ଭଗବାନଙ୍କ ଚମତ୍କାର ନା ବୈଜ୍ଞାନିକ କାରଣ ? ନିମ୍ବଗଛରୁ ବୋହି ଚାଲିଛି କ୍ଷୀର ! ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ, ଦେଖନ୍ତୁ ଏହି ଚମତ୍କାର ଘଟଣାର video

ହାତରେ ମୟୂର ପୁଚ୍ଛ, ବେକରେ ଗେଣ୍ଡୁମାଳ ଓ ମୁକୁଳା କେଶ କରି ମହିଳା ଜଣକ କହି ଯାଉଛନ୍ତି ମଧୁର କଥା । ତାଙ୍କ ଦେହକୁ କୁଆଡେ ମା’ ସବାର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଖଡିକାପଲ୍ଲୀ ଗ୍ରାମର ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଗ୍ରାମରେ ମା’ ପାଣ୍ଡବାଶୁଣୀଙ୍କ ମନ୍ଦିର ରହିଛି । ଆଉ ମା’ ତାଙ୍କ ଠାରେ ଉଭା ହୋଇଛନ୍ତି ବୋଲି ମହିଳା ଜଣକ କହୁଛନ୍ତି । ଗ୍ରାମରେ ବହୁ ବର୍ଷ ପୁରୁଣା ଏକ ନିମ୍ବ ଗଛ ରହିଛି । ଆଉ ସେହି ଗଛରୁ କ୍ଷୀର ବାହାରୁଥିବାର ଦେଖିବାକୁ ମିଳୁଛି ।

ସେଠାରୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ଉଭା ହେବେ ବୋଲି କହୁଛନ୍ତି ମହିଳା ଜଣକ । ତେବେ ନିମ୍ବ ଗଛରୁ କ୍ଷୀର ବାହାରିବା କିଛି ନୂଆ କଥା ନୁହେଁ । ଏମିତି ଦୃଶ୍ୟ ଆପଣ ଆଗରୁ ମଧ୍ୟ ଦେଖିଥିବେ । ଏମିତି ଘଟଣା ସାମ୍ନାକୁ ଆସିଲେ ଲୋକଙ୍କ ମନରେ ଦୁଇଟି କଥା ଆସେ । କିଛି ଲୋକେ ଭଗବାନ ଭାବି ପୂଜା କରନ୍ତି ତ ଆଉ କିଛି ଲୋକେ ଏହା ପଛରେ ବୈଜ୍ଞାନିକ କାରଣ ରହିଛି ବୋଲି କୁହନ୍ତି ।

ଏହିଠାରେ ମଧ୍ୟ ସେହିଭଳି ସମାନ ଘଟଣା ଦେଖିବାକୁ ମିଳିଛି । ବୁଦ୍ଧିଜୀବୀଙ୍କ ମୁତାବକ ନିମ୍ବଗଛ ଯେତେବେଳେ ପୁରୁଣା ହୋଇଯାଏ ବା ୫୦ ବର୍ଷରୁ ଉର୍ଦ୍ଧ୍ଵ ହୋଇଯାଏ ତା’ର ଟିସୁ ଗୁଡିକର ପାଣି ଷ୍ଟୋର କରିବା କାପାସିଟି ବଢିଯାଏ । ଯାହାଫଳରେ ସେମାନେ ଅତିରିକ୍ତ ଜଳ ଷ୍ଟୋର କରନ୍ତି । ଯାହା ପରେ ହ୍ୟୁମିଡିଟି ବଢିବା ଯୋଗୁଁ ଗଛ ଡାଳ ଏବଂ ଗଣ୍ଡିରେ ଟ୍ଯୁମର ତିଆରି କରିଥାଏ । ଯାହା ଧୀରେ ଧୀରେ ଫାଟ ସୃଷ୍ଟି କରିଥାଏ ।

ଏହାକୁ ସାଧାରଣତଃ ଏକ ପ୍ରକାର ବ୍ୟାକ୍ଟେରିଆ ଇନଫେକ୍ସନ ବୋଲି କୁହାଯାଏ । ଜଳ ଓ ନିମ୍ବ ଗଛରେ ଥିବା ଅନ୍ୟ କେମିକାଲ ମିଶି ଏହିଭଳି କ୍ଷୀର ଭଳି ପଦାର୍ଥ ସୃଷ୍ଟି କରିଥାଏ । ଯାହାଫଳରେ ନିମ୍ବ ଗଛରୁ ଏହିପରି କ୍ଷୀର ଭଳି ଝରିଥାଏ । ଏହି କ୍ଷୀରର ମଧ୍ୟ ଅନେକ ପ୍ରକର ଔଷଧୀୟ ଗୁଣ ରହିଛି । କିନ୍ତୁ ହିନ୍ଦୁଧର୍ମରେ ନିମ୍ବଗଛର ବହୁତ ଧାର୍ମିକ ମାନ୍ୟତା ରହିଛି ।

ନିମ୍ବଗଛର ଚେର, ଗଣ୍ଡି ଓ ପତ୍ରଠୁ ନେଇ ପ୍ରତ୍ଯେକ ଅଂଶର ଔଷଧୀୟ ଗୁଣ ରହିଛି । ତେଣୁ ଅନେକ ଲୋକେ ନିମ୍ବଗଛକୁ ପୂଜା କରିଥାନ୍ତି । ତେବେ ଏଥିରେ ମଧ୍ୟ କୌଣସି ଅସୁବିଧା ନାହିଁ । ବାଲୁଗାଁ ଅଞ୍ଚଳରେ ଏପରି ଏକ ଘଟଣା ଲୋକଲୋଚନକୁ ଆସିବା ପରେ ସେଠାରେ ଲୋକଙ୍କର ଭିଡ ଜମୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।