କେବେ Sunny Deolଙ୍କୁ ‘ଛୋଟେ ପାପା’ ଡାକୁଥିଲେ Dimpal Kapadiaଙ୍କ ଦୁଇ ଝିଅ, କିଛି ଏମିତି ଥିଲା ତାଙ୍କ ସମ୍ପର୍କ

ବଲିଉଡ ଇଣ୍ଡଷ୍ଟ୍ରିରେ ସନି ଦେୱଲ ଓ ଡିମ୍ପଲ କପାଡିଆଙ୍କୁ କିଏ ନ ଜାଣେ ? ଆଜି ଆମେ ଡ଼ିମ୍ପଲ ଓ ସନି ଦେୱଲଙ୍କ ଲଭ ଷ୍ଟୋରି ବିଷୟରେ କହିବୁ । ଏହା ସହିତ ଡ଼ିମ୍ପଲଙ୍କର ଦୁଇ ଝିଅ ରିଙ୍କି ଓ ଟ୍ଵିଙ୍କଲ ଖନ୍ନା କାହିଁକି ସନିଙ୍କୁ “ସାନ ବାପା” ବୋଲି ଡାକୁଥିଲେ ତାହା ବିସ୍ତୃତ ଭାବେ ଜଣାଇବୁ ।  ୧୯୮୩ ମସିହାରେ “ବେତାବ” ଫିଲ୍ମରୁ ନିଜର କ୍ଯାରିର ଆରମ୍ଭ କରି ଅଭିନେତା ସନି ଦେୱାଲ ବଲିଉଡ ଇଣ୍ଡଷ୍ଟିରେ ନିଜର ନୂଆ ପରିଚୟ ସୃଷ୍ଟି କରିଥିଲେ ।

ସନି ନିଜର ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ ଦେବା ପରେ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ରିଲେସନଶିପରେ ଥିଲେ । କିନ୍ତୁ ପରେ ଲଣ୍ଡନରେ ରହୁଥିବା ପୂଜା ନାମକ ଝିଅ ସହ ତାଙ୍କର ବିବାହ ହୋଇଥିଲା । ଏହା ପରେ ସନିଙ୍କ ଜୀବନରେ ଅଭିନେତ୍ରୀ ଡ଼ିମ୍ପଲ କପାଡିଆ ଆସିଥିଲେ । ଡ଼ିମ୍ପଲ ଓ ସନି “ଅର୍ଜୁନ”, “ମଞ୍ଜିଲ-ମଞ୍ଜିଲ”, “ଆଗ କା ଗୋଳା”, “ଗୁନାହ, “ନରଶିମହା” ଆଦି ଫିଲ୍ମରେ ଯୋଡି ଭାବେ ଅଭିନୟ କରିସାରିଛନ୍ତି ।

ଡ଼ିମ୍ପଲ ଓ ସନି ଦୁହେଁ ବିବାହିତ ହୋଇଥିଲେ ମଧ୍ୟ ପରସ୍ପର ସହ   ଡେଟ କରୁଥିଲେ । ଦୁହେଁ ରିଲେସନଶିପରେ ଥିଲେ ବୋଲି ଅଭିନେତ୍ରୀ ଅମୃତା ଏକ ଇଣ୍ଟରବିଉରେ କହିଥିଲେ । ଏହା ପରେ ଏହି ଖବରଟି ଏମିତି ଖେଳି ଯାଇଥିଲା ଯେ ଡ଼ିମ୍ପଲ ନିଜ ସ୍ଵାମୀ ରାଜେଶ ଖନ୍ନାଙ୍କ ଠାରୁ ଅଲଗା ରହୁଥିଲେ ।ନିଜ ପ୍ରେମିକ ସନିଙ୍କ ସହ ଡ଼ିମ୍ପଲ ଖୁସିରେ ଥିଲେ । “ପିକାବିଲା” ଖବର କାଗଜରେ ଛପାଯାଇଥିବା ଆର୍ଟିକଲ “ଫ୍ରାଇଡେ ପ୍ଲେସବେକ” ମତରେ ଯେତେବେଳେ ଶନି ଓ ଡ଼ିମ୍ପଲ ଦୁହେଁ ଡେଟ କରୁଥିଲେ ସେତେବେଳେ ଡ଼ିମ୍ପଲଙ୍କ ଦୁଇ ଝିଅ ଟ୍ଵିଙ୍କଲ ଓ ରିଙ୍କି ସନିଙ୍କୁ “ସାନ ବାପା” ବୋଲି ସମ୍ଭୋଧନ କରିଥିଲେ ।

