ନବାଜୁଦ୍ଦିନଙ୍କ ଝିଆରୀ ଖୋଲିଲେ ଆଉ ଏକ ବଡ ରାଜ, କହିଲେ କାକା ମୋ ସହିତ କରୁଥିଲେ ଖରାପ କାମ

ବଲିଉଡ ଆକ୍ଟର ନବାଜୁଦ୍ଦିନ ନିଜ ଫିଲ୍ମକୁ ନେଇ ନୁହେଁ ବରଂ ନିଜ ପରିବାରର ସମସ୍ୟାକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି । ପ୍ରଥମେ ତାଙ୍କ ସ୍ତ୍ରୀ ଆଲିୟା ତାଙ୍କ ପରିବାର ଉପରେ ଶୋଷଣର ଅଭିଯୋଗ ଲଗାଇ ଛାଡପତ୍ର ମାଗିଥିଲେ ଓ ତାଙ୍କ ଝିଆରୀ କକା ମିନାଜୁଦ୍ଦିନ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଥିଲେ । ଏବେ ତାଙ୍କ ଝିଆରୀ ଯୌନ ଶୋଷଣକୁ ନେଇ ଏକ ବଡ ଖୁଲସା କରିଛନ୍ତି । ସେ କହିଛନ୍ତି କି ତାଙ୍କ କକା ତାଙ୍କ ଦେହରେ ହାତ ଲଗାଇ ଥିଲେ ଓ ମନା କଲାପରେ କଣ କରିଥିଲେ ।

ବିବାହ ପରେ ମଧ୍ୟ ସହୁଥିଲେ ଯୌନ ଶୋଷଣ

ପୀଡିତା ଜଣଙ୍କ ଗୋଟେ ସାଇଟରେ କହିଥିଲେ କି ଯେବେ ମୁଁ ୯ ବର୍ଷର ଥିଲି ସେବେଠୁ ମୋ କକା ମୋ ସହିତ ଏହି ଦୁର୍ବ୍ୟବହାର କରିବାକୁ ଲାଗିଥିଲେ । ସେ ମୋ ଜଙ୍ଘକୁ ଛୁଁଉଥିଲେ । ସେଇ ସମୟରେ ମୁଁ ଗୋଟେ ଛୋଟ ପିଲା ଥିଲି । ମୁଁ ବୁଝିପାରୁ ନଥିଲି କି ସେ ମୋ ସହିତ କଣ ଖରାପ କାମ କରୁଥିଲେ । ସେହି ସମୟରେ ମୋତେ ଏମିତି ଲାଗୁଥିଲା କି ସେ ମୋ କକା ମୋତେ ଭଲ ପାଉଛନ୍ତି । ମୋ ସହିତ ବହୁତ୍ ବର୍ଷ ଯାଏ ଏମିତି ହେଉଥିଲା , କିନ୍ତୁ ମୁଁ ବଡ଼ ହେବା ପରେ ମଧ୍ୟ ଏହି କଥାକୁ ବୁଝିପାରୁ ନଥିଲି ।

 

ତାପରେ ନବାଜୁଦ୍ଦିନଙ୍କ ଝିଆରୀ କହିଲେ କି ଯେବେ ମୁଁ ୧୪ ବର୍ଷର ଥିଲି ତେବେ ଆମେ ସବୁ ପରିବାର ସହ ବାହାରକୁ ଯାଇଥିଲୁ । ସେହି ସମୟରେ ମୁଁ ନିଜ ରୁମରେ ଗେମ ଖେଳୁଥିଲି । କାକା ମିନାଜୁଦ୍ଦିନ ମୋ ପାଖରେ ଆସି ଶୋଇପଡ଼ିଲେ ଓ ମତେ ଛୁଇଁବାକୁ ଲାଗିଲେ । ମୋତେ ବହୁତ୍ ଖରାପ୍ ଅନୁଭବ ହେଲା । ମୋତେ ଲାଗିଲା କି ଅନ୍ୟ ଅଙ୍କଲ ମନେ ମୋତେ ଏହି ପ୍ରକାରର ଭଲ ପାଆନ୍ତି ନାହିଁ । ଯେତେବେଳେ ମୁଁ ୧୮ ବର୍ଷର ହେଇଗଲି ସେ ପର୍ଯ୍ୟନ୍ତ ଏହା ସବୁ ଚାଲିଥାଏ ।

