ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଆମେରିକାର ‘ରୋମିୟୋ’, 2 ଆରବର ଏହି ଡୀଲ ପରେବର୍ତ୍ତମାନ ଆଉ ବଞ୍ଚି ପାରିବ ନାହିଁ ଶତ୍ରୁମାନଙ୍କର ଜାହଜ ଓ ପଣ୍ଡୁବୀ

ଆମେରିକା ୨.୪ ଅରବ ଡଲାରର ଅନୁମାନିତ ଦାମରେ ଭାରତକୁ ୨୪ ଟି ବହୁଉପଯୋଗୀ ଏଚଏଚ ୬୦ ‘ରୋମିୟୋ’ ସୀ ହକ ହେଲୀକାପ୍ଟର ବିକ୍ରିକୁ ମଞ୍ଜୁରୀ ଦେଇଛି । ଆମେରିକାର ବିଦେଶ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି । ଭାରତକୁ ଗତ ଏକ ଦଶକରୁ ବି ଅଧିକ ସମୟ ହେବ ଏହି ହଣ୍ଟର ହେଲୀକାପ୍ଟରର ଆବଶ୍ୟକତା ଥିଲା ।

ଟ୍ରମ୍ଫ ପ୍ରଶାସନ କଂଗ୍ରେସରେ ଅଧିସୂଚିତ କରିଛନ୍ତି କି ସେ ଏହି ହେଲୀକପ୍ଟରର ବିକ୍ରିକୁ ମଞ୍ଜୁରୀ ଦେଇଛନ୍ତି । ଏହି ହେଲୀକାପ୍ଟର ଭାରତୀୟ ରକ୍ଷା ବଳଙ୍କୁ ସତହ ରୋଧୀ ଏବଂ ପନଡୁବ୍ବୀ ରୋଧୀ ଯୁଦ୍ଧ ମିଶନକୁ ସଫଳତା ଦେବା ପାଇଁ ସକ୍ଷମ କରିବ ।

ବିଦେଶ ମନ୍ତ୍ରାଳୟ ନିଜର ଅଧିସୂଚନାରେ କଂଗ୍ରେସକୁ କହିଛନ୍ତି କି ଏହି ପ୍ରସ୍ତାବିତ ବିକ୍ରି ସାହାର୍ଯ୍ୟରେ ଭାରତ ଓ ଆମେରିକା ସାମରିକ ସମ୍ବନ୍ଧକୁ ମଜବୁତ କରିବା ସହିତ ଆମେରିକାର ବିଦେଶ ନୀତି ଏବଂ ରାଷ୍ଟ୍ରୀୟ ସୁରକ୍ଷା ମଜବୁତ କରିବାରେ ବି ସାହାର୍ଯ୍ୟ ମିଳିବ । ସେ କହିଛନ୍ତି କି ଏହି ହେଲୀକପ୍ଟରର ଅନୁମାନିତ ଦାମ 2.4 ଅରବ ଡଲାର ଅଟେ ।

ଏହି ବିକ୍ରି ଦ୍ଵାରା ସେହି ବଡ ରକ୍ଷା ବୁଝାମଣାର ସୁରକ୍ଷା ସ୍ଥିତି ସୁଧୁରିବ ଯାହା ହିନ୍ଦ ପ୍ରଶାନ୍ତ ଓ ଦକ୍ଷିଣ ଏସିୟା କ୍ଷେତ୍ରରେ ରାଜନୈତିକ ସ୍ଥିରତା, ଶାନ୍ତି ଓ ଆର୍ଥିକ ପ୍ରଗତି ପାଇଁ ମହତ୍ଵପୂର୍ଣ୍ଣ ଅଟେ । ଅଧିସୂଚନା ଅନୁସାରେ ଏହି ବଡ କ୍ଷମତା ଦ୍ଵାରା କ୍ଷତ୍ରିୟ ଶତୃ ସହ ଲଢିବାରେ ଭାରତକୁ ସାହାର୍ଯ୍ୟ ମିଳିବ ଏବଂ ଭାରତର ଗୃହ ସୁରକ୍ଷା ମଜବୁତ ହେବ ।

‘ରୋମିୟୋ’ ର ବିଶେଷତ୍ତ୍ଵ

·    ରୋମିୟୋକୁ ଆମେରିକାର ସବୁଠୁ ଆଡଭାନ୍ସ ଆଣ୍ଟି ସବମରୀନ ହେଲୀକାପ୍ଟର ବୋଲି କୁହାଯାଏ ।

·    ଦୁନିଆର କିଛି ଅନ୍ୟ ଦେଶମାନଙ୍କ ପାଖରେ ବି ଆଣ୍ଟି ସବମରୀନ ହେଲୀକାପ୍ଟର ଅଛି ।

·    ଏମଏଚ ୬୦ ରୋମିୟୋ ସୀ – ହକ ହେଲୀକାପ୍ଟର ଅମେରିକାର ନେବି ର ଦ୍ରୁତଗାମୀ ହେଲୀକାପ୍ଟର ମଧ୍ୟରେ ସାମିଲ ଅଛି । ଏହାକୁ ଦୁନିଆର ସବୁଠୁ ଅତ୍ୟାଧୁନିକ ହେଲୀକାପ୍ଟର ବୋଲି କୁହାଯାଏ ।

·    ଏହି ହେଲୀକାପ୍ଟରକୁ ଜାହାଜ, ଯୁଦ୍ଧ ଜାହାଜ ଓ ବିମାନ ବାହକ ଜାହାଜରୁ ମଧ୍ୟ ଅପରେଟ କରାଯାଇ ପାରିବ ।

·    ଏହି ହେଲୀକାପ୍ଟର ସମୁଦ୍ରରେ ଖୋଜିବା ଓ ବଞ୍ଚାଇବା କାର୍ଯ୍ୟରେ ବି ଉପଯୋଗୀ ଅଟେ ।

·    ଏହି ହେଲୀକପ୍ଟର ଭାରତୀୟ ବାୟୁସେନାର ମାରକ କ୍ଷମତାକୁ ବଢାଇବ ।

·    ଭାରତ ମହାସାଗରରେ ଚୀନର ଆକ୍ରାମକ ବ୍ୟବହାରକୁ ଦେଖିଲେ ଭାରତ ପାଇଁ ଏହି ହେଲୀକପ୍ଟର ବହୁତ ଆବଶ୍ୟକ ଅଟେ ।