ଏହି ଘଟଣାରୁ ଦୁହେଁ ବିବାହ କରିଛନ୍ତି ବୋଲି ଖବର ଖେଳିଯାଇଥିଲା । ତା ପରେ ସନିଙ୍କ ସ୍ତ୍ରୀ ପୂଜା ଏହି ଘଟଣାକୁ ନେଇ ପ୍ରତିକ୍ରିୟା କରିଥିଲେ ଯେ “ସେ ଡ଼ିମ୍ପଲଙ୍କୁ ଛାଡିଦେବା ପାଇଁ ନ ହେଲେ ସେ ତାଙ୍କ ଦୁଇ ପୁଅଙ୍କୁ ନେଇ ସବୁଦିନ ପାଇଁ ଘର ଛାଡି ଚାଲିଯିବେ” । ନିଜ ସ୍ତ୍ରୀଙ୍କର ଏଭଳି ପ୍ରତିକ୍ରିୟା ଦେଖି ସନି ବାଧ୍ୟ ହୋଇ ନିଜ ପରିବାର ସହ ରହିବାକୁ ନିଷ୍ପତି ନେଇଥିଲେ । ୨୦୧୭ରେ ଡ଼ିମ୍ପଲ ଓ ସନି ପୁଣିଥରେ ମୋନାକୋରେ ଛୁଟି ମନେଇବା ବେଳେ ଦେଖା ହୋଇଥିଲେ ।

ସେଠାରେ ଦୁହିଁଙ୍କର ଏକ ବିଡିଓ ମିଡିଆରେ ଭାଇରାଲ ହୋଇଥିଲା । ଏଠାରେ ଟ୍ଵିଙ୍କଲ ଖନ୍ନାଙ୍କ ସାନ ଭଉଣୀ ରିଙ୍କି ଖାନ୍ନାଙ୍କ ସମ୍ଭଧରେ :  ୧୯୯୭ ଜୁଲାଇ ୨୭ରେ ଜନ୍ମ ଗ୍ରହଣ କରିଥିବା ରିଙ୍କି ଖନ୍ନା ବଲିଉଡରେ ନିଜର କ୍ଯାରିର ଆରମ୍ଭ କରିଥିଲେ ।କିନ୍ତୁ ବର୍ତ୍ତମାନ ସେ ଲାଇମଲାଇଟରୁ ଦୂରରେ ଅଛନ୍ତି । ସେ ନିଜର କ୍ଯାରିରରେ ୯ଟି ଫିଲ୍ମ କରିସାରିଛନ୍ତି । ୨୦୦୩ରେ ଇଣ୍ଡଷ୍ଟ୍ରିଲିଷ୍ଟ ସମୀର ସରନଙ୍କ ସହ ରିଙ୍କିଙ୍କର ଦେଖା ହୋଇଥିଲା । ପରେ ଦୁହେଁ ବିବାହ ବନ୍ଧନରେ ସବୁଦିନ ପାଇଁ ବାନ୍ଧି ହୋଇଯାଇଥିଲେ ।

ବର୍ତ୍ତମାନ ରିଙ୍କି ଲଣ୍ଡନରେ ନିଜର ପରିବାର ସହ ରହୁଛନ୍ତି । ସେ ୟୂଥ ମ୍ୟାଗାଜିନର ଏଡିଟର ଭାବେ କାମ କରୁଛନ୍ତି । ଯଦି ଆପଣମାନଙ୍କୁ ସନି ଦେୱଲ ଓ ଡ଼ିମ୍ପଲ କପାଡିଆଙ୍କ ଲଭ ଷ୍ଟୋରି ଭଲ ଲାଗିଥାଏ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।