କାର୍ ଭିତରେ ସ୍ଵାମୀ Babushan ଙ୍କ ସହ ପ୍ରେମିକା Prakruti Mishra ଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଲେ ପତ୍ନୀ Trupti, ଆଉ ତା’ ପରେ ଯାହା ସବୁ ଖୁଲାସା କଲେ ଦେଖନ୍ତୁ video

କାର୍ ଭିତରେ ମାଡ ଆଉ ଖସି ପଳେଇବାକୁ ଚେଷ୍ଟା କରୁଥିବା ବେଳେ ବାହାରି ବି ମାଡ । ଗୋଡେଇ ଗୋଡେଇ ମାଡ ମାରିବା ସହ ଧକ୍କା ଉପରେ ଧକ୍କା ଆଉ ଚୁଟି ଟାଣି ମାଡ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ରୋଡ ଉପରେ ଏଭଳି ମାଡ ମାରିଛନ୍ତି ଓଲିଉଡ ଅଭିନେତା ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ତୃପ୍ତି ପ୍ରକୃତି ମିଶ୍ରଙ୍କୁ ଚୁଟି ଟାଣି ମାଡ ମାରିବାର କାରଣ ହେଉଛି ସେ କୁଆଡେ ତାଙ୍କ ପରିବାର ଭାଙ୍ଗି ଦେଇଛନ୍ତି ।

ଏହି ଭିଡିଓରୁ ଆପଣ ଦେଖି ପାରୁଥିବେ କିଭଳି ରାସ୍ତା ଉପରେ କୁକୁର ବିଲେଇ ଭଳି ଏମାନେ ମାଡ଼ଗୋଳ ଲାଗୁଛନ୍ତି । ବାବୁଶାନ ଓ ପ୍ରକୃତି ମିଶ୍ର ଦୁହେଁ ଫିଲ୍ମ “ପ୍ରେମମ୍” ରେ ଏକାଠି କାମ କରିଥିଲେ । ବଡ ପରଦାରେ ତାଙ୍କର ରୋମାନ୍ସ ଦେଖିବାକୁ ମିଳିଥିଲା । କିନ୍ତୁ କଥା ଉଠୁଛି ରିଲ୍ ଲାଇଫ ପ୍ରେମ କୁଆଡେ ରିୟଲ ଲାଇଫ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ଏମିତିକି ପ୍ରକୃତିଙ୍କ ପାଇଁ ବାବୁଶାନ କୁଆଡେ ପତ୍ନୀ ତୃପ୍ତିଙ୍କ ସହ ଭଲ ସମ୍ପର୍କ ରଖୁ ନଥିଲେ ।

ଏନେଇ ଓଡିଶାର ହିରୋ ନଂ ୱାନ ଙ୍କ ପତ୍ନୀ ପୂର୍ବରୁ ସନ୍ଦେହ କରି ଆସୁଥିଲେ । କେବଳ ସମୟ ସୁବିଧାକୁ ଅପେକ୍ଷା କରି ରହିଥିଲେ । ଆଉ ଚାହୁଁ ଚାହୁଁ ଆଜି ତାଙ୍କୁ ସମୟ ଏବଂ ସୁବିଧା ଉଭୟ ମିଳିଗଲା । ପୁରା ରେଡ୍ ହ୍ୟାଣ୍ଡରେ ସ୍ଵାମୀ ବାବୁଶାନଙ୍କ ସହ ପ୍ରେମିକା ପ୍ରକୃତି ମିଶ୍ରଙ୍କୁ ଧରି ନେଇଥିଲେ ତୃପ୍ତି । ଆଉ ସେମାନଙ୍କୁ ଏକାଠି ଦେଖି ତାଙ୍କ ମୁଣ୍ଡକୁ ପୁରା ପିତ୍ତ ଚଢି ଯାଇଥିଲା ।

ଆଉ ତା’ପରେ ଯାହା ହେଲା ସେହି ସମୟର ପୁରା ଭିଜୁଆଲ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ବାବୁଶାନଙ୍କ ପତ୍ନୀ ପ୍ରକୃତିଙ୍କୁ ମାଡ ମାରିବା ସହ ‘ୟା ପାଇଁ ମୋ ପରିବାର ଧ୍ଵଂସ ହୋଇଗଲା” ବୋଲି ବାରମ୍ବାର କହୁ ଥିବାର ସେହି ଭିଡିଓରେ ଦେଖିବାକୁ ମିଳୁଛି । ବାବୁଶାନ ଓ ପ୍ରକୃତି କାର୍ ରେ ଏକାଠି କଣ କରୁଥିଲେ ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।

ଉଭୟଙ୍କ ଫିଲ୍ମ ପ୍ରେମମ ରିଲିଜ ହୋଇ ସାରିଥିବା ବେଳେ ଏହା ସେତେ ଖାସ ପ୍ରଦର୍ଶନ କରି ପାରିନାହିଁ । ଆଉ ଏବେ ଉଭୟଙ୍କ ଲଭ ଆଫେୟାର ଓ ପତ୍ନୀଙ୍କ ଝଗଡା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।