South ଇଣ୍ଡଷ୍ଟ୍ରି ର ଯେଉଁ ହିରୋଇନ ମାନଙ୍କୁ ଆପଣ ଭାବୁଥିଲେ ସିଂଗଲ, ଅସଲ ଜୀବନରେ ସେମାନେ କରି ସାରିଛନ୍ତି ବିବାହ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ନାମ ସମଗ୍ର ବିଶ୍ୱରେ ପରିଚିତ । ସାଉଥ ଫିଲ୍ମ ର ଆକ୍ସନ ,ଲଭ,ରୋମାନ୍ସ, ଗୀତ ଇତ୍ୟାଦି ପାଇଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମଗ୍ର ବିଶ୍ୱରେ ପରିଚିତ ହୋଇ ପାରିଛି । ଏହା କେବଳ ସାଉଥ ର ଦମଦାର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ ସମ୍ଭବ ହୋଇପାରିଛି । ସାଉଥ ର ଅନେକ ଅଭିନେତ୍ରୀ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସୁନ୍ଦରତା ରେ ବଲିଉଡ ର ଅଭିନେତ୍ରୀ ମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଥାନ୍ତି ।

ଏହି ଅଭିନେତ୍ରୀ ମାନେ ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି । ତେବେ ବନ୍ଧୁଗଣ ଏମାନଙ୍କ ମଧ୍ୟରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରିଲ ଜୀବନ ରେ ଅବିବାହିତ ପରି ଦେଖା ଯାଇଥାନ୍ତି ଓ ଜମା ରୁ ବି ବିବାହିତ ପରି ଦେଖା ଯାଇ ନ ଥାନ୍ତି ।

କିନ୍ତୁ ଏମାନେ ନିଜର ଅସଲ ଜୀବନ ରେ ବିବାହିତ ଅଟନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ବିବାହିତ ଅଭିନେତ୍ରୀ ଙ୍କ ଵିଷୟ ରେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ମାନେ ଅବିବାହିତ ବୋଲି ଭାବିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବିଷୟ ରେ ଅଧିକ କଥା ।

୧. ସାମନ୍ଥ ରୁଥ ପ୍ରଭୁ-ସାମନ୍ଥ ରୁଥ ପ୍ରଭୁ ନିଜର ଚମତ୍କାର ଅଭିନୟ ଜରିଆ ରେ ଅନେକ ଲୋକଙ୍କ ମନରେ ଘର କରିଛନ୍ତି । ନିଜର ଲୁକ ମାଧ୍ୟମରେ ସେ ନିଜର ଅନେକ ଫ୍ୟାନ ବନେଇ ସାରିଛନ୍ତି । ତାଙ୍କର ସୋସିଆଲ ମିଡ଼ିଆ ରେ ବହୁତ ଫ୍ୟାନ ଅଛନ୍ତି । ତେବେ ବନ୍ଧୁଗଣ ଆପଣ ହୁଏ ତ ଜାଣି ନ ଥିବେ ଯେ ଏହି ଅଭିନେତ୍ରୀ ଜଣଙ୍କ ମଧ୍ୟ ବିବାହିତ ଅଟନ୍ତି । ସେ ୨୦୧୭ ମସିହା ରେ ନାଗା ଚୈତନ୍ୟ ଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ଜୀବନ ବର୍ତ୍ତମାନ ସମୟ ରେ ବହୁତ ଖୁସି କଟୁଛି ।

୨. ଶ୍ରୀୟା ସରଣ-ଶ୍ରୀୟା ତେଲୁଗୁ ସହିତ ହିନ୍ଦୀ ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି । ସେ ନିଜର ଅଭିନୟ ଜରିଆ ରେ ଅନେକ ଲୋକଙ୍କୁ ଦିୱାନା କରି ରଖିଛନ୍ତି । ସେ “ଶିବାଜୀ” ଭଳି ଫିଲ୍ମ ରେ ମଧ୍ୟ ନିଜର ଅଭିନୟ ର କମାଲ ଦେଖାଇ ସାରିଛନ୍ତି । ବନ୍ଧୁଗଣ ଆପଣ ଜାଣି କରି ଆଶ୍ଚର୍ଯ୍ୟ ହେବେ ଯେ ଶ୍ରୀୟା ମଧ୍ୟ ବିବାହିତ ଅଟନ୍ତି । ସେ ୨୦୧୮ ମସିହା ରେ ଆଣ୍ଡ୍ରେ କୋଶ୍ଚେଭ ଙ୍କୁ ବିବାହ କରିଥିଲେ । ସେ ଜଣେ ବ୍ୟବସାୟୀ ଅଟନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ମଧ୍ୟ ଶ୍ରୀୟା ଅବିବାହିତ ପରି ହିଁ ନଜର ଆସିଥାନ୍ତି ।

୩. କାଜଲ ଅଗ୍ରୱାଲ-କାଜଲ ଅଗ୍ରୱାଲ ଜଣେ ସଫଳ ନାୟିକା ଭାବ ରେ ବହୁତ ପରିଚିତ । ସେ ସାଉଥ ବ୍ୟତୀତ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ନିଜର ଅଭିନୟ ଜରିଆ ରେ ସେ ସମସ୍ତ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି । ତାଙ୍କ ଲୁକ ଓ ଷ୍ଟାଇଲ ରେ ଅନେକ ଦର୍ଶକ ଦିୱାନା ହୋଇ ଯାଇଥାନ୍ତି । କିନ୍ତୁ ବନ୍ଧୁଗଣ ଆପଣ ଜାଣି କରି ଆଶ୍ଚର୍ଯ୍ୟ ହେବେ ଯେ ଏହି ଅଭିନେତ୍ରୀ ଜଣଙ୍କ ବିବାହିତ ଅଟନ୍ତି । ସେ ଗୌତମ କୀଚଲୁ ଙ୍କୁ ୨୦୨୦ ମସିହା ରେ ବିବାହ କରିଥିଲେ । କିନ୍ତୁ ଅନେକ ଲୋକ ତାଙ୍କୁ ଏବେ ମଧ୍ୟ ଅବିବାହିତ ବୋଲି ଭାବିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।