ସନ୍ୟାସ ନେବା ପରେ ଇରଫାନ ପଠାନ ନିଜର ସ୍ଵିଙ୍ଗ ଓ ଗ୍ରେଗ ଚ୍ୟାପଲକୁ ନେଇ କହିଲେ ଏହି ବଡ କଥା

ପୂର୍ବ ଭାରତୀୟ ବୋଲର ଇରଫାନ ପଠନ ରବିବାର ଦିନ କହିଲେ କି ତାଙ୍କର ପୂର୍ବଭଳି ସବୁବେଳେ ସ୍ଵିଙ୍ଗ ରହିଛି ଓ ତାଙ୍କର ଖରାପ ପ୍ରଦର୍ଶନ ପାଇଁ ତତ୍କାଳୀନ କୋଚ ଗ୍ରେଗ ଚ୍ୟାପଲଙ୍କୁ ଦୋଷ ଦେବା ଏହି ସବୁ ଜିନିଷ କେବଳ ମୁଦ୍ଦାରୁ ହଟାଇବା ମାତ୍ର ଥିଲା । ୩୫ ବର୍ଷର ଇରଫାନ ପଠାନ ଶନିବାର ଦିନ କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ସନ୍ୟାସ ନେବା ପାଇଁ ଘୋଷଣା କରି କହିଲେ କି, ‘ପ୍ରାୟତଃ ଖେଳାଳି ଭାରତୀୟ ଟିମ ସହିତ ନିଜର କ୍ୟାରିୟର ୨୭-୨୮ ବର୍ଷରେ ଆରମ୍ଭ କରିଥାନ୍ତି ।

କିନ୍ତୁ ମୁଁ ଏହି ବୟସରେ ନିଜର ଶେଷ ମ୍ୟାଚ ଖେଳିଥିଲି ।‘ କହିବାକୁ ଗଲେ ପଠାନ ସେତେବେଳେ ୨୭ ବର୍ଷରେ ଥିଲେ ଯେତେବେଳେ ସେ ୨୦୧୨ରେ ନିଜର ଶେଷ ମ୍ୟାଚ ଖେଳିଥିଲେ । ଏହା ସେହି ସମୟ ଥିଲା ଯେତେ ବେଳେ ବାମ ହାତ ବୋଲର ର ୩ଟି ଫର୍ମାଟରେ ଖେଳିବାକୁ ନେଇ ପ୍ରଶ୍ନ ଉଠିଥିଲା ।

ଇରଫାନ ପଠାନ ଗୋଟିଏ ଇଣ୍ଟରଭିୟୁରେ କହିଲେ କି, ‘ଏହି ପ୍ରକାରର ସବୁ କଥା… ଲୋକମାନଙ୍କର ଗ୍ରେଗ ଚ୍ୟାପଲଙ୍କୁ ନେଇ କଥା, ଏହି ସବୁ ଜିନିଷ ମୁଦ୍ଦାରୁ ହଟାଇବା ମାତ୍ର ଥିଲା । ଏହିଭଳି କଥା ବି ସାମ୍ନାକୁ ଆସିଲା କି ଇରଫାନ ଆଉ ଇଚ୍ଛା ଦେଖାଉ ନାହାନ୍ତି ,ସେ ଏକ ପରିସ୍ଥିତି ପ୍ରସ୍ତୁତ କରିଦେଲେ କି ଇରଫାନଙ୍କର ସ୍ଵିଙ୍ଗ ପୂର୍ବ ଭଳି ଆଉ ନାହିଁ । କିନ୍ତୁ ଲୋକମାନଙ୍କୁ ଏହା ବୁଝିବା ଉଚିତ କି ପୁରା ମ୍ୟାଚରେ ଆପଣଙ୍କୁ ସେହିଭଳି ସ୍ଵିଙ୍ଗ ମିଳିବ ନାହିଁ ଯେମିତି ପ୍ରଥମ ଦଶ ଓଭରରେ ମିଳିଥାଏ । ମୁଁ ବର୍ତ୍ତମାନ ବି ବଲ କୁ ସ୍ଵିଙ୍ଗ କରିବାରେ ସକ୍ଷମ ଅଛି ।‘

ସେ ଆଗକୁ କହିଲେ କି, ଲୋକମାନେ ମୋର ପ୍ରଦର୍ଶନକୁ ନେଇ ବହୁତ କଥା କହିଥିଲେ, କିନ୍ତୁ ମୋର କାମ ଭିନ୍ନ ପ୍ରକାରର ଥିଲା । ମୋତେ ରନ ଉପରେ ଅଙ୍କୁଶ ଲଗାଇବାର କାମ ଦିଆ ଯାଇଥିଲା, କାରଣ ମୁଁ ପ୍ରଥମେ ଚଞ୍ଜେସ ରୂପରେ ଆସୁଥିଲି । ମୋର ମନେ ଅଛି କି ଶ୍ରୀଲଙ୍କାରେ ୨୦୦୮ରେ ମ୍ୟାଚ ଜିତିବା ପରେ ମୋତେ ଟିମରୁ ବାହାର କରି ଦିଆଯାଇଥିଲା ।

କେତେକ ପୂର୍ବ ଖେଳାଳିମାନଙ୍କର ମାନିବା ଅଟେ କି ପଠାନ ବହୁତ ସମୟ ପର୍ଯ୍ୟନ୍ତ ଖେଳି ପାରିଥାନ୍ତେ କିନ୍ତୁ ନିଜର ଆଘାତ କାରଣରୁ ସେ ନିଜର ଅସଲ ପ୍ରତିଭାକୁ ଖୋଲି କରି ପ୍ରଦର୍ଶନ କରି ପାରିଲେ ନାହିଁ । ପୁଣି ଥରେ IPL ୨୦୦୮ ପରେ ପଠାନ ସମସ୍ତ ୩ ଟି ଫର୍ମାଟରେ ଖେଳିବା ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଏହି ଅଲରାଉଣ୍ଡର ଜଣକ କହିଲେ କି ଏହିଭଳି କୌଣସି କଥା ନ ଥିଲା ।

ସେ କହିଲେ କି ମୁଁ ସବୁବେଳେ ୩ଟି ଫର୍ମାଟରେ ଖେଲିବାକୁ ଚାହୁଁଥିଲି । ମୁଁ ୨୦୦୯-୧୦ରେ ପିଠି ଦରଜରେ ଚିନ୍ତିତ ଥିଲି । କିନ୍ତୁ ତଥାପି ମୁଁ ଖେଳିବାକୁ ଚାହୁଁଥିଲି । ପିଠିରେ କଷ୍ଟ ହେଉଥିଲା ତଥାପି ମୁଁ ରଣଜୀ ଟ୍ରଫୀ ଖେଳିବା ବନ୍ଦ କରି ନ ଥିଲି । ଏହା ପରେ ଇରଫାନ ପଠାନ ନିଜର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଓ ଅନିଲ କୁମ୍ବେଲଙ୍କ ପ୍ରଶଂସା କରିଲେ ।