ୍ଷେତ୍ରରୁ ବିଦାୟ ନେଇଥିଲେ ଏବଂ ରାଜନୀତି କ୍ଷେତ୍ରରେ ଯୋଗ ଦେଇଥିଲେ ।

ଏହି ଅଭିନେତା ଲୋକସଭା ର ଇଲେକ୍ସନ ରେ ଛିଡ଼ା ହୋଇଥିଲେ ଏବଂ ବିଜୟ ମଧ୍ୟ ହାସଲ କରିଥିଲେ । ଏହି ଅଭିନେତା ଜଣକ ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି ଏବଂ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରୁ ସବୁଦିନ ପାଇଁ ବିଦାୟ ନେଇ ସାରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।