ଲକଡାଉନ ରେ ପ୍ରେଗନେଣ୍ଟ ହେଇଗଲେ Bollywood ର 6 ଜଣ Actress, ନମ୍ବର 1 ଙ୍କ ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ତାରକାମାନଙ୍କ ପାଇଁ ୨୦୨୧ ବହୁତ ଖୁସିର ମାହୋଲ ହୋଇପାରେ । ଏହି ବର୍ଷ ଆରମ୍ଭରୁ ଯେଉଁଠି ଅନୁଷ୍କା ଏବଂ ଭିରାଟ ତାଙ୍କ ଝିଅ ଭାମିକାକୁ ଜନ୍ମ ଦେଲେ ଏବଂ କରୀନା କପୁର ଖାନ୍ ତାଙ୍କ ଦ୍ଵିତୀୟ ପୁଅକୁ ଜନ୍ମ ଦେଇ ସାରିଛନ୍ତି ।

ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ଗର୍ଭବତୀ ହେବାର ଘୋଷଣା କରିଛନ୍ତି ଏହି ଲକଡାଉନ୍ ରେ । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯିଏ ଲକଡାଉନରେ ଗର୍ଭବତୀ ହୋଇଛନ୍ତି । ଏମିତି ବି ଅଭିନେତ୍ରୀ ଯିଏ ନିଜ ବିବାହର ଦେଢ଼ ମାସ ପରେ ଗର୍ଭବତୀ ହେବାର ଖବର ଦେଇ ଆଶ୍ଚର୍ଯ୍ୟ ଚକିତ କରିଥିଲେ ।

୧- ଦିୟା ମିର୍ଜା : ଅଭିନେତ୍ରୀ ଦିୟା ମିର୍ଜା ୧୫ ଫେବୃଆରୀ ୨୦୨୧ ରେ ମୁମ୍ବାଇର ବ୍ୟବସାୟୀ ଭୈବଭ ରେଖୀଙ୍କୁ ବିବାହ କରିଥିଲେ । ଦୁହେଁ ମାଳଦୀପକୁ ହନିମୁନ କରିବା ପାଇଁ ଯାଇଥିଲେ, ସେଇଠି ଦିୟା ମିର୍ଜା ଗର୍ଭବତୀ ହେବାର ଗୋଟିଏ ଫଟୋକୁ ସେୟାର କରିଥିଲେ । ସେ ଏହି ଫଟୋକୁ ସେୟାର କରି କହିଲେ, ସେ ବହୁତ ଶିଘ୍ର ମା ହେବାକୁ ଯାଉଛନ୍ତି । ଯେତେବେଳେ ତାଙ୍କ ବିବାହ ଦେଢ଼ ମାସ ସମ୍ପୂର୍ଣ୍ଣ ହୋଇଥିଲା ସେତେବେଳେ ସେ ଏହି ଖବର ଦେଇଥିଲେ ।

୨- ଶ୍ରେୟା ଘୋସାଲ୍ : ବଲିଉଡରେ ସୁନ୍ଦର ଗାୟୀକା ବିବାହର ୬ ବର୍ଷ ପରେ ମା ହେବାକୁ ଯାଉଛନ୍ତି । ସେ ଏହି କିଛି ଦିନ ପୁର୍ବରୁ ସୋସିଆଲ ମିଡିଆରେ ଗୋଟିଏ ଫଟୋ ସେୟାର କରି ଗର୍ଭବତୀ ହେବାର ଘୋଷଣା କରିଥିଲେ । ଶ୍ରେୟା ଘୋସାଲ୍ ୫ ଫେବୃଆରୀ ୨୦୧୫ ରେ ନିଜ ବୟଫ୍ରେଣ୍ଡ କୁ ବିବାହ କରିଥିଲେ ।

୩- ଦୀପିକା ପାଦୁକୋନ୍ : ଯେତେବେଳେ ଅଭିନେତ୍ରୀ କରୀନା ଏବଂ ଅନୁଷ୍କା ମା ହେବାର ସୈାଭାଗ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ସେତେବେଳେ ଏମିତି ଲାଗୁଥିଲା ଯେମିତି ଦୀପିକା ପାଦୁକୋନ୍ ଶିଘ୍ର ମା ହେବାକୁ ଯାଉଛନ୍ତି । ଯେତେବେଳେ କିଛି ଦିନ ଆଗରୁ ଅଭିନେତ୍ରୀଙ୍କ ସ୍ପଟ୍ ନଜର ଆସିଲା ସେତେବେଳେ ବେବି ଥିବାର ନଜର ଆସିଥିଲେ କିନ୍ତୁ ଗର୍ଭବତୀ ହେବା ବିଷୟରେ ଦୀପିକା ଆଜି ପର୍ଯ୍ୟନ୍ତ କୈାଣସି ଅଫିସିଆଲ୍ ଘୋଷଣା କରିନାହାନ୍ତି । କିନ୍ତୁ ଖବର ଅଛି ଯେ ଦୀପିକା ମଧ୍ୟ ଏହି ବର୍ଷ ଶୁଭ ଖବର ଦେବାକୁ ଯାଉଛନ୍ତି ।

୪- ନୀତି ମୋହନ : ଖାଲି ଶ୍ରେୟା ଘୋସାଲ୍ ନୁହନ୍ତି, ବଲିଉଡର ପ୍ରସିଦ୍ଧ ଗାୟୀକା ନୀତି ମୋହନ ମଧ୍ୟ ମା ହେବାକୁ ଯାଉଛନ୍ତି । ସେ ତାଙ୍କ ଗର୍ଭବତୀ ହେବାର ଖବର ସୋସିଆଲ ମିଡିଆରେ ଦେଇଥିଲେ । ନୀତି ମୋହନ ୪୦ ବର୍ଷ ବୟସରେ ମା ହେବାକୁ ଯାଉଛନ୍ତି ।

୫- କିଶୋର ମର୍ଚାଣ୍ଟ : ଟିଭି ଇଣ୍ଡଷ୍ଟ୍ରିର ଖୁବ୍ ସୁନ୍ଦର ଅଭିନେତ୍ରୀ କିଶୋର ମର୍ଚାଣ୍ଟ ମଧ୍ୟ ୪୦ ବର୍ଷ ବୟସରେ ମା ହେବାକୁ ଯାଉଛନ୍ତି । ସେ ତାଙ୍କ ଗର୍ଭବତୀ ହେବାର ଖବର ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ଫ୍ୟାନ୍ ମାନଙ୍କୁ ଖୁସି ଖବର ଦେଇଥିଲେ । ସେ ଅଗଷ୍ଟ ମାସରେ ନିଜ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ।

୬- ଲିସା ହେଡେନ୍ : ବଲିଉଡର ସୁନ୍ଦର ଅଭିନେତ୍ରୀ ଲିସା ହେଡେନ୍ ମଧ୍ୟ ଜୁନରେ ମା ବନି ଯିବେ । ଲିସା ୨୦୧୬ ମସିହାରେ ବ୍ୟବସାୟୀ ଦିନୋଙ୍କୁ ବିବାହ କରିଥିଲେ । ଯାହା ପରେ ସେ ଦୁଇଟି ପୁତ୍ର ସନ୍ତାନଙ୍କର ମା ହୋଇ ସାରିଛନ୍ତି । ଲିସା ଫିଲ୍ମ କୁଇନ୍ ରେ ବିଜୟାଲକ୍ଷ୍ମୀ ଚରିତ୍ର ପାଇଁ ଲୋକମାନେ ବହୁତ ପସନ୍ଦ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।