ଖୁବ ଶୀଘ୍ର ଏହି ପାକିସ୍ତାନୀ କ୍ରିକେଟର ଙ୍କୁ ବିବାହ କରିବେ ଅଭିନେତ୍ରୀ ତମନା ଭାଟିଆ ?

ଅଭିନେତ୍ରୀ ତମନ୍ନା ଭାଟିଆ ଙ୍କୁ ତ ଆପଣ ନିଶ୍ଚିତ ଭାବେ ଜାଣିଥିବେ । ତମନା ପ୍ରଥମେ ବଲିଉଡ ରେ ନିଜ ପ୍ରଥମ ଫିଲ୍ମ “ଚାନ୍ଦ ସା ରୋଷଣ ଚେହେରା ” ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ଏତେ ହିଟ ହୋଇ ନଥିଲା । ପରେ ସେ ସାଉଥ ଫିଲ୍ମ ଇଣ୍ଡରଷ୍ଟ୍ରି ଆଡ କୁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ଧନୁସ, ରାମ ଚରଣ, ଆଲୁ ଅର୍ଜୁନ, ଏନ. ଟି. ଆର. ଙ୍କ ଭଳି ହିରୋ ଙ୍କ ସହ ଅନେକ ତେଲେଗୁ ଏବଂ ତାମିଲ ଫିଲ୍ମ ରେ ଅଭିନୟ କରିଥିଲେ । ଆଲୁ ଅର୍ଜୁନ ଙ୍କ ସହ ଏକ ଫିଲ୍ମ “ବୈଦ୍ରିନାଥ” ରେ ଅଲକନନ୍ଦା ଙ୍କ ଭୂମିକା ରେ ଅଭିନୟ କରି ସେ ରାତାରାତି ସୁପରଷ୍ଟାର ହୋଇ ଯାଇଥିଲେ ।

ସେ ନିକଟରେ ବହୁବଳୀ ଫିଲ୍ମରେ ପ୍ରଭାସ ଙ୍କ ସହ ଅଭିନୟ କରି ଚର୍ଚ୍ଚା କୁ ଆସିଥିଲେ । କିନ୍ତୁ ଏବେ ତାଙ୍କର ଚର୍ଚାକୁ ଆସିବାର କାରଣ ଅଟେ ଆଉ କିଛି । ବର୍ତ୍ତମାନ ଖବରକାଗଜ ଏବଂ ସୋସିଆଲ ମିଡିଆରେ ଏହା ଚର୍ଚ୍ଚା ଜୋର ଧରିବାକୁ ଲାଗିଛି ଯେ ତମନ୍ନା ଭାଟିଆ ଜଣେ ପାକିସ୍ତାନୀ ଯୁବକ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏପରି ସେପରି ଯୁବକ ନୁହେଁ ସେ ହେଉଛନ୍ତି ପାକିସ୍ତାନ କ୍ରିକେଟ ଟିମ ର ଜଣେ ପ୍ଲେୟର । ଏହି ଖବର ଜୋର ଶୋର ରେ ଚର୍ଚ୍ଚା ଧରିବା ପରେ ଏହି ବିଷୟ ଉପରେ ନିଜ ମନ୍ତବ୍ୟ ରଖିଛନ୍ତି ବଲିଉଡ ସୁନ୍ଦରୀ ତମନ୍ନା ଭାଟିଆ ଯାହା କୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନାଙ୍କ ବିବାହ ଖବର ଏବେ ସୋସିଆଲ ମିଡିଆରେ ବିତର୍କ ଚାଲିଛି । ପ୍ରଚାର କରାଯାଉଛି ଯେ ଏହି ଅଭିନେତ୍ରୀ ତମନ୍ନା ପାକିସ୍ତାନୀ କ୍ରିକେଟ୍ ପ୍ରଶିକ୍ଷକ ଅବଦୁଲ ରଜାକ ଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି । ସାନିଆ ମିର୍ଜାଙ୍କ ପରେ ଆଉ ଜଣେ ଅଭିନେତ୍ରୀ ପାକିସ୍ତାନର ବୋହୂ ହେବାକୁ ଯାଉଛନ୍ତି । ଏହି ଖବର ସୋସିଆଲ ମିଡ଼ିଆ ରେ ନିଆଁ ଭଳି ବ୍ୟାପିବାରେ ଲାଗିଯାଇଛି । ନିକଟରେ ଦୁହିଁଙ୍କ ଏକ ସାଙ୍ଗ ହୋଇ ଗହଣା କିଣୁଥିବାର ଫଟୋ ଭାଇରଲ ହୋଇଛି ।

ଅନଲାଇନରେ ଦୁହିଁଙ୍କ ଫଟୋ ଆସିବା ପରେ ବିବାହ ଖବର କଳ୍ପନାଜଳ୍ପନା ବହୁତ କରାଯାଇଥିଲା । ଦୁହିଁଙ୍କୁ ଏକ ଅଳଙ୍କାର ଦୋକାନରେ ଦେଖିବାକୁ ମିଳେ ଏବଂ ଏହା ଭାଇରାଲ ହୋଇଯାଇଥିଲା । ପାକିସ୍ତାନୀ କ୍ରିକେଟରଙ୍କ ପ୍ରଶଂସକମାନଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ଥିଲା କାରଣ ସେ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ସନ୍ତାନ ଥିଲେ ।

Image courtesy: Google

କିନ୍ତୁ ସ୍ପଷ୍ଟ ହୋଇଛି ଯେ ଏହା ଏକ ପୁରୁଣା ଚିତ୍ର ଅଟେ । ଦୁହେଁ ଏକ ଅଳଙ୍କାର ଦୋକାନର ଉଦଘାଟନ ପାଇଁ ଏକାଠି ହୋଇଥିବାବେଳେ ଚିତ୍ର ଉତ୍ତୋଳନ କରାଯାଇଥିଲା । ଅଭିନେତ୍ରୀ ତାଙ୍କ ବିବାହ ଖବରକୁ ଖଣ୍ଡନ କରିଛନ୍ତି । ଅଭିନେତ୍ରୀ କହିଛନ୍ତି, “ଯେତେବେଳେ ମୁଁ ପ୍ରେମରେ ରହିବାର କଳ୍ପନାକୁ ଭଲ ପାଏ, ତଥାପି ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଯେତେବେଳେ ମିଛ ପ୍ରଚାର ହୁଏ, ମୁଁ ଭିତ୍ତିହୀନ ସମ୍ବାଦକୁ ପ୍ରଶଂସା କରେ ନାହିଁ । ଏହି ଖବର ରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।