ଲକଡାଉନ ପରେ ବିବାହ କରିବେ ଏହି ହିରୋଇନ

ଟଲୀଉଡର ଜଣା ଶୁଣା ଅଭିନେତ୍ରୀ ବରଲକ୍ଷ୍ମୀ ସରଥକୁମାରଙ୍କୁ ବର୍ତ୍ତମାନ ସମୟରେ ସମସ୍ତେ ଚିହ୍ନିଛନ୍ତି । ସେ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାନ୍ତି । ଅନ୍ୟ ପଟେ ବରଲକ୍ଷ୍ମୀ ସରଥକୁମାର କଲିଉଡର ସବୁଠୁ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ନିଜର ଚରିତ୍ରକୁ ପରଦାରେ ପୁରା ଜୀବନ୍ତ କରି ଦିଅନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିବ ରୁହନ୍ତି ।

ତାଙ୍କର ବ୍ୟକ୍ତିଗତ ଜୀବନ ବହୁତ ବର୍ଷ ହେବ ସମସ୍ୟା ମଧ୍ୟରେ ଘେରି ରହିଥିଲା । କିନ୍ତୁ ସେ ନିଜର ଏହି ସମସ୍ତ ସମସ୍ୟାର ସାମ୍ନା ସାହସର ସହିତ କରିଛନ୍ତି । ଏହା ପରେ ସେ ନିଜର ବେସ୍ଟ ଫ୍ରେନ୍ଡ ସହ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଏମିତି କୁହାଯାଉଛି କି ବରଲକ୍ଷ୍ମୀ ସରଥକୁମାରଙ୍କ ପରିବାର ଓ ପୁଅର ପରିବାର ବହୁତ ପୂର୍ବରୁ ହିଁ ପରସ୍ପରକୁ ପରିଚିତ ଥିଲେ ।

 

ଏହା ସହିତ ସେମାନଙ୍କ ପୁଅ ଝିଅ ବି ପରସ୍ପରକୁ ବହୁତ ଭଲ ଭାବରେ ଜାଣି ଥିଲେ । ସେଥିପାଇଁ ଦୁଇ ଜଣଙ୍କ ବିବାହ କରିବା ନିଷ୍ପତି ନିଆଯାଇଛି । ଏହା ଛଡା ଏହା ବି ଶୁଣିବାକୁ ମିଳୁଛି କି ବରର ପାଖାପାଖି ବନ୍ଧୁ ଭାରତୀୟ କ୍ରିକେଟରମାନଙ୍କ ମଧ୍ୟରୁ ଏମ.ଏସ. ଧୋନୀ ଓ ବିରାଟ କୋହଲୀ ଭଳି ଖେଳାଳି ଅଟନ୍ତି । ସୂତ୍ର ଅନୁସାରେ ଦୁଇ ଜଣଙ୍କ ପରିବାର ଖୁସି ଖୁସି ଏହି ବିବାହ ସମ୍ପର୍କକୁ ମାନି ଯାଇଛନ୍ତି ।

କରୋନା ଭାଇରସ କାରଣରୁ ଚାଲିଥିବା ଲକଡାଉନ ସମାପ୍ତ ହେବା ପରେ ଦୁଇ ଜଣଙ୍କ ବିବାହର ଆୟୋଜନ କରାଯିବାର ଯୋଜନା ଚାଲିଛି ।ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ କ୍ରିକେଟ ଜଗତର କିଛି ବଡ ବଡ ଷ୍ଟାର ଏହି ସମାରୋହରେ ସାମିଲ ହେବେ । କିନ୍ତୁ ଅନ୍ୟ ଏକ ରିପୋର୍ଟ ଅନୁସାରେ ଏହା ଶୁଣିବାକୁ ମିଳୁଛି କି ଅଭିନେତ୍ରୀ ବରଲକ୍ଷ୍ମୀ ସରଥକୁମାର ବର୍ତ୍ତମାନ ସମୟରେ ବିବାହ କରିବାକୁ ଚାହୁଁ ନାହାନ୍ତି । ସେ ନିଜର କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ଓ ପ୍ରସାରିତ ହେଉଥିବା ସମସ୍ତ ରିପୋର୍ଟ ମିଥ୍ୟା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।