ଚୀନ କେବେ ଭାବିବି ନଥିବ Donald Trump ଶେଷ ସମୟରେ ଏମିତି ପଦକ୍ଷେପ ନେବେ

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସାମ୍ନାକୁ ଆସିସାରିଛି । ଡେମୋକ୍ରେଟିବ ପାର୍ଟିର ଜୋ ବାଇଡନ ଦେଶର ଆଗାମୀ ରାଷ୍ଟ୍ରପତି ରୂପରେ ମନୋନୀତ ହୋଇସାରିଛନ୍ତି । କିନ୍ତୁ ଜୋ ବାଇଡନ ରାଷ୍ଟ୍ରପତିର ସମସ୍ତ ଦାୟିତ୍ଵକୁ ବହନ କରିବା ପାଇଁ ଆହୁରି ୨ ମାସର ସମୟ ଅଛି । ସେହି ସମୟ ପର୍ଯ୍ୟନ୍ତ ଡୋନାଲ୍ଡ ଟ୍ରମ୍ଫଙ୍କ ଶାସନ ଚାଲିବ । ଏମିତିରେ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ଫ ଏକ ନୂଆ ଆଦେଶ ଜାରି କରି ଦେଇଛନ୍ତି ।

ଏହି ନୂଆ ଆଦେଶ ଅନୁସାରେ ଆମେରିକାର ନାଗରିକ ବର୍ତ୍ତମାନ ଚୀନର କିଛି କମ୍ପାନୀ ଉପରେ ନିବେଶ କରି ପାରିବେ ନାହିଁ । ଏହା ସେହି କମ୍ପାନୀ ଅଟେ ଯାହା ବିଷୟରେ ଡୋନାଲ୍ଡ ଟ୍ରମ୍ଫଙ୍କ ସରକାର ଚିନ୍ତା କରୁଛି କି ଏହି କମ୍ପାନୀମାନେ ଏକ ପ୍ରକାରର ଚୀନର ସେନାକୁ ସପୋର୍ଟ କରୁଛନ୍ତି ।

୧୨ ନଭେମ୍ବରକୁ ଡୋନାଲ୍ଡ ଟ୍ରମ୍ଫ ଏହି ନୂଆ ଆଦେଶନାମା ଉପରେ ଦସ୍ତଖତ କରିଛନ୍ତି । ଏହି ଆଦେଶ ଅନୁସାରେ କେବଳ ଆମେରିକାର ନାଗରିକମାନେ ନୁହେଁ ଆମେରିକାର କମ୍ପାନୀମାନେ ବି ଚୀନର କିଛି କମ୍ପାନୀ ଗୁଡିକରେ ନିବେଶ କରି ପାରିବେ ନାହିଁ । ସେ ସେହି କମ୍ପାନୀର ଶେୟାର ନିଜ ପାଖରେ ରଖି ପାରିବେ ନାହିଁ । ଏହି ବ୍ୟାନ କମ୍ପାନୀମାନଙ୍କ ମଧ୍ୟରେ ମୋଟ ୩୧ଟି ଚୀନ କମ୍ପାନୀକୁ ସାମିଲ କରା ଯାଇଛି । ଏଥିରେ ଚୀନର ସରକାରୀ ଓ ପ୍ରାଇଭେଟ ଦୁଇ ପ୍ରକାରର କମ୍ପାନୀମାନେ ସାମିଲ ଅଛନ୍ତି ।

ଏହି ଆଦେଶ ୧୧ ଜାନୁୟାରୀ ୨୦୨୧ ସକାଳ ୯.୩୦ରୁ ଲାଗୁ ହେବ । ଏମିତିରେ ବାଇଡନ ଓ ତାଙ୍କ ଟିମ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆଦେଶନାମା ଉପରେ କୌଣସି ବି ପ୍ରକାରର ଟିପ୍ପଣୀ ଆସି ନାହିଁ । ଡୋନାଲ୍ଡ ଟ୍ରମ୍ଫ ପ୍ରଶାସନଙ୍କ କହିବା ଅଟେ କି ଚୀନ ନିଜର ସୈନ୍ୟ ଶକ୍ତିକୁ ବଢାଇବା ପାଇଁ ଭୁଲ ରାସ୍ତା ସବୁ ଆପଣାଉଛି । ଏଥିରେ କିଛି ଚିନୀ କମ୍ପାନୀ ବି ତାହାର ସାଥ ଦେଉଛନ୍ତି । ଆମେରିକା ଅନୁସାରେ ଚୀନର କିଛି କମ୍ପାନୀମାନେ ନିଜର ଦେଶର ସୈନ୍ୟକୁ ସପୋର୍ଟ କରନ୍ତି ଓ ତାଙ୍କ ପାଇଁ ଜସୁସୀ ବି କରୁଛନ୍ତି ।

ଅନ୍ୟ ଦେଶର ରିସର୍ଚ ଓ ତାଙ୍କର କିଛି ରହସ୍ୟମୟୀ କଥାକୁ ଭୁଲ ରାସ୍ତା ଆପଣାଇ ତାକୁ ହାସଲ କରି ନିଜର ସେନା ସାହାର୍ଯ୍ୟ ମଧ୍ୟ କରୁଛନ୍ତି। ଆମେରିକା ଏହାକୁ ନିଜର ସୁରକ୍ଷା ଓ ବ୍ୟକ୍ତିଗତ ହିତ ପାଇଁ ଅସୁରକ୍ଷିତ ମନେ କରୁଛନ୍ତି । ଏହି କାରଣ ଅଟେ କି ଡୋନାଲ୍ଡ ଟ୍ରମ୍ଫ ସରକାର କିଛି ସମୟ ପର୍ଯ୍ୟନ୍ତ ଚୀନର କମ୍ପାନୀମାନଙ୍କୁ ଟାର୍ଗେଟ କରୁଛନ୍ତି ।

କିନ୍ତୁ ଡୋନାଲ୍ଡ ଟ୍ରମ୍ଫଙ୍କ ଉପରେ ଏହା ବି ଆରୋପ ଲାଗିସାରିଛି କି ସେ ଜନତାଙ୍କ ସପୋର୍ଟ ପାଇବା ପାଇଁ ଏହିଭଳି ସବୁ କାମ କରୁଛନ୍ତି ଓ ଚୀନ ବିରୁଦ୍ଧରେ ନୂଆ ନୂଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏମିତିରେ ଆପଣଙ୍କର ଏହି ବିଷୟ ଉପରେ କଣ ରାୟ ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ ଓ ଏହିଭଳି ନୂଆ ନୂଆ ନ୍ୟୁଜ ପାଇଁ ଆମ ପେଜକୁ ଲାଇକ, ଫ୍ଲୋ ଓ ଶେୟାର କରନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।