ନବ ନିର୍ବାଚିତ ରାଷ୍ଟ୍ରପତି Draupadi Murmu ଙ୍କ ନାଁରେ ନୂଆ ରେକର୍ଡ, ଜାଣନ୍ତୁ ସେ କେଉଁ କେଉଁ ରେକର୍ଡର ଅଧିକାରିଣୀ ହୋଇଛନ୍ତି 

ଦେଶରେ ନୂଆ ରେକର୍ଡ ଛିଡା କରିଛନ୍ତି ନୂତନ ଭାବେ ନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ଦେଶର ପ୍ରତିଟି କୋଣ ଓ ଅନୁକୋଣରେ ତାଙ୍କ ବିଷୟରେ ଚର୍ଚ୍ଚା ଚାଲିଛି । ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁ ନୂଆ ରେକର୍ଡ କରିଛନ୍ତି । ଦ୍ରୌପଦୀ ହେଉଛନ୍ତି ଓଡିଶାର ପ୍ରଥମ ରାଷ୍ଟ୍ରପତି । ତାଙ୍କ ପୂର୍ବରୁ କେହି ମଧ୍ୟ ଓଡିଶାରୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ନଥିଲେ । ଆଉ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଏବେ ଏହି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି ।

ଯଦ୍ୟପି ତାଙ୍କ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଭୀମଗିରିଙ୍କ କଥା ଉଠୁଛି, ହେଲେ ଭୀମଗିରି ମାଡ୍ରାସ ପ୍ରୋଭିନ୍ସର ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ । ଯାହା ଏବେ ଓଡିଶାରେ ଅଛି । ଭୀମଗିରି ତେଲୁଗୁ ପରିବାର ସହ ଜଡିତ ଥିଲେ ଓ ଆନ୍ଧ୍ରପ୍ରଦେଶରେ ତାଙ୍କ କର୍ମଭୂମି ରହିଥିଲା । ତେଣୁ ତାଙ୍କୁ ପ୍ରକୃତରେ ଓଡିଶାର ବୋଲି କୁହାଯିବା ହୁଏତ ଉଚିତ ହୋଇ ନପାରେ । ଏହା ବ୍ଯତୀତ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ।

ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହାଛଡା ଦ୍ରୌପଦୀ ମୁର୍ମୁ ଦେଶ ସ୍ଵାଧୀନ ହେବା ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ରାଷ୍ଟ୍ରପତି ମଧ୍ୟ ଅଟନ୍ତି । କାରଣ ଏ ପର୍ଯ୍ୟନ୍ତ ଯେଉଁମାନେ ରାଷ୍ଟ୍ରପତି ପଦବୀରେ ରହିଥିଲେ ସେ ସମସ୍ତେ ସ୍ଵାଧୀନତା ପୂର୍ବରୁ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ଦ୍ରୌପଦୀ ମୁର୍ମୁ ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ଜନ୍ମ ଦେଶ ସ୍ଵାଧୀନତା ପାଇବା ପରେ ହୋଇଛି ।

ଦେଶର ସବୁଠାରୁ ଯୁବ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଦ୍ରୌପଦୀ । ସେ ୬୪ ବର୍ଷ ୧ ମାସ ବୟସରେ ଏହି କୀର୍ତ୍ତିମାନ ହାସଲ କରିବାରେ ସକ୍ଷମ ହୋଇଥିବା ବେଳେ ଏହା ପୂର୍ବରୁ ଦେଶର ଷଷ୍ଠ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ନୀଲମ ସଞ୍ଜିଭା ରେଡ୍ଡିଙ୍କ ନାମରେ ଏହି ରେକର୍ଡ ରହିଥିଲା । ଦ୍ରୌପଦୀ ଦ୍ଵିତୀୟ ମହିଳା ଭାବେ ଭାରତର ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଶ୍ରୀମତୀ ପ୍ରତିଭା ପାଟିଲ ପ୍ରଥମ ମହିଳା ଭାବେ ରାଷ୍ଟ୍ରପତି ହୋଇଥିଲେ ।

ଦ୍ରୌପଦୀଙ୍କ ଆଉ ଏକ ରେକର୍ଡ ହେଉଛି ଭାରତୀୟ ଜନତା ପାର୍ଟି ସହ ସିଧାସଳଖ ଜଡିତ ମହିଳା ଭାବେ ସେ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ରାମନାଥ କୋବିନ୍ଦ ବିଜେପି ସହ ଜଡିତ ଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।