ହାଡଭଙ୍ଗା ଶୀତରେ ୧୨ କିଲୋମିଟର ଚାଲି ସିଆରପିଏଫ ର ଯବାନମାନେ ଭୋକିଲା ପିଲାମାନଙ୍କ ପାଖରେ ପହଞ୍ଚାଇଲେ ଖାଦ୍ୟ

ଜାମ୍ମୁ କାଶ୍ମୀର ରାମବନ ନିକଟରେ ରାଷ୍ଟ୍ରୀୟ ରାଜମାର୍ଗରେ ଲ୍ୟାଣ୍ଡସ୍ଲାଇଡ ରେ ଫସି ରହିଥିବା ଗୋଟେ ପରିବାରର ସଦସ୍ୟଙ୍କ ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ଯବାନ ଭଗବାନଙ୍କ ରୂପରେ ପହଞ୍ଚିଲେ । ବହୁତ ଶୀତରେ ୧୨ କିଲୋମିଟର ଯାଏ ଗାଡିର ଲମ୍ବା ଲାଇନ ମଧ୍ୟରେ ଫସି ରହିଥିବା ଭୋକିଲା ପିଲାମାନଙ୍କ ପାଇଁ ସିଆରପିଏଫର ଯବାନମାନେ ଖାଇବା ପିଇବାର ଜିନିଷ ଓ କ୍ଷୀର ପହଞ୍ଚାଇଥିଲେ ।

ସିଆରପିଏଫର ଯବାନମାନେ ବହୁତ ଶୀତରେ ୧୨ କିଲୋମିଟର ର ପାହାଡି ରାସ୍ତା ଦେଇ ଚାଲି ଚାଲି ଆସି ସାହାଯ୍ୟ କରିଥିଲେ । ଏହା ଏକ ମହତ୍ତ୍ୱପୂର୍ଣ୍ଣ କଥା ଅଟେ । ସିଆରପିଏଫ ବଟାଲିୟନର ୮୪ ନମ୍ବରର ବଟାଲିୟନର କମାଂଡୋ ଡି ପି ୟାଦବ ଏକ ଇଣ୍ଟଭ୍ୟୁରେ କହିଲେ କି ଜାମ୍ମୁର ଶ୍ରୀନଗର ରାଜମାର୍ଗରେ ରାମବନ ର ଡିଗଡୋଲ ଅଞ୍ଚଳରେ ଫସିଥିବା ଆସିଫା ଭୋକିଲା ପିଲାମାନଙ୍କର ଖାଇବା ପାଇଁ ସିଆରପିଏଫଙ୍କୁ ସାହାଯ୍ୟ ମାଗିଥିଲେ ।

ଆସିଫାଙ୍କ ପରିବାର ଲୋକମାନେ ସିଆରପିଏଫର ହେଲ୍ପଲାଇନ ନମ୍ବରରେ ଫୋନ କରିଥିଲେ । ଏହା ପରେ ହେଲ୍ପଲାଇନ ତରଫରୁ ୮୪ ବଟାଲିୟନଙ୍କୁ ସେହି ପରିବାରର ସାହାଯ୍ୟ ପାଇଁ ପଠାଇଥିଲେ । ଏହି ଟୀମରେ ଇନ୍ସପେକ୍ଟର