“ମୋ ପରିବାର ଧ୍ଵଂସ କରିଛି ଇୟେ…” ଏମିତି କହି Prakruti ଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ବାଟ ଘେରିଲେ Babushan ଙ୍କ ପତ୍ନୀ Trupti Satapathy

ଷ୍ଟାର ଘରକଳି ପଦାରେ ପଡିବା ପରେ ଏବେ ସବୁଆଡେ ଏନେଇ ଚର୍ଚ୍ଚା ଜୋର ଧରିଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ବାବୁଶାନ ମହାନ୍ତି, ପ୍ରକୃତି ମିଶ୍ର ଓ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ମଧ୍ୟରେ ହେଉଥିବା ଝଗଡା ଓ ମାରପିଟ । ସ୍ଵାମୀ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କକୁ ସହି ନପାରି ନିଜ ହିତାହିତ ଜ୍ଞାନ ହରେଇ ବସିଛନ୍ତି ତୃପ୍ତି । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ବାବୁଶାନ ଓ ପ୍ରକୃତି ଗୋଟିଏ କାର୍ ରେ ଥିବାବେଳେ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ତୃପ୍ତି ଉଭୟଙ୍କୁ ମାଡ ମଧ୍ୟ ମାରୁଛନ୍ତି ।

ସେ ପଛପଟୁ ପ୍ରକୃତିଙ୍କ ଚୁଟି ଟାଣି ଧରି ଥିବାର ମଧ୍ୟ ଦେଖିବାକୁ ମିଳୁଛି । ପ୍ରକୃତି କୌଣସି ମତେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତୃପ୍ତି ମଧ୍ୟ ତାଙ୍କ ପଛେ ପଛେ ଗୋଡାଉଛନ୍ତି । ପ୍ରକୃତି ତାଙ୍କ ଘର ଧ୍ଵଂସ କରିଥିବା ଆରୋପ ଲଗାଇଛନ୍ତି ବାବୁଶାନଙ୍କ ପତ୍ନୀ ତୃପ୍ତି । ତାଙ୍କ କହିବା ଅନୁଯାୟୀ ଗତ ତିନି ବର୍ଷ ହେଲାଣି ବାବୁଶାନ ଓ ପ୍ରକୃତି ପ୍ରେମ ସମ୍ପର୍କରେ ରହିଛନ୍ତି । ଯାହାଫଳରେ ତାଙ୍କ ବୈବାହିକ ଜୀବନ ସଂପୂର୍ଣ୍ଣ ଭାଙ୍ଗିଯାଇଛି । ତାଙ୍କର ଛୋଟ ପୁଅଟିଏ ମଧ୍ୟ ଅଛି ।

କିନ୍ତୁ ବାବୁଶାନ ଏପଟେ ପ୍ରକୃତି ମିଶ୍ରଙ୍କ ସହ ପ୍ରେମ ସମ୍ବନ୍ଧ ରଖିଥିବାରୁ ଏହାକୁ ତୃପ୍ତି ଘୋର ବିରୋଧ କରିଛନ୍ତି । ବାବୁଶାନ ଓ ତୃପ୍ତି ୨୦୧୪ ମସିହାରେ ବିବାହ କରିଥିଲେ । ସେବେ ଠାରୁ ସେମାନେ ସୁଖରେ ସଂସାର କରୁଥିବା ବେଳେ ବାବୁଶାନଙ୍କ ଜୀବନରେ ପ୍ରକୃତିଙ୍କ ଏଣ୍ଟ୍ରି ସବୁକିଛି ବରବାଦ କରିଦେଇଛି । ଯାହା ତୃପ୍ତିଙ୍କୁ ଖୁବ ମର୍ମାହତ କରିଛି ।

ତେଣୁ ସେ ସବୁକିଛି ଭୁଲି ଷ୍ଟାର ସ୍ଵାମୀ ଓ ତାଙ୍କ ପ୍ରେମିକାଙ୍କୁ ରାଜରାସ୍ତାରେ ବେଜିତ କରିବା ପାଇଁ ମଧ୍ୟ ପଛାଇ ନାହାନ୍ତି । ସେ ବାରମ୍ବାର ପ୍ରକୃତିଙ୍କ ଉପରେ ତାଙ୍କ ଘର ଧ୍ଵଂସ କରିଥିବା ନେଇ ଆରୋପ ଲଗାଇବା ସହ ତାଙ୍କୁ ବାଟ ଘେରିଥିଲେ । ପ୍ରକୃତି ସେଠାରୁ ଖସିବାକୁ ଚେଷ୍ଟା କରୁଥିବା ବେଳେ ଏନେଇ ତାଙ୍କୁ ପଚରା ଯିବାରୁ ସେ ତୃପ୍ତି ପାଗଳ ହୋଇ ଯାଇଛନ୍ତି ବୋଲି କହୁଛନ୍ତି ।

ତେବେ ଷ୍ଟାର ପରିବାର ଏଭଳି ରାସ୍ତାରେ କଳି କରିବାକୁ ନେଇ ସମସ୍ତେ ଥଟ୍ଟା ପରିହାସ କରୁଛନ୍ତି ଓ ସେମାନଙ୍କ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।