ମନା କରିବା ପରେ ମାରିଥିଲେ

 

କଥା ଏଠି ସରି ନଥିଲା । ମୁଁ ଦିଲ୍ଲୀରେ ଥିଲି ଓ ନିଜ ସ୍ବାମୀ ସହ ରେଲେଶନରେ ଥିଲି । କକା ମୋ ପାଖକୁ ଆସିଲେ ଓ ସେ ଖୋଲି କି ମୋତେ କହିଲେ କି ସେ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି । ସେ ମୋ ହାତକୁ ଜାବୁଡ଼ି ଧରିଲେ ଓ ଧକା ଦେଲେ । ଯେବେ ମୁଁ ଏହାର ବିରୋଧ କଲି ତେବେ ସେ ତାଙ୍କ ବେଲ୍ଟ ବାହାର କରି ମୋତେ ମାରିବାକୁ ଲାଗିଲେ । ମୋର ସମ୍ପୂର୍ଣ୍ଣ ଶରୀରରେ ଘା ଓ ଚିହ୍ନ ପଡ଼ିଥିଲା । ପ୍ରମାଣ ରୁପରେ ଏହି ମାଡ଼ର ଚିହ୍ନ ମୋ ପାଖରେ ଅଛି ।

ମୁଁ ସେହି ସମୟରେ ନିଜେ ଏହି ଫଟୋ ମୋ ସ୍ୱାମୀଙ୍କୁ ପଠାଇ ଦେଇଥିଲି ଓ କହିଲି ମୋତେ ଘରକୁ ନେଇଚାଲ । ଯଦି ସେ ମୋତେ ନ ବଞ୍ଚେଇ ନ ଥାନ୍ତେ ମୁଁ ଆତ୍ମହତ୍ୟା କରି ଦେଇଥାନ୍ତି । ପୀଡ଼ିତା କହିଲେ କି ମୋର ଆଶା ଥିଲା କି ମୋ ବଡ଼ କକା ନବାଜୁଦ୍ଦିନ ମୋର ଏହି କଷ୍ଟକୁ ବୁଝିବେ ,କିନ୍ତୁ ସେ ମଧ୍ୟ ନିଜ ହାତ ଉଠାଇ ଦେଇଥିଲେ । ତାଙ୍କର କହିବା କଥା କି କକା ଅଟନ୍ତି ଏମିତି କରିବେ ନାହିଁ ।

ଅନ୍ୟ ପଟେ ନବାଜୁଦ୍ଦିନ ଏହି ସବୁ କଥା ଉପରେ କହିଲେ କି ଆପଣଙ୍କୁ ଚିନ୍ତା କରିବା ପାଇଁ ଧନ୍ୟବାଦ କିନ୍ତୁ ମୁଁ ଏହି ବିଷୟରେ କିଛି କମେଣ୍ଟ କରିବାକୁ ଚାହୁଁନି । ସୂଚନା ଆନୁସାରେ ଏପର୍ଯ୍ୟନ୍ତ ନବାଜୁଦ୍ଦିନର କେବଳ ନିଜ ସ୍ତ୍ରୀ ପଟରୁ ଲଗା ଯାଇଥିବା ଅଭିଯୋଗକୁ ସହୁଥିଲେ । କିନ୍ତୁ ଏବେ ତାଙ୍କର ଝିଆରୀ ନିଜ ଛୋଟ କକା ମିନାଜୁଦ୍ଦିନ ଉପରେ ଯୌନ ଶୋଷଣର ଗଭୀର ଅଭିଯୋଗ ଲଗାଇଛନ୍ତି ।

ଅନ୍ୟ ପକ୍ଷରେ ଆସାମୀ ମିନାଜୁଦ୍ଦିନଙ୍କର କହିବା କଥା କି ଏହି ମିଛ ଖବରକୁ ମିଡିଆରେ ପ୍ରଚାର କରିଥିବା ବ୍ୟକ୍ତିଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଜଣା ଯାଉଛି ଓ ସତ ବହୁତ ଶୀଘ୍ର ଲୋକଙ୍କ ଆଗକୁ ଆସିବ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।