Kajal Agarwal ନିଜ ହନିମୁନରେ ରହୁଥିବା ହୋଟେଲର ଗୋଟେ ରାତିର ଦାମ ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ଅଭିନେତ୍ରୀ କାଜଲ ଅଗରୱାଲ ନିଜ ବିବାହ ପର ଠାରୁ ଖୁବ ଚର୍ଚ୍ଚାରେ ରହୁଛନ୍ତି । କାଜଲଙ୍କର ହନିମୁନ ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କାଜଲ ନିଜ ହନିମୁନ ପାଇଁ ମାଲଡିଭ କୁ ଯାଇଛନ୍ତି ସେଠାରେ ସେ ଏକ ଅଣ୍ଡର ୱଟର ଭିଲାକୁ ହନିମୁନ ପାଇଁ ବାଛିଛନ୍ତି । କାଜଲ ଏହି ଅଣ୍ଡର ୱଟର ଭିଲା ରେ ରହିବା ପରେ ଏହି ଭିଲା ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି । ଅଣ୍ଡର ୱଟରରେ କାଜଲ ଙ୍କର ହନିମୁନ ।

ଗୋଟିଏ ରାତି ରହିବା ପାଇଁ କାଜଲ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଜାଣିଲେ ଆପଣଙ୍କର ହୋସ ଉଡ଼ିଯିବ । ଏହି ଭିଲା ର ନାମ ହେଉଛି ମୁରାକା ଏହି ଭିଲା ଖୁବ ଏକ୍ସପନ୍ସିଭ ଏବଂ ଅତ୍ୟନ୍ତ ସୁନ୍ଦର ଅଟେ । କିନ୍ତୁ ଏହି ଭିଲାରେ ରହିବା ପାଇଁ ଗୋଟିଏ ରାତି କାଟିବା ପାଇଁ ଖର୍ଚ୍ଚ କରିବାକୁ ପଡିବ ୫୦ ହଜାର ଡ଼ଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୩୭ ଲକ୍ଷ୍ୟ ଟଙ୍କା । ତେବେ ହୋଟେଲ ଟିକୁ ନିର୍ମାଣ କରିବାପାଇଁ ୧୫ ମିଲିୟନ ଡଲାର ଖର୍ଚ୍ଚ କରାଯାଇଛି ।

ଏହି ହୋଟେଲ ଟି ବିଶ୍ଵର ପ୍ରଥମ ଅଣ୍ଡର ୱଟର ଭିଲା ଅଟେ । ଏହି ଭିଲା ସମୁଦ୍ର ପତନ ଠାରୁ ୧୬ ଫୁଟ ତଳେ ଅବସ୍ଥିତ । ଏହାର କାନ୍ଥ ଗୁଡ଼ିକ କଚରେ ନିର୍ମିତ । ସମୁଦ୍ର ଜୀବ ମାନେ ଭିଲା ଭିତରୁ ଖୁବ ସହଜରେ ଦେଖା ଯାଇଥାନ୍ତି । ଏହି ଭିଲା ୨୦୧୮ ରେ ଖୋଲାଯାଇଥିଲା । ଏହା କନାଡ ମାଳଦିଭ ଦିପର ଏକ ଅଂଶ । ଏହି ଭିଲା ଇସ୍ପାତ କଙ୍କରିଟ ଏବଂ ଅକରିଲିକ ଦ୍ଵାରା ନିର୍ମିତ । ଏଥିରେ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏକ କ୍ଷେତ୍ର ରହୁଛି ।

ପୁରା ଭିଲା ବହୁତ ସୁନ୍ଦର ଭାବରେ ଡିଜାଇନ କରାଯାଇଛି । ଅଭିନେତ୍ରୀ କାଜଲ ଅଗରୱାଲ ସୋସିଆଲ ମିଡିଆରେ ହୋଟେଲ ର ଫୋଟୋ ସେୟାର କରିଛନ୍ତି । ସେଥିରେ ସମୁଦ୍ର ଜୀବ ଯେପରିକି ମାଛ ଖୁବ ସୁନ୍ଦର ଭାବରେ ହୋଟେଲ ଉପରେ ଖେଳୁଥିବାର ଜଣା ପଡ଼ିଛି । ଫଟୋର କାଜଲ ସ୍ବାମୀ ଗୌତମ ଙ୍କ ସହିତ ପୋଜ ଦେଇଥିବା ଦେଖିବାକୁ ମିଳିଛି । ତାହା ସହିତ ହୋଟେଲରେ ରହୁଥିବା ବେଡ଼ରୁମ ରେ ଫଟୋ ମଧ୍ୟ କାଜଲ ସେୟାର କରିଛନ୍ତି ।

ସୂଚନା ମୁତାବକ ୩୦ ଅକ୍ଟୋବରରେ କାଜଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପ୍ରେମିକା ଗୌତମ କିଚ୍ଚଲୁ ଙ୍କ ସହିତ ମୁମ୍ବାଇରେ ବିବାହ କରିଛନ୍ତି । କରୋନା ପାଇଁ କାଜଲ ଙ୍କ ବିବାହରେ ଅଳ୍ପ ସଂଖ୍ୟାର ଲୋକ ଯାଇଥିଲେ । କେବଳ ପରିବାର ବର୍ଗ ଙ୍କ ଉପସ୍ଥିତିରେ ବିବାହ କରିଛନ୍ତି କାଜଲ । ଅଭିନେତ୍ରୀ କାଜଲ ସାଉଥ ଇଣ୍ଡଷ୍ଟ୍ରିରେ ଖୁବ ପପୁଲାର । କାଜଲ ଙ୍କୁ ବଲିଉଡ ର ବହୁତ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି । ଯାହାକି ପ୍ରଶଂସକ ମାନଙ୍କ ମନରେ ଛାପ ଛାଡ଼ି ଯାଇଛି । କାଜଲ ନିଜ ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ସମସ୍ତଙ୍କ ମନରେ ରାଜ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।