ଇଶା ଅମ୍ବାନୀ ସେରିମନୀ: ଯେତେବେଳେ ଐଶ ପତି ଅଭିଷେକଙ୍କ ପୂର୍ବ ପ୍ରେମିକାଙ୍କ ହାତ ଧରି, ଫ୍ଲୋର ଉପରେ ଜମେଇକି ଠୁମକା ଲଗେଇଲେ

ପୁରା ବଲୀଉଡ ବର୍ତ୍ତମାନ ପୁରାପୁରୀ ବାହାଘର ଫଙ୍କସନରେ ମାତିଛନ୍ତି । ପ୍ରିୟଙ୍କା, ସୋନମ, ଦୀପିକା ପରେ ୧୨ ଡିସେମ୍ବର ରେ ଈଶା ଅମ୍ବାନୀ ଏବଂ ଆନନ୍ଦ ପୀରାମଲଙ୍କୁ ବାହା ହେଲେ । ବାହାଘର କିଛି ଏମିତି ପ୍ରକାରର ଥିଲା କି ଯେମିତି କୌଣସି ଅୱର୍ଡ ଫଙ୍କସନ ଥିଲା ଏବଂ ପୁରା ବଲୀଉଡ ଆସିଥିଲା । ଏହି ସେରେମେନିରେ କିଛି ଏମିତି ଷ୍ଟାର ମାନେ ପରସ୍ପରଙ୍କ ସହିତ ନାଚିଲେ କି ଯେଉଁମାନେ ପରସ୍ପରକୁ ଦେଖୁ ବି ନଥିଲେ ।

କରିସ୍ମାଙ୍କ ସହିତ ଐଶ୍ୱର୍ୟା ନାଚିଲେ

ଐଶ୍ୱର୍ୟା ରାୟ ବଚ୍ଚନ ନିଜ ସ୍ଵାମୀଙ୍କ ସହିତ ନାଚୁଥିଲେ ଏବଂ ସେଠି ଅନ୍ୟ ପଟେ କରସିମା କପୁର ବି ଡାନ୍ସ କରୁଥିଲେ । ମସ୍ତି ମସ୍ତିରେ ଐଶ୍ୱର୍ୟା କରିସ୍ମାଙ୍କ ସାଙ୍ଗରେ ହାତ ଧରି ତାଙ୍କୁ ଫ୍ଲୋର ରେ ନଚାଇଲେ । ତିନିଜଣ ଯାକ ‘ସୋନୂ କେ ଟୀଟୂ କୀ ସ୍ୱୀଟୀ’ ଫିଲ୍ମର ଗୀତ ଦିଲ ଚୋରୀ ସାଡା ରେ ନାଚୁଥିବାର ଦେଖା ଯାଇଥିଲେ । ଅଭିଷେକ ବି ଫ୍ରୀ ହୋଇ କରିସ୍ମାଙ୍କ ସାଙ୍ଗରେ ନାଚିଲେ ।

କହିଦେଉଛୁ ଯେ ଗୋଟିଏ ସମୟରେ କରିସ୍ମା ଏବଂ ଅଭିଷେକଙ୍କର ଅଫେୟାର ଖବର ଟକ ଫ ଦ ଟାଉନ ହେଉଥିଲା । ଏତିକି ନୁହେଁ କରିସ୍ମା ଏବଂ ଅଭିଷେକଙ୍କର ନିର୍ବନ୍ଧ ମଧ୍ୟ ଠିକ ହୋଇ ଯାଇଥିଲା । କିନ୍ତୁ କିଛି ଅସୁବିଧା ହେବାରୁ ଦୁଇ ଜଣଙ୍କର ନିର୍ବନ୍ଧ ଭାଙ୍ଗିଯାଇଥିଲା । ଏହା ପରେ ଦୁଇ ଜଣଙ୍କର ପରିବାର ପରସ୍ପରଠାରୁ ଦୂରେଇ ଗଲେ ।

ଅଭିଷେକ ବି କରିଲେ ଡାନ୍ସ

ପରେ ଏମିତି ଖବର ବି ଆସିଥିଲା କି ଐଶ୍ୱର୍ୟା କରିସ୍ମାଙ୍କୁ ସେମିତି ପସନ୍ଦ କରନ୍ତି ନାହିଁ । ଦୁଇ ଜଣ ପରସ୍ପରଙ୍କୁ ଦେଖନ୍ତି ନାହିଁ । କିନ୍ତୁ ଈଶା ଅମ୍ବାନୀ ବାହାଘରରେ ତିନି ଜଣ ନାଚି ସମସ୍ତଙ୍କର ମୁହଁକୁ ଚୁପ କରିଦେଇଥିଲେ । ଏହା ପୂର୍ବରୁ କୃଷ୍ଣା ରାଜଙ୍କର ନିଧନ କାର୍ଯ୍ୟକ୍ରମରେ ଐଶ୍ୱର୍ୟା ରାନୀ ମୁଖାର୍ଜୀଙ୍କୁ କୁଣ୍ଢାଇ ଥିଲେ ।

କହିଦେଉଛୁ ଯେ ଅଭିଷେକଙ୍କ ନାମ ରାନୀ ମୁଖାର୍ଜୀଙ୍କ ସହ ମଧ୍ୟ ଜଡିତ ଥିଲା । ଏମାନଙ୍କର ବାହାଘରର ଖବର ମଧ୍ୟ ଉଡି ଥିଲା । ସେଠି ଐଶ୍ୱର୍ୟା ଦୁଇ ଜଣ ଷ୍ଟାରଙ୍କ ସହ ଭଲ ବ୍ୟବହାର କରି ଦେଖାଇଦେଲେ କି ତାଙ୍କ ମନ ଭିତରେ କାହା ପାଇଁ କୌଣସି ପ୍ରକାର ଈର୍ଷା ନାହିଁ ।

ଐଶ୍ୱର୍ୟା ଲାଗୁଥିଲେ ବହୁତ ସୁନ୍ଦର

କହିଦେଉଛୁ ଯେ ଈଶା ଆମ୍ବାନୀ ର ବାହାଘରରେ ବଚ୍ଚନ ପରିବାର ମଧ୍ୟରୁ ଐଶ୍ୱର୍ୟା, ଅଭିଷେକ ଏବଂ ତାଙ୍କ ଝିଅ ଆରଧ୍ୟା ଏକା ସହିତ ନଜର ଆସିଥିଲେ । ଏଠି ଐଶ୍ୱର୍ୟା ଲାଲୀ ରଙ୍ଗର ଶାଢୀ ପିନ୍ଧିଥିଲେ ଏବଂ ମୁଣ୍ଡରେ ଜୁଡା ପିନ୍ଧି ଥିଲେ । ସେଠି କରିସ୍ମା, କରିନା ଏବଂ ସୈଫ ଅଲି ଖାନ ଧଳା ରଙ୍ଗର ଡ୍ରେସରେ ବହୁତ ସୁନ୍ଦର ଦେଖା ଯାଉଥିଲେ ।