ପୋଲିସ ଡ୍ରେସରେ ବହୁତ ହିଁ ଦମଦାର ଲାଗନ୍ତି Bollywood ର 7 ଜଣ Actress, 7 ନମ୍ବର Actress ସବୁଠୁ ଅଧିକ ସୁନ୍ଦର

ଆପଣମାନେ ପ୍ରାୟତଃ ଫିଲ୍ମରେ ଦେଖିଥିବେ କି ପୋଲିସର ରୋଲ ଅଭିନେତାମାନେ ହିଁ ନଜର ଆସନ୍ତି । କିନ୍ତୁ ଏମିତି ବି କିଛି ଫିଲ୍ମ ଅଛି ଯେଉଁଥିରେ ଅଭିନେତ୍ରୀମାନେ ପୋଲିସ ରୋଲରେ ନଜର ଆସିଛନ୍ତି । ଏହି ସବୁ ଫିଲ୍ମରେ ଅଭିନେତ୍ରୀମାନେ ପୋଲିସ ଅଫିସରର ଅଭିନୟ କରି ଦର୍ଶକମାନଙ୍କର ହୃଦୟ ଜିତି ନେଇଛନ୍ତି । ଫିଲ୍ମରେ ପୋଲିସ ଡ୍ରେସରେ ଏହି ଅଭିନେତ୍ରୀମାନଙ୍କୁ ଦେଖି ଲୋକମାନଙ୍କୁ ବହୁତ ପସନ୍ଦ ଆସିଲା । ତେବେ ଚାଳନ୍ତୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ, ଯେଉଁମାନେ ପୋଲିସ ଡ୍ରେସରେ ନିଜର ଅଭିନୟ ଦ୍ଵାରା ଫ୍ୟାନମାନଙ୍କ ହୃଦୟ ଜିତି ସାରିଛନ୍ତି ।

ହେମା ମାଲିନୀ

ବଲୀଉଡ ଇଣ୍ଡଷ୍ଟ୍ରିର “ଡ୍ରୀମ ଗର୍ଲ” ହେମା ମାଲିନୀ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ହେମା ମାଲିନୀ ବି ୧୯୮୩ରେ ଆସିଥିବା ଫିଲ୍ମ “ଅନ୍ଧା କାନୁନ”ରେ ପୋଲିସ ଅଫିସର ରୋଲରେ ନଜର ଆସିଥିଲେ । ଏହି ଫିଲ୍ମ ସୁପରହିଟ ମଧ୍ୟ ହୋଇଥିଲା ।

ମାଧୁରୀ ଦୀକ୍ଷିତ

ବଲୀଉଡ ଇଣ୍ଡଷ୍ଟ୍ରିର ସୁନ୍ଦର ଓ ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ବର୍ଷ ୧୯୯୩ରେ ଆସିଥିବା ଫିଲ୍ମ “ଖଲନାୟକ”ରେ ପୋଲିସର ରୋଲ କରିଥିଲେ । ଏହି ଫିଲ୍ମରେ ସେ ଅଣ୍ଡର କଭର ପୋଲିସ ଅଧିକାରୀ କିରଦାର କରୁଥିଲେ । ଏହି ରୋଲ ପାଇଁ ମାଧୁରୀ ଦୀକ୍ଷିତଙ୍କୁ ଫିଲ୍ମଫେୟାର ପୁରସ୍କାର ବି ମିଳିସାରିଛି ।

ପ୍ରିୟଙ୍କା ଚୋପଡା

ବଲୀଉଡ ଠାରୁ ନେଇ ହଲିଉଡ ପର୍ଯ୍ୟନ୍ତ ପୁରା ଦୁନିଆରେ ନିଜର ଏକ ଅଲଗା ଛାପ ଛାଡି ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ପ୍ରକାଶ ଝା ଙ୍କ ଫିଲ୍ମ ‘ଜୟ ଗଙ୍ଗାଜଳ’ରେ ଆଇପିଏସ ଅଧିକାରୀ ଭୂମିକା ନିଭାଇ ଥିଲେ । ତାଙ୍କର ଏହି ରୋଲ ସମସ୍ତଙ୍କୁ ବହୁତ ପ୍ରଭାବିତ କରିଥିଲା । ଏହା ଛଡା ପ୍ରିୟଙ୍କା ଚୋପଡା ଡନ ୨ରେ ବି ପୋଲିସ ଅଧିକାରୀର ଭୂମିକା କରିଛନ୍ତି ।

ରେଖା

ବଲୀଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରେଖା ଫିଲ୍ମ ‘ଫୁଲ ବନେ ଅଂଗାରେ’ରେ ପୋଲିସ ଅଫିସରର ଭୂମିକା କରିଥିଲେ । ଏହି ଫିଲ୍ମ ପାଇଁ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମଫେୟାର ପୁରସ୍କାର ବି ମିଳିସାରିଛି ।

ରାନୀ ମୁଖର୍ଜୀ

ରାନୀ ମୁଖର୍ଜୀ ଫିଲ୍ମ “ମର୍ଦାନୀ”ରେ ପୋଲିସ ଅଧିକାରୀର ରୋଲ କରିଥିଲେ । ତାଙ୍କର ଦମଦାର ଅଭିନୟକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ଓ ସମସ୍ତେ ତାଙ୍କର ବହୁତ ପ୍ରଶଂସା ବି କରିଥିଲେ ।

ଡିମ୍ପଲ କପାଡିୟା

ବଲୀଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କପାଡିୟା ବି ଫିଲ୍ମରେ ପୋଲିସ ଅଧିକାରୀ ରୋଲରେ ନଜର ଆସିସାରିଛନ୍ତି । ସେ ୧୯୮୮ରେ ରିଲିଜ ହୋଇଥିବା ଫିଲ୍ମ “ଜ଼ଖ୍ମୀ ଔରତ”ରେ ପୋଲିସ ଅଧିକାରୀ ରୋଲରେ ନଜର ଆସିଥିଲେ ।

ତବୁ

ଅଭିନେତ୍ରୀ ତବୁ ବଲୀଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଅଜୟ ଦେବଗନଙ୍କ ଫିଲ୍ମ “ଦ୍ରିଶ୍ୟମ”ରେ ମୀରା ନାମକ ପୋଲିସ ଅଧିକାରୀର ରୋଲ କରିଥିଲେ । ଏହି ଫିଲ୍ମରେ ତବୁଙ୍କ ଅଭିନୟକୁ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଇ ଥିଲା ।