“ଏକ୍ ସେଲଫି ତୋ ବନତା ହେ, ଭାଇ କଣ ବେ ମୁଁ କାଇଁ…” ଭାଇ ଟିକେ ହେଲ୍ପ କର ବୋଲି Prakruti ଚିଲାଉଥିବା ବେଳେ ତାଙ୍କ ସହ ଯାହା ହେଲା ନା… ଦେଖନ୍ତୁ video

ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କକୁ ପଦାରେ ପକାଇ ଦେଇଛନ୍ତି ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ । ବିଚ୍ ରାସ୍ତାରେ ସ୍ଵାମୀ ବାବୁଶାନ ଓ ପ୍ରକୂତି ମିଶ୍ରଙ୍କୁ ଏକାଠି ମାଡ ମାରିବା ସହ ସେମାନଙ୍କ ସମ୍ପର୍କକୁ ନେଇ ମଧ୍ୟ ପର୍ଦ୍ଦାଫାଶ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତୃପ୍ତି କାର୍ ପଛ ସିଟ୍ ରେ ଥାଇ ଆଗ ସିଟ୍ ରେ ବସିଥିବ ପ୍ରକୃତିଙ୍କ ଚୁଟିକୁ ଟାଣି ଧରୁଛନ୍ତି ଓ ତାଙ୍କ ଠାରୁ ଫୋନ ଛଡେଇବାକୁ ଚେଷ୍ଟା କରୁଛନ୍ତି ।

ଯାହାଫଳରେ ପ୍ରକୃତି ଏକଦମ ଅସହାୟ ହୋଇ ଭାଇ ମତେ ରକ୍ଷା କର ବୋଲି ଡାକ ଛାଡୁଛନ୍ତି । ତାଙ୍କ କଳି ଯୋଗୁଁ ସେହି ସ୍ଥାନରେ ଲୋକଙ୍କ ଭିଡ ଜମା ହୋଇ ଯାଇଥିଲେ ଓ ସମସ୍ତେ ଏହି ତାମସା ଦେଖୁଥିଲେ । କିନ୍ତୁ କେହି ପ୍ରକୃତି ମିଶ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁନାହାନ୍ତି । ଜଣେ ବ୍ୟକ୍ତି ସିଧାସଳଖ ମୁହଁରେ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଥିବାର ଦେଖିବାକୁ ମିଳିଛି । କିଛି ସମୟ ପରେ ତୃପ୍ତି ପ୍ରକୃତିଙ୍କ ଚୁଟି ଛାଡିଦେବାରୁ ପ୍ରକୃତି ସେଠାରୁ କାର୍ ରୁ ଓହ୍ଲାଇ ଖସି ପଳାଇ ଯିବାକୁ ଚେଷ୍ଟା କରୁଛନ୍ତି ।

ଆଉ ତାଙ୍କ ପଛେ ପଛେ ତୃପ୍ତି ମଧ୍ୟ ଗୋଡାଉଥିବାର ଦେଖିବାକୁ ମିଳିଛି । ବାବୁଶାନ ତୃପ୍ତିଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ ଏବଂ ତାଙ୍କର ଛୋଟ ପୁଅଟିଏ ମଧ୍ୟ ଅଛି । ଦୀର୍ଘ ଦୁଇ ବର୍ଷ ପରେ ଏବେ ବଡ ପରଦାରେ ଫିଲ୍ମ “ପ୍ରେମମ” ରେ ପ୍ରକୃତି ମିଶ୍ରଙ୍କ ସହ ଦେଖା ଦେଇଥିଲେ ବାବୁଶାନ ।

ତା’ପରେ ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଥିଲା । ଆଉ ଆଜି ଦୁହେଁ ଗୋଟିଏ କାର୍ ରେ ଯାଉଥିବା ବେଳେ ବାବୁଶାନ ଓ ପ୍ରକୃତିଙ୍କୁ ଅଟକାଇ ଏହିଭଳି ଅପଦସ୍ତ କରିଥିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି । ଯାହା ଏବେ ଏକ ପ୍ରକାର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ।

ରାଜରାସ୍ତାରେ ଷ୍ଟାର ଘରର କଳି ଏଭଳି ସମସ୍ତଙ୍କ ସାମ୍ନାକୁ ଆସିବା ନିହାତି ଲଜ୍ଜ୍ୟାକର ବିଷୟ ବୋଲି ସମସ୍ତେ କହୁଛନ୍ତି । ପ୍ରକୃତିଙ୍କ ସହ ପ୍ରେମ ସମ୍ପର୍କ ବାବୁଶାନ ଓ ପ୍ରକୃତି ଉଭୟଙ୍କ ପାଇଁ ମହଙ୍ଗା ପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।