ପ୍ରବାସୀ ଶ୍ରମିକମାନେ ସୋନୁ ସୁଡଙ୍କୁ ଦେଉଛନ୍ତି ଆଶୀର୍ବାଦ, ସ୍ମୃତି ଇରାନ ବି କଲେ ପ୍ରଶଂସା, ଟୁଇଟ କରି କହିଲେ ଏହି କଥା

କରୋନା ଭାଇରସ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସ ଦିନକୁ ଦିନ ବଢିବାରେ ଲାଗିଛି । ଏହି ମହାମାରୀ ପାଇଁ ଲୋକମାନଙ୍କର ଜୀବନ ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଛି । ଏହି ମହାମାରୀ ବିରୁଦ୍ଧରେ ସାରା ଦେଶ ଯୁଦ୍ଧ ଲଡୁଛି । କରୋନା ମହାମାରୀ ବିରୁଦ୍ଧରେ ସାରା ଦେଶର ଲୋକ ଏକାଠି ହୋଇ ଠିଆ ହୋଇଛନ୍ତି । କରୋନା ଭାଇରସ ପାଇଁ ହୋଇଥିବା ଲକଡାଉନ କାରଣରୁ ଲୋକ ମାନଙ୍କର ସମସ୍ୟା ଅଧିକ ବଢିଯାଇଛି ।

ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏହା ସବୁଠାରୁ ବଡ ସମସ୍ୟା ହୋଇଯାଇଛି । ଦେଶର ଅଲଗା ଅଲଗା ଜାଗାକୁ ଶ୍ରମିକମାନେ କାମ କରିବାକୁ ଆସିଥିଲେ କିନ୍ତୁ ଲକଡାଉନ ପାଇଁ ସବୁ ରୋଜଗାର ବନ୍ଦ ହୋଇ ଯାଇଛି । ଯେଉଁ କାରଣରୁ ଶ୍ରମିକମାନେ ପାଦରେ ବହୁତ ବାଟ ଚାଲିଚାଲି ନିଜ ଘରକୁ ଯିବା ପାଇଁ ମଝବୁର ହୋଇଛନ୍ତି ।

ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି କି କେମିତି ଯାଇ ତାଙ୍କ ଘରେ ପହଞ୍ଚିବେ, ଏହା ମଧ୍ୟରେ ବଲିଉଡର ତାରକା ସୋନୁ ସୁଦ ଏହି ଶ୍ରମିକମାନଙ୍କ ପାଇଁ ଭଗବାନ ହୋଇ ଆସିଛନ୍ତି । ସୋନୁ ବସ ବ୍ୟବସ୍ଥା କରି ଶ୍ରମିକମାନଙ୍କୁ ତାଙ୍କ ଘରକୁ ପଠାଉଛନ୍ତି, ତାଙ୍କର ଏହି କାମ ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ପ୍ରଶଂସା କରିଛନ୍ତି ।

ସୋନୁ ମୁମ୍ବାଇ ସହିତ ମହାରାଷ୍ଟ୍ରର ଅଲଗା ଅଲଗା ଜାଗାରେ ଯେଉଁ ପ୍ରବାସୀ ଶ୍ରମିକମାନେ ଫସି ଯାଇଛନ୍ତି ସେମାନଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି । ଏମିତି ବହୁତ ପ୍ରବାସୀ ଶ୍ରମିକମାନେ ଅଛନ୍ତି ଯେଉଁମାନେ ଟୁଇଟର ମାଧ୍ୟମରେ ସୋନୁଙ୍କୁ ସମ୍ପର୍କ କରୁଛନ୍ତି ଏବଂ ତାଙ୍କୁ ସହାୟତା ମାଗୁଛନ୍ତି । ଅଭିନେତା ସୋନୁ ସୁଦ ମଧ୍ୟ ସେମାନଙ୍କୁ ସୁରକ୍ଷିତ ଭାବରେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ।

ସୋନୁଙ୍କର ଏକ ଟୁଇଟରେ ସ୍ମୃତି ଇରାନୀ ଟୁଇଟ କରି ତାଙ୍କ ପ୍ରଶଂସା କରିବା ସହିତ କହିଛନ୍ତି କି ତାଙ୍କୁ ସୋନୁଙ୍କ ଉପରେ ଗର୍ବ ହେଉଛି, ସେ ଟୁଇଟ କରି ଲେଖିଛନ୍ତି କି ସୋନୁ ଏହା ମୋର ଭାଗ୍ୟ କି ମୁଁ ତୁମକୁ ବହୁତ ଦିନ ଧରି ଜଣେ ବୃତିଗତ ସାଥି ଭାବେ ଜାଣିଛି ଏବଂ ଜଣେ ଅଭିନେତା ଭାବରେ ତୁମ ପ୍ରଗତିରେ ଖୁସି ଅଛି, କିନ୍ତୁ ଏହି କଠିନ ପରିସ୍ଥିତିରେ ତୁମେ ଯାହା ଦୟା ଦେଖାଇଛ ସେଥିପାଇଁ ମୁଁ ବହୁତ ଗର୍ବ କରୁଛି । ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରୁଥିବାରୁ ତୁମକୁ ଧନ୍ୟବାଦ ।

ଅଭିନେତା ରବି କିଶନ ବି ସ୍ମୃତି ଇରାନୀଙ୍କ ଟୁଇଟରେ ସହମତି ଦେଇଛନ୍ତି ଏବଂ ସେ ମଧ୍ୟ ସୋନୁଙ୍କର ପ୍ରଶଂସା କରି ଲେଖିଛନ୍ତି କି ‘ଏହି ସବୁ ମନେ ରହିଥାଏ ଦୁନିଆରେ’ । ସୋନୁ ଙ୍କର ଏହି କାମ ପାଇଁ ଶ୍ରମିକମାନେ ତାଙ୍କୁ ଆଶୀର୍ବାଦ କରୁଛନ୍ତି ଏବଂ ଲୋକ ମାନେ ମଧ୍ୟ ସୋନୁଙ୍କର ଏହି କାମ ପାଇଁ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି । ସୋନୁ ମୁମ୍ବାଇର ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ୧୫୦୦ପିପିଇ କିଟ ସହାୟତା କରିଛନ୍ତି ।