ଜଲ୍ଦି ହିଁ ବଲୀଉଡରୁ ଗାୟବ ହୋଇଯିବେ ଖାନ୍ସ ? ଦେଖନ୍ତୁ ଏହି ସବୁ ପ୍ରମାଣ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସମୟ ବଦଳିବା ସହିତ କେତେକ ଷ୍ଟାରମାନଙ୍କର ଭାଗ୍ୟ ବି ବଦଳି ଯାଇଥାଏ । ଦଶକରୁ ଆମେ ଦେଖି ଆସୁ ଯେ ବଲୀଉଡ ଏବଂ ବକ୍ସ ଅଫିସ ଉପରେ କେବଳ ଖାନମାନଙ୍କର ହିଁ ଫିଲ୍ମ ଚାଲିଛି । ଯେଉଁଠି ଆମିର ଖାନଙ୍କୁ ମିସ୍ଟର ପରଫେକ୍ଶନିସ୍ଟ କୁହାଯାଇଥାଏ, ଶାହରୁଖ ଖାନଙ୍କୁ ବଲୀଉଡର କିଙ୍ଗ ଖାନ କୁହାଯାଏ ଏବଂ ସଲମାନ ଖାନଙ୍କୁ ଦବଙ୍ଗ ଖାନ କିମ୍ବା ଭାଇଜାନ କୁହାଯାଏ ।

କେବଳ ହିରୋଇନ ମାନେ ନୁହନ୍ତି ଡାୟରେକ୍ଟର ଏବଂ  ପ୍ରୋଡ୍ଯୂସର୍ସମାନେ ବି ସେମାନଙ୍କ ସହିତ କାମ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି । କିନ୍ତୁ ସମୟ ସହିତ ଲୋକମାନଙ୍କର ପସନ୍ଦ ମଧ୍ୟ ବଦଳି ଯାଇଥାଏ ଯାହାର ଉଦାହରଣ ହେଉଛି ବର୍ଷ ୨୦୧୮ ।

କହିଦେଉଛୁ ଯେ ୨୦୧୮ରେ ତିନି ଖାନଙ୍କର ଫିଲ୍ମ ସେତେ ଭଲ ଚାଲି ପାରିନାହିଁ । ପ୍ରଥମେ ସଲମାନ ଖାନଙ୍କର ଫିଲ୍ମ ‘ରେସ ୩’ ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ହିଁ ଫିଲ୍ମ ବକ୍ସ ଅଫିସରୁ ଆଉଟ ହୋଇ ଯାଇଥିଲା । ଅନ୍ୟ ପଟେ ଆମିର ଖାନଙ୍କର ଫିଲ୍ମ ‘ଥଗ୍ସ ଅଫ ହିନ୍ଦୁସ୍ତାନ’ ଦର୍ଶକ ମାନଙ୍କୁ ଭଲ ଲାଗିଲା ନାହିଁ ।

ଏଥିରେ ଅମିତାଭ ବଚ୍ଚନ, କଟରିନା କେଫ ଭଳି ବଡ ବଡ ଷ୍ଟାରମାନେ ଥିଲେ ତଥାପି ଏହି ଫିଲ୍ମ ବକ୍ସ ଅଫିସରେ ବେଶୀ ଦିନ ଚାଲି ପାରିଲା ନାହିଁ । ବର୍ତ୍ତମାନ ହିଁ ଶାହରୁଖ ଖାନଙ୍କର ଫିଲ୍ମ ‘ଜିରୋ’ ରିଲିଜ ହୋଇଛି । ଏହାକୁ ବି ଦର୍ଶକ ମାନେ ପସନ୍ଦ କରୁ ନାହାନ୍ତି । ଏହି ଫିଲ୍ମକୁ ନେଇ ଲୋକମାନଙ୍କର ମିଶାମିଶି ପ୍ରତିକ୍ରିୟା ଆସୁଛି । ଯେଉଁଠି କେତେକ ଲୋକମାନେ ଏହି ଫିଲ୍ମକୁ ପସନ୍ଦ କରୁଛନ୍ତି ଏବଂ ଅନ୍ୟ ପଟେ କିଛି ଲୋକମାନେ ଏହି ଫିଲ୍ମ କୁ ନେଇ ସୋସିୟାଲ ମିଡିୟାରେ ଥଟ୍ଟା କରୁଛନ୍ତି ।

କହିବା ଭୁଲ ହେବ ନାହିଁ କି ନୂଆ କଳକାର ମାନଙ୍କ ସହିତ ବର୍ତ୍ତମାନ ଏହି ତିନି ଖାନଙ୍କର ଲୋକପ୍ରିୟତା ବଲୀଉଡରୁ କମ ହୋଇ ଗଲାଣି । ଏହା ସହିତ ବର୍ଷ ୨୦୧୮ରେ ଏହି ତିନି ଖାନଙ୍କର କାରିୟର ଉପରେ ପ୍ରଶ୍ନ କରା ଯାଇଅଛି । ଗୋଟିଏ ସମୟ ଥିଲା କି କେବଳ ଏମାନଙ୍କର ନାମରେ ହିଁ ଫିଲ୍ମ ଚାଲୁଥିଲା ।

କିନ୍ତୁ ସମୟ ବଦଳିବା ସହିତ ଲୋକମାନଙ୍କର ପସନ୍ଦକୁ ବି ଧ୍ୟାନ ଦେବାକୁ ପଡିବ ତିନି ଖାନଙ୍କୁ । ତାଙ୍କୁ ଭାବିବାକୁ ପଡିବ କି ତାଙ୍କୁ କେଉଁ ସବୁ ଫିଲ୍ମ କରିବାକୁ ପଡିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।