ସିଲେଇ ଓ ରୋଷେଇ କାମକରି ଘର ଚଳଉଥିବା ମା ବାପାଙ୍କର ୨ ପୁଅ ଏକା ସହିତ ହେଲେ IAS, ଆପଣଙ୍କୁ ଭାବୁକ କରିଦେବ ତାଙ୍କ ସଂଘର୍ଷର କାହାଣୀ

ମଣିଷ ଜୀବନରେ ସଫଳତା ବହୁତ ଜରୁରୀ ଅଟେ । ଏମିତି ହିଁ ଗୋଟିଏ ଘରେ ଦୁଇ ଭାଇ କରି ଦେଖାଇଲେ, ଯାହାଙ୍କୁ IAS ଅଫିସର କରିବାର ସ୍ଵପ୍ନ ମାତା – ପିତା ଦେଖିଥିଲେ ଓ କେବେ ବି ନିଜର ଆର୍ଥିକ ସମସ୍ୟାକୁ ସ୍ଵପ୍ନର ରାସ୍ତାରେ ଆସିବାକୁ ଦେଇ ନଥିଲେ । ଯେତେବେଳେ ଗୋଟିଏ ଘରର ଦୁଇ ପୁଅ ମାନେ ଦୁଇ ଭାଇ ସିବିଲ ସର୍ବିସ ରେ ସଫଳତା ହାସଲ କରିଲେ ତେବେ ତାଙ୍କ ବାପା ମାଙ୍କର ଖୁସିର କୌଣସି ଠିକଣା ନଥିଲା ।

ସିଲେଇ – ରୋଷେଇ କରି ବାପା ମା ନିଜର ୨ ପୁଅକୁ କରିଲେ IAS, ପୁଅ ମାନଙ୍କର ଏହି ସଂଘର୍ଷରେ ତାଙ୍କର ମାତା ପିତା ବହୁତ ସାଥି ହୋଇଛନ୍ତି ।

ସିଲେଇ – ରୋଷେଇ କରି ପାଳନ କରୁଥିବା ବାପା ମାଙ୍କର ୨ ପୁଅ ଏକ ସହିତ ହୋଇଛନ୍ତି IAS

ରାଜସ୍ଥାନର ଝୂଂଝୁନୂଂ ସହରର ମୋଦୀ ରୋଡ ପାଖରେ ରହୁଥିବା ସୁଭାଷ କୁମାବତ ଓ ତାଙ୍କ ପତ୍ନୀ ରାଜେଶ୍ୱରୀ ଦେବୀଙ୍କୁ ଆଜି ବହୁତ ଖୁସି ମିଳିଛି । ସୁଭାଷ ସିଲେଇର କାମ କରୁଥିଲେ ଏବଂ ରାଜେଶ୍ୱରୀ ବଂଧେଜ ବାନ୍ଧିବାର କାମ କରୁଥିଲେ ଓ ତାଙ୍କର ତିନି ପୁଅ ଝିଅ ମଧ୍ୟରୁ ଦୁଇ ଜଣ ସିବିଲ ସର୍ବିସ ରେ ସିଲେକ୍ଟ ହୋଇ ଯାଇଛନ୍ତି ।

ଶୁକ୍ରବାର ଦିନ ଇଉପିଏସସି ତରଫରୁ ଘୋଷଣା କରାଯାଇଥିବା ରେଜଲ୍ଟରେ ତାଙ୍କର ବଡ ପୁଅ ପଙ୍କଜ କୁମାବତ ୪୪୩ ଏବଂ ଅମିତ କୁମାବତ ୬୦୦ ରୈଙ୍କ ହାସଲ କରିଛନ୍ତି । ଦୁଇ ଭାଇ ଆଈଆଈଟୀ ଦିଲ୍ଲୀରୁ ମେକାନିକାଲ ରେ ବୀଟେକ କରିଛନ୍ତି ଓ କିଛି ଦିନ ହେବ ନୋଏଡାର ଏକ ପ୍ରାଇବେଟ କମ୍ପାନୀରେ ଦୁଇ ଭାଇ ଚାକିରି କରୁଥିଲେ ଏବଂ ଦୁଇ ଜଣ ହିଁ ନିଜର ମାତା ପିତାଙ୍କର ସ୍ଵପ୍ନକୁ ପୁରା କରିଛନ୍ତି ।

‘ଅମିତ ଏବଂ ପଙ୍କଜକୁ ପଢାଇବା ସହଜ ନଥିଲା’

 

 

ପଙ୍କଜ ଏବଂ ଅମିତ କହିଲେ କି, ଆମେ ଜାଣିଛୁ କି ଆମକୁ ଆମର ମାତା ପିତା ଆମକୁ କେମିତି ପଢାଇଛନ୍ତି । ଆମର ପଢିବା ତ ସହଜ ଥିଲା କିନ୍ତୁ ସେମାନେ ଆମକୁ ପଢାଇବା ବହୁତ କଷ୍ଟ ଥିଲା । ସେମାନେ ସବୁବେଳେ ଆମର ଫିସ, ପୋଷାକ, ବହି ଏବଂ ଅନ୍ୟ ସମସ୍ତ ଜିନିଷକୁ ପ୍ରସ୍ତୁତ କରି ରଖିଥାନ୍ତି ଓ ତାହା ସହିତ ଆମକୁ କୌଣସି ଜିନିଷର ଅସୁବିଧାର ଅନୁଭବ କରିବାକୁ ଦେଇ ନାହାନ୍ତି ।

ଆମ ତିନି ଭାଇ ଭଉଣୀଙ୍କୁ ପଢାଇବା ପାଇଁ ସେମାନେ ବହୁତ କିଛି କରିଛନ୍ତି । ଘରେ ରାତି ସାରା ଚାହିଁକରି ବାପା ମା ସିଲେଇ କାମ କରୁଥିଲେ । ଯାହା ଦ୍ଵାରା ଆମର ସମସ୍ତ ସ୍ଵପ୍ନକୁ ସେମାନେ ପୁରା କରି ପାରିବେ ।