ଶ୍ରୀ ରାମଙ୍କ ଶଳାକା ପ୍ରଶ୍ନବଳିରୁ ପାଆନ୍ତୁ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର, ଜାଣି ପାରିବେ ଆପଣଙ୍କ ଭବିଷ୍ୟ

ଶ୍ରୀ ରାମ ଶଳାକା : ଜୀବନରେ ଯେତେବେଳେ ଆମେ କୌଣସି କାର୍ଯ୍ୟ କରୁ ଆମ ମନରେ ପ୍ରଶ୍ନ ଆସେ କି ସେହି କାର୍ଯ୍ୟ ସଫଳ ହେବକି ନାହିଁ । ଆମେ କୌଣସି ନିଷ୍ପତି ନେବା ପାଇଁ ମଧ୍ୟ ୧୦୦ ଥର ଚିନ୍ତା କରୁ । ଥରେ ଥରେ ଆମେ ଆମ ପ୍ରଶ୍ନର ଉତ୍ତର ପାଇଯାଉ କିନ୍ତୁ ବେଳେ ବେଳେ ଆମକୁ ଠିକ ନିଷ୍ପତି ନେବାରେ ସମୟ ଲାଗିଥାଏ । ଶ୍ରୀ ରାମ ଶଳାକା ପ୍ରଶ୍ନାବଳୀର ଉଲ୍ଲେଖ ରାମାୟଣରେ ହୋଇଛି । ଏହି ପ୍ରଶ୍ନାବଳୀରୁ ଆପଣ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ସହଜରେ ପାଇପାରିବେ ।

କିପରି କାମ କରେ ଶ୍ରୀ ରାମ ଶଳାକା ପ୍ରଶ୍ନାବଳୀ

ଶ୍ରୀ ରାମ ଶଳାକା ପ୍ରଶ୍ନାବଳୀ ସାହାର୍ଯ୍ୟରେ ସହଜରେ ଆପଣ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ପାଇପାରିବେ । ଏହି ପ୍ରଶ୍ନାବଳୀ ଶ୍ରୀ ଗୋସ୍ୱାମୀଙ୍କ ଦ୍ଵାରା ଲିଖିତ ଓ ଏହା ରାମାୟଣର ନବମ ଚୌପାଈ ଉପରେ ଆଧାରିତ । ଏହି ପ୍ରଶ୍ନାବଳୀ ଏକ ପ୍ରକାର ଚାଟ ଅଟେ ଯାହା ହିନ୍ଦୀ ବର୍ଣ୍ଣମାଳାରେ ଲିଖିତ । ଏହି ଅକ୍ଷରରେ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଲୁଚି ରହିଥାଏ ।

ଯେତେବେଳେ ଆପଣ ଏହି ବର୍ଣ୍ଣମାଳାରୁ କୌଣସି ଅକ୍ଷରକୁ ଚୟନ କରନ୍ତି ତେବେ ଆପଣଙ୍କୁ ଚୌପାଈ ଅନୁସାରେ ଆପଣଙ୍କ ପ୍ରଶ୍ନର ଉତ୍ତର ମିଳିଥାଏ । ଏହି ଶଳାକା ପ୍ରଶ୍ନାବଳୀରେ ୨୨୫ଟି ଘର ରହିଛି । ଏହି ଘରେ ଥିବା ଅକ୍ଷରକୁ ଚୟନ କଲେ ୯ ଅକ୍ଷରରେ ବଦଳିଯାଏ । ଏହି ୯ ଅକ୍ଷରରୁ ଏକ ଚୌପାଈ ହୋଇଥାଏ । ଯେଉଁ ଅକ୍ଷରକୁ ଆପଣ ଚୟନ କରନ୍ତି ସେଥିରୁ ଏକ ଚୌପାଈ ଆସିଥାଏ । ସେହି ଚୌପାଈର ଅର୍ଥ ପଢି ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ ।

କଣ କଣ ଅଟେ ସେହି ୯ ଟି ଚୌପାଈ

ପ୍ରଥମ ଚୌପାଈ

ସୁନୁ ସିୟ ସତ୍ୟ ଅସୀସ ହମାରି । ପୂଜିହି ମନ କାମନା ତୁମ୍ହାରୀ ।

ଅର୍ଥ – କାର୍ଯ୍ୟ ସିଦ୍ଧି ହେବ ।

ଦ୍ଵିତୀୟ ଚୌପାଈ

ପ୍ରବିସି ନଗର କୀଜ ସବ କାଜା । ହୃଦୟ ରାଖି କୋସଲପୁର ରାଜା।

ଅର୍ଥ – ସଫଳତା ମିଳିବ ।

ତୃତୟା ଚୌପାଈ

ଉଘରେଂ ଅଂତ ନ ହୋଇ ନିବାହୂ । କାଲନେମି ଜିମି ରାବଣ ରାହୁ ।।

ଅର୍ଥ – ସଫଳତାରେ ସନ୍ଧେହ ରହିଛି ।

ଚତୁର୍ଥ ଚୌପାଈ

ବିଧି ବସ ସୁଜନ କୁସଂଗତ ପରହୀଂ। ଫନି ମନି ସମ ନିଜ ଗୁନ ଅନୁସରହୀଂ।।

ଅର୍ଥ – ସଫଳତାରେ ସନ୍ଧେହ ରହିଛି ।

ପଞ୍ଚମ ଚୌପାଈ

ମୁଦ ମଂଗଲମୟ ସଂତ ସମାଜୂ। ଜିମି ଜଗ ଜଂଗମ ତୀରଥ ରାଜୂ।।

ଅର୍ଥ – କାର୍ଯ୍ୟ ସିଧି ହେବ ।

ଷଷ୍ଠ ଚୌପାଈ

ହୋଇ ହେ ସୋଈ ଜୋ ରାମ ରଚି ରାଖା । କୋ କରି ତରକ ବଢ଼ାବହିଂ ସାଷା।।

ଅର୍ଥ – ସନ୍ଧେହ ରହିଛି, କାର୍ଯ୍ୟ ସିଦ୍ଧି ହେବ ।

ସପ୍ତମ ଚୌପାଈ

ଗରଲ ସୁଧା ରିପୁ କରୟ ମିତାଈ। ଗୋପଦ ସିଂଧୁ ଅନଲ ସିତଲାଈ।।

ଅର୍ଥ – କାର୍ଯ୍ୟ ସଫଳ ହେବ ।

ଅଷ୍ଟମ ଚୌପାଈ

ବରୁନ କୁବେର ସୁରେସ ସମୀରା । ରନ ସନମୁଖ ଧରି କାହ ନ ଧୀରା ।।

ଅର୍ଥ – ସନ୍ଧେହ ରହିଛି ।

ନବମ ଚୌପାଈ

ସୁଫଲ ମନୋରଥ ହୋହୁଁ ତୁମ୍ହାରେ। ରାମ ଲଖନୁ ସୁନି ଭଏ ସୁଖାରେ ।।

ଅର୍ଥ – କାର୍ଯ୍ୟ ସଫଳ ହେବ ।

ଏହି ପରି ଭାବରେ ଆପଣ ଜାଣିପାରିବେ ଆପଣଙ୍କ ପ୍ରଶ୍ନର ଉତ୍ତର ।