ପୁଣି ଚର୍ଚ୍ଚାରେ ବଚପନ୍ କା ପ୍ୟାର ଫେମ୍ Sahadev Dirdo, ସଡକ ଦୁର୍ଘଟଣାର ହେଲେ ଶିକାର, ଦେଖନ୍ତୁ ଏବେ କେମିତି ଅଛନ୍ତି ସେ ?

କିଛିଦିନ ତଳେ ‘ବଚପନ୍ କା ପ୍ୟାର’ ଗୀତ ଗାଇ ଚର୍ଚ୍ଚାରେ ରହିଥିଲେ ଛତିଶଗଡର ସହଦେବ ଡିର୍ଡୋ । ଅଳ୍ପ କେଇ ଦିନ ମଧ୍ୟରେ ସହଦେବ ସୋସିଆଲ ମିଡିଆ ସେନ୍ସେସନ ପାଲଟି ଯାଇଥିଲେ । ତାଙ୍କ ଗୀତରେ ବଲିଉଡର ବଡ ବଡ ସେଲିବ୍ରିଟି ମାନେ ମଧ୍ୟ ଇନଷ୍ଟାଗ୍ରାମ ରିଲ୍ ବନାଉଥିଲେ । ତେବେ ସହଦେବ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏଥର ତାଙ୍କ ଗୀତ ପାଇଁ ନୁହେଁ ବରଂ ସଡକ ଦୁର୍ଘଟଣାର ଶିକାର ହୋଇ ଚର୍ଚ୍ଚାରେ ରହିଛନ୍ତି ସହଦେବ ।

ସ୍କୁଟିରେ ଟ୍ରିପଲ ରାଇଡିଂ କରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହା ଯୋଗୁଁ ତାଙ୍କ ମୁଣ୍ଡରେ ତୀବ୍ର ଆଘାତ ଲାଗିଥିବା ଖବର ଶୁଣିବାକୁ ମିଳୁଛି । ସହଦେବଙ୍କ ଦୁର୍ଘଟଣା ବିଷୟରେ ବଲିଉଡ ରାପର୍ ବାଦଶାହ ଟ୍ବିଟ କରି ଜଣାଇଛନ୍ତି । ସେ ସହଦେବଙ୍କ ପରିବାର ସହ ସମ୍ପର୍କରେ ରହିଛନ୍ତି ଓ ତାଙ୍କ ଆଶୁ ଆରୋଗ୍ଯ ପାଇଁ ପ୍ରାର୍ଥନା କରୁଛନ୍ତି । ଛତିଶଗଡର ସୁକମାରେ ସହଦେବଙ୍କ ସଡକ ଦୁର୍ଘଟଣା ହେବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ।

କିନ୍ତୁ ସେଠାରେ ନ୍ୟୁରୋଲୋଜି ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ସହଦେବଙ୍କୁ ଅଧିକ ଚିକିତ୍ସା ପାଇଁ ଜବଦଲପୁରକୁ ପଠା ଯାଇଥିବା ଶୁଣିବାକୁ ମିଳୁଛି । ସହଦେବଙ୍କ ଦୁର୍ଘଟଣା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କ ଆଶୁ ଆରୋଗ୍ଯ କାମନା କରୁଛନ୍ତି । ଖୁବ୍ କମ୍ ଦିନ ମଧ୍ୟରେ ସୋସିଆଲ ମିଡିଆରେ ଛାଇ ଯାଇଥିଲେ ସହଦେବ ।

ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ‘ବଚପନ୍ କା ପ୍ୟାର’ ଗୀତ ଶୁଣିବାକୁ ମିଳୁଥିଲା । ନିଜ ଗୀତ ମାଧ୍ୟମରେ ସହଦେବ ଅନେକ ପ୍ରଶଂସକ ମଧ୍ୟ ଲାଭ କରିଥିଲେ । ତେବେ ସହଦେବଙ୍କ ଦୁର୍ଘଟଣା ତାଙ୍କ ପ୍ରଶଂସକ ମାନଙ୍କୁ ମର୍ମାହତ କରିଛି । ସମସ୍ତେ ସହଦେବଙ୍କ ଶୀଘ୍ର ସୁସ୍ଥତା କାମନା କରୁଛନ୍ତି । ସୋସିଆଲ ମିଡିଆରେ ସମସ୍ତେ ତାଙ୍କ ଆରୋଗ୍ଯ କାମନା କରୁଥିବାର ଦେଖିବାକୁ ମିଳିଛି ।

ତେବେ ଆପଣଙ୍କୁ ମଧ୍ୟ ଆମର ଅନୁରୋଧ କି, ଆପଣ କେବେ ହେଲେ ଟ୍ରିପଲ ରାଇଡିଂ କରନ୍ତୁ ନାହିଁ ଓ ମୁଣ୍ଡରେ ହେଲମେଟ ପିନ୍ଧିବାକୁ ମଧ୍ୟ ବହେଳା କରନ୍ତୁ ନାହିଁ । ସହଦେବ ଶୀଘ୍ର ସୂଷ୍ଠ ହୋଇ ଫେରି ଆସନ୍ତୁ ବୋଲି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।