63 ବର୍ଷ ବୟସରେ ବି କାହିଁକି ଅବିବାହିତ ଅଛନ୍ତି Mukesh Khanna ? ନିଜେ କହିଲେ ବିବାହ ନ କରିବାର କାରଣ !

ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳେ ଟିଭିରେ ଶକ୍ତିମାନ ସିରିଏଲ ଆସୁଥିଲା ତେବେ ସବୁ ପିଲାମାନେ ଯେଉଁଠି ବି ଥିଲେ ସେମାନେ ଦୌଡି ଆସି ଟିଭି ସାମ୍ନାରେ ବସି ଯାଉ ଥିଲେ । ୯୦ ଦଶକରେ ପିଲାମାନେ ଶକ୍ତିମାନ ସିରିଏଲ ସହ ଶକ୍ତିମାନ କିରଦାରରେ ନଜର ଆସୁଥିବା ଅଭିନେତାଙ୍କୁ ବହୁତ ପସନ୍ଦ କରୁଥିଲେ । ସମସ୍ତେ ଶକ୍ତିମାନ ସିରିଏଲର ଦିବାନା ଥିଲେ । ଏହି କିରଦାରକୁ କରିଥିବା ଅଭିନେତା ମୁକେଶ ଖନ୍ନା ବି ଘରେ ଘରେ ନିଜର ଏକ ଖାସ ପରିଚୟ କରିଥିଲେ ।

କେବଳ ଛୋଟ ପରଦାରେ ନୁହେଁ ମୁକେଶ ଖନ୍ନା ଫିଲ୍ମି ଦୁନିଆରେ ବି ଦର୍ଶକମାନଙ୍କ ହୃଦୟ ଜିତିଥିଲେ । ମୁକେଶ ଖାନ୍ନା ବଲୀଉଡର ସଫଳ କଳାକାରମାନଙ୍କ ମଧ୍ୟରେ ବି ସାମିଲ ଅଛନ୍ତି । ମୁକେଶ ଖନ୍ନା ବର୍ଷ ୧୯୮୮ରୁ ନେଇ ୧୯୯୦ ପର୍ଯ୍ୟନ୍ତ ଲୋକପ୍ରିୟ ଧାରାବାହିକ “ମହାଭାରତ”ରେ ବି ଭୀଷ୍ମ ପିତାମହଙ୍କ କିରଦାର କରିଥିଲେ । ଏହି କିରଦାର ଦ୍ଵାରା ମୁକେଶ ଖନ୍ନାଙ୍କୁ ଜବରଦସ୍ତ ସଫଳତା ମିଳିଥିଲା ।

ମୁକେଶ ଖନ୍ନା ଅଭିନୟ ଛଡା ନିଜର ବୟାନ ଯୋଗୁ ବି ପ୍ରାୟତଃ ଚର୍ଚାରେ ରହୁଥିଲେ । ଆପଣଙ୍କୁ କହିଦେଉଛୁ କି ୬୩ ବର୍ଷ ବୟସ ହୋଇ ସାରିଥିବା ମୁକେଶ ଖନ୍ନା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓ ପ୍ରାୟତଃ ଏହା ବିଷୟରେ ତାଙ୍କୁ ପ୍ରଶ୍ନ ବି କରାଯାଏ । କୁହାଯାଏ କି ମୁକେଶ ଖନ୍ନା ନିଜ ଜୀବନରେ ମହାଭାରତରେ ଅଭିନୟ କରିଥିବା ଭୀଷ୍ମ ପିତାମହଙ୍କ କିରଦାରକୁ ଫ୍ଲୋ କରୁଥିଲେ ଓ ଏହି କାରଣ ଅଟେ କି ସେ କେବେ ବି ବିବାହ କରି ନାହାନ୍ତି ।

ଥରେ ଏକ ଇଣ୍ଟରଭିୟୁରେ ସେ କହିଥିଲେ କି ମୁଁ ବିବାହ ବିରୁଦ୍ଧରେ ନାହିଁ, ଲୋକମାନେ କହୁଛନ୍ତି କି ମୁଁ ମହାଭାରତରେ ଭୀଷ୍ମ ପିତାମହଙ୍କ ଅଭିନୟ କରିଥିଲି । ଏହି କାରଣରୁ ମୁଁ ତାଙ୍କର ଜୀବନୀକୁ ନିଜ ଜୀବନ ସହ ସମାନ କରିଛି ସେଥିପାଇଁ ମୁଁ ବିବାହ କରିବାକୁ ଚାହୁଁ ନାହିଁ । ମୁଁ ଆପଣଙ୍କୁ କହିଦେଉଛୁ କି ମୁଁ ଭୀଷ୍ମ ପିତାମହଙ୍କ ଭଳି ଏତେ ବି ମହାନ ନୁହେଁ । କି ମୁଁ ତାଙ୍କ ଭଳି ବିବାହ ନ କରିବା ପାଇଁ ପ୍ରତିଜ୍ଞା କରି ନାହିଁ । ମୁଁ ବିବାହକୁ ସମ୍ମାନର ସହ ଦେଖିଥାଏ । ମୁଁ ବିବାହକୁ ମନା କରୁ ନାହିଁ ।

ମୋର ମାନିବା ଅଟେ କି ବିବାହ ଭାଗ୍ୟରେ ଲେଖା ହୋଇଥାଏ । ସେ ଆଗକୁ କହିଲେ କି ବିବାହ ଦୁଇ ଆତ୍ମାର ମିଲନ ହୋଇଥାଏ । ଯୋଡି ସ୍ଵର୍ଗରୁ ତିଆରି ହୋଇ ଆସିଥାଏ । ବିବାହରେ ଦୁଇ ପରିବାର ମିଶନ୍ତି । ମୋ ହିସାବରେ ସତ କେହି ବି ଜାଣି ନାହାନ୍ତି । ଯଦି ମୋର ବାହାଘର ହୋଇଥାନ୍ତା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ସାରିଥାନ୍ତା । ବିବାହ ମୋର ବ୍ୟକ୍ତିଗତ ମାମଲା ଅଟେ । ଦୟା କରି ଏହି ବିଷୟକୁ ଏଠି ହିଁ ସମାପ୍ତ କରନ୍ତୁ ।