ଏହି ଝିଅଟି ଇଣ୍ଟର୍ନେଟରେ ହେଉଛି ଭାଇରାଲ, ସମାଜକୁ ଦେଉଛି ଏକ ଖାସ ସନ୍ଦେଶ, ଜାଣନ୍ତୁ

କିଛି ଲୋକଙ୍କ ହିସାବରେ କୌଣସି ଲୋକର ସୁନ୍ଦରତା ପଛରେ ବାଳର ଯୋଗଦାନ ଥାଏ । ବିଶେଷ କରି ଯଦି ପ୍ରଶ୍ନ କୌଣସି ଝିଅ ଉପରେ ଆସିଥାଏ, ତେବେ ଝିଅମାନେ ତାଙ୍କର ହେୟାର ଷ୍ଟାଇଲ ପାଇଁ ଅଧିକ ସୁନ୍ଦର ଦେଖା ଯାଇଥାନ୍ତି । ପୁରୁଷ ଲଣ୍ଡା ହେଲେ ଚଳିବ କିନ୍ତୁ ଯଦି ଝିଅ ଲଣ୍ଡା ହୋଇଥାଏ, ତେବେ ସେହି ଝିଅ ପାଇଁ ସମାଜରେ ରହିବା ବହୁତ କଷ୍ଟ କର ହୋଇଯିବ । ସମାଜରେ କମ ଚୁଟି ଥିବା ଝିଅ ବା ଲଣ୍ଡା ଝିଅମାନଙ୍କୁ ସମ୍ମାନର ସହ ଦେଖାଯାଏ ନାହିଁ । ସେଥିପାଇଁ ତାଙ୍କୁ ବହୁତ ଥର ମାନସିକ ଚିନ୍ତାର ସମ୍ମୁଖୀନ ହେବାକୁ ପଡିଥାଏ ।


ଏହିସବୁ କଥାକୁ ଧ୍ୟାନରେ ରଖି ବଲିଉଡରେ ଏକ ନୂଆ ଫିଲ୍ମ ଆସୁଛି, ତାର ନାମ ହେଉଛି ‘ଗୋନ କେସ’ ଅର୍ଥାତ ଚୁଟି ଚାଲିଗଲା । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଶ୍ଵେତା ତ୍ରିପାଠୀ । ଫିଲ୍ମର କାହାଣୀ ହେଉଛି ଏକ ଝିଅକୁ ଏଲୋପେଶିଆ ନାମକ ଏକ ରୋଗ ହୋଇଛି । ଏହି ରୋଗରେ ବାଳ ବହୁତ ଶୀଘ୍ର ଝଡିବାକୁ ଲାଗିଥାଏ । ଅବଶ୍ୟ ଏହା ଶରୀରକୁ କୌଣସି ହାନି ପହଞ୍ଚାଏ ନାହିଁ ।

କିନ୍ତୁ ପ୍ରଚୁର ମାତ୍ରାରେ ବାଳ ଝଡିବା ଦ୍ଵାରା ଝିଅଟି ପୁରା ପୁରି ଲଣ୍ଡା ହୋଇଯାଏ । ସେଥିପାଇଁ ତାକୁ ମାନସିକ ଦୃଷ୍ଟିରୁ ବହୁତ କିଛି ସହିବାକୁ ପଡିଥାଏ । ଯଦି କୌଣସି ଝିଅ ଲଣ୍ଡା ହୋଇଯାଏ, ତେବେ ତାକୁ ସମାଜ ଦ୍ଵାରା ଅପମାନ ଆଦି ସହିବାକୁ ପଡିଥାଏ । ଲୋକମାନେ ତାକୁ ପୂର୍ବପରି ବ୍ୟବହାର ଦେଖାଇ ନଥାନ୍ତି ।


ସମାଜ ଏହା ଭୁଲିଯାଏ କି ଝିଅ ଲଣ୍ଡା ହେବା ପଛରେ ତାର କୌଣସି ଦୋଷ ନାହିଁ । ଏହା ଏକ ରୋଗ ପାଇଁ ହୋଇଛି । ବାସ ଏହି ସନ୍ଦେଶ ଫିଲ୍ମ ମାଧ୍ୟମରେ ଲୋକମାନଙ୍କୁ ଦେବା ପାଇଁ ଚେଷ୍ଟା କରା ଯାଇଛି । ଏହି ଫିଲ୍ମ ମାଧ୍ୟମରେ ଏଲୋପେଶିଆ ନାମକ ରୋଗରୁ ସତର୍କ ରହିବା ପାଇଁ ଲୋକମାନଙ୍କୁ ଜାଗ୍ରତ କରାଯାଇଛି । ଏହି ଫିଲ୍ମ ମାର୍ଚ୍ଚ ୨୯ ତାରିଖରେ ରିଲିଜ ହେବାକୁ ଯାଉଛି ।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀଙ୍କୁ ଆପଣମାନେ ୱେବ ସିରିଜ ମିର୍ଜାପୁର, ମସାନ ଓ ହାରାମଖୋର ଆଦି ଫିଲ୍ମରେ ଦେଖିଥିବେ । ଏହି ଫିଲ୍ମଟି ଲୋକମାନଙ୍କୁ କିଛି ଶିକ୍ଷା ଦେବା ପାଇଁ ସହାୟକ ହେବ ।