ଆଖିର ଦୃଷ୍ଟିଶକ୍ତି ଏତେ ବଢିବ କି ଚଷମା ପିନ୍ଧୁଥିଲେ ବି ଦରକାର ହେବ ନାହିଁ

ସାଧାରଣତଃ ଅଧିକାଂଶ ଲୋକମାନଙ୍କର ଆଖିର ଦୃଷ୍ଟି ଶକ୍ତି ବହୁତ ଶୀଘ୍ର କମ ହୋଇଯାଇଥାଏ, ଯାହାଫଳରେ ଠିକ ସେ କିଛି ଦେଖାଯାଇ ନଥାଏ । ସେଥିପାଇଁ ଅଧିକାଂଶ ଲୋକ ଚଷମାର ସାହାରା ନେଇଥାନ୍ତି । ଆଖିର ଏହି ସବୁ ଅସୁବିଧା ବର୍ତ୍ତମାନ ସମୟର ଖାଦ୍ୟ ପେୟ, ଇଲେକ୍ଟ୍ରିକାଲ ଜିନିଷର ଅଧିକ ବ୍ୟବହାର ଓ ଶରୀରରେ ପୋଷଣର ଅଭାବ ହେତୁ ହୋଇଥାଏ । ଆମ୍ଭେମାନେ ଯେପରି ଶରୀରକୁ ସବୁବେଳେ ପରିଷ୍କାର ରଖିଥାଉ ଠିକ ସେମିତି ଆଖିର ଯତ୍ନ ନେବା ଉଚିତ । ତେବେ ଆସନ୍ତୁ ଜାଣିବା ଆଖିର ଦୁର୍ବଳତା ବିଷୟରେ ।

ଆଖିରେ ଦୂର ଦୃଷ୍ଟି ଓ ପାଖ ଦୃଷ୍ଟି ଦୋଷରେ ଠିକ ସେ ଦେଖା ନଯିବା, ମୁଣ୍ଡ ସହ ଆଖି ଭାରି ଲାଗିବା, ଆଖିରୁ ପାଣି ଆସିବା, ରାତିରେ ଠିକ ସେ ଦେଖା ନଯିବା ଓ ବିନା ଚଷମାରେ ସ୍ପଷ୍ଟ ଦେଖା ନଯିବା ଆଦି ଅସୁବିଧା ଆଖିର ଦୁର୍ବଳତା ପାଇଁ ହୋଇଥାଏ । ଚଷମା ଛଡା ନିଜର ବ୍ୟକ୍ତିଗତ ଜୀବନରେ କିଛି ପରିବର୍ତ୍ତନ ଆଣିଲେ ଓ ପ୍ରାକୃତିକ ଜିନିଷ ଖାଇଲେ ଆପଣଙ୍କର ଆଖି ଧୀରେ ଧୀରେ ଠିକ ହେଇଯିବ ।

ସାଧାରଣତଃ ବହୁତ ଲୋକ ଏହି ସବୁ ଅସୁବିଧା ପାଇଁ ଆଜୀବନ ଚଷମା ପିନ୍ଧିଥାନ୍ତି ବା କଣ୍ଟାକ୍ଟ ଲେନ୍ସର ବ୍ୟବହାର କରିଥାନ୍ତି । ତେଣୁ ଯେତେ ଶୀଘ୍ର ଆପଣ ନିଜର ଜୀବନ ଶୈଳୀକୁ ପରିବର୍ତ୍ତନ କରିବେ ଆପଣଙ୍କ ଆଖି ସେତେ ଶୀଘ୍ର ଠିକ ହେଇଯିବ । ତେବେ ଆସନ୍ତୁ ଜାଣିବା ଆଖିକୁ ସୁସ୍ଥ ରଖିବା ପାଇଁ କିଛି ସହଜ ଉପାୟ ବିଷୟରେ ।

୧. ଆଖିକୁ ସୁସ୍ଥ ରଖିବା ପାଇଁ ଆପଣ ପାନ ମାଧୁରୀକୁ ପାଣିରେ ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଏହା ପରେ କାକୁଡି ସହ ଏହାକୁ ଭଲ ଭାବରେ ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ । ଏହି ପେଷ୍ଟକୁ ନିଜ ଆଖି ଉପରେ ୩୦ ରୁ ୪୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ।

ଯଦି ଆପଣ ଅଧିକ ଟିଭି ଦେଖନ୍ତି ବା କମ୍ପୁଟରରେ କାମ କରନ୍ତି ତେବେ ଏହି ପେଷ୍ଟକୁ ଫ୍ରିଜରେ ରଖି ଥଣ୍ଡା କରିଦିଅନ୍ତୁ । ଏହାକୁ ଆଖିରେ ଲଗାଇଲେ ଆଖିରେ ଅଧିକ ପ୍ରଭାବ ପଡିବ, ଯାହା ଦ୍ଵାରା ଆଖି ସୁସ୍ଥ ରହିବ । ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରନ୍ତୁ ।

୨. ବାଦାମ ବା ଜଡା ତେଲ ଦ୍ଵାରା ଆଖିର ମସାଜ୍ କରିବା ଉଚିତ । ଏହି ମସାଜ୍ କୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ କରନ୍ତୁ ଏହା ଦ୍ଵାରା ଆଖିରେ ବ୍ଲଡ଼ ସର୍କୁଲେସନ ଭଲ ହୋଇଥାଏ ଓ ଆଖିର ଦୃଷ୍ଟି ଶକ୍ତି ପୂର୍ବ ଅପେକ୍ଷା ବଢି ଯାଇଥାଏ । ଯେଉଁ ଲୋକମାନଙ୍କର ଆଖି ଉପରେ କଳା ଦାଗ ଅଛି ସେମାନେ ଏହି ଉପାୟ ଦ୍ଵାରା ଏହାକୁ ଦୂର କରିପାରିବେ ।

୩. ଯେଉଁ ଲୋକମାନଙ୍କର ଆଖି ଦୁର୍ବଳ ହୋଇଯାଇଛି ସେହି ଲୋକମାନଙ୍କୁ ନିଜ ପେଟ ସଫା ରଖିବା ଉଚିତ । ନିଜ ଖାଦ୍ୟରେ ସଲାଡ ସାମିଲ କରନ୍ତୁ ଓ ଅମୃତ ଭଣ୍ଡା ସହ ସବୁଜ ପନିପରିବାର ସେବନ ପ୍ରତିଦିନ କରନ୍ତୁ । ଏହା ଦ୍ଵାରା ଆଖିରେ ପୋଷଣର ମାତ୍ରା ଠିକ ରହିବ ।

ଏହି ସବୁ ଉପାୟକୁ ଭଲ ଭାବରେ ବ୍ୟବହାର କରିଲେ ଆପଣଙ୍କ ଆଖି ବହୁତ ଶୀଘ୍ର ଭଲ ହେଇଯିବ ଓ ଆପଣ ବିନା ଚଷମା ଓ ଲେନ୍ସରେ ସ୍ପଷ୍ଟ ଦେଖିପାରିବେ ।