ଇଜ୍ଜତ ବଞ୍ଚାଇଦେଲେ Ajay Devgan, ସାଉଥ ସିନେମା ଭାଙ୍ଗିଦେଲା Bollywood ର ଗର୍ବ, ଯଦି Ajay ନଥାନ୍ତେ ତେବେ…

ଇଜ୍ଜତ ବଞ୍ଚାଇଦେଲେ ସୁପରଷ୍ଟାର ଅଜୟ ଦେବଗନ । ତାନାଜୀ ନଥିଲେ ବଲିଉଡ ଅପଦସ୍ତ ହୋଇ ଯାଇଥାନ୍ତା । ତାମିଲ ଫିଲ୍ମକୁ ମିଳିଲା ଶ୍ରେଷ୍ଠ ଫିଲ୍ମର ମାନ୍ୟତା ଓ ଶ୍ରେଷ୍ଠ ଅଭିନେତ୍ରୀ ମାନ୍ୟତା ମଧ୍ୟ ଜଣେ ତାମିଲ ଅଭିନେତ୍ରୀଙ୍କୁ ମିଳିଲା । ସେହିପରି ତାମିଲ ଅଭିନେତାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ମାନ୍ୟତା ଓ ଜଣେ ମାଲାୟଲମ ନିର୍ଦ୍ଦେଶକଙ୍କୁ ମିଳିଲା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର । ଏହାସହ ଶ୍ରେଷ୍ଠ ସପୋର୍ଟିଂ ଅଭିନେତା ଓ ଅଭିନେତ୍ରୀ ବର୍ଗରେ ବି ସାଉଥ ସିନେମା ରହିଛି ।

୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ବଲିଉଡ ତଥା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପଛରେ ପକାଇ ଦେଇଛି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି । ଯଦି ବଲିଉଡ ଅଭିନେତା ଜୟା ଦେବଗନ ଫିଲ୍ମ “ତାନାଜୀ” ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳି ନଥାନ୍ତା ତେବେ ବଲିଉଡ ଇଣ୍ଡଷ୍ଟ୍ରି ବୋଧେ ଅପଦସ୍ତ ହୋଇ ଯାଇଥାନ୍ତା । ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଦେଖିଲେ ଆରମ୍ଭରୁ ଶେଷ ଯାଏଁ ସବୁଠି ସାଉଥ ସିନେମାର ଦବଦବା ରହିଛି । ଏହି ତାଲିକାରେ ହୁଏତ ଅନ୍ୟ କୌଣସି ହିନ୍ଦୀ ଫିଲ୍ମର ନାଁ ଖୋଜିଲେ ବି ହୁଏତ ମିଳିବ ନାହିଁ ।

ଭାଗ୍ୟବଶତଃ ତାମିଲ ଫିଲ୍ମ ଷ୍ଟାର ସୂର୍ଯ୍ୟାଙ୍କ ସହ ଯୁଗ୍ମ ଭାବେ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କ ନାଁ ଘୋଷଣା କରାଯାଇଛି । ତାମିଲ ଫିଲ୍ମ ‘ସୁରାଇ ପୋଟୁ’ କୁ ମିଳିଛି ଶ୍ରେଷ୍ଠ ଫିଲ୍ମର ପୁରସ୍କାର । ଆଉ ଏହି ତାମିଲ ଫିଲ୍ମ ପାଇଁ ସୂର୍ଯ୍ୟାଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତାର ପୁରସ୍କାର । ତାଙ୍କ ସହ ହିନ୍ଦୀ ଫିଲ୍ମ ‘ତାନାଜୀ’ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି ।

ସାଉଥ ଷ୍ଟାର ସୂର୍ଯ୍ୟାଙ୍କ ଫିଲ୍ମ ‘ସୁରାଇ ପୋଟୁ’ ପାଇଁ ଅଭିନେତ୍ରୀ ଅପର୍ଣ୍ଣାଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ସେହିପରି ମାଲାୟାଲାମ ଫିଲ୍ମ ଏକେ ଆୟାପ୍ପାନୁମ୍ କୋଶିୟମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ସଚିଦାନନ୍ଦ । ତାଲିକା କେବଳ ଏତିକିରେ ସରିନି ବରଂ ଶ୍ରେଷ୍ଠ ସପୋର୍ଟିଂ ଅଭିନେତା ଓ ଅଭିନେତ୍ରୀ ବର୍ଗରେ ବି ସାଉଥ ସିନେମାକୁ ମନୋନୀତ କରାଯାଇଛି ।

ଶ୍ରେଷ୍ଠ ସପୋର୍ଟିଂ ଅଭିନେତା ପାଇଁ ଜଣେ ମାଲାୟାଲାମ ଅଭିନେତା ମନୋନୀତ ହୋଇଥିବା ବେଳେ ଶ୍ରେଷ୍ଠ ସପୋର୍ଟିଂ ଅଭିନେତ୍ରୀ ପାଇଁ ଜଣେ ତାମିଲ ଅଭିନେତ୍ରୀ ମନୋନୀତ ହୋଇଛନ୍ତି । ଆଉ ପୁରସ୍କାରର ଏହି ତାଲିକା ବୋଧେ ବଲିଉଡର ଗର୍ବ ଭାଙ୍ଗି ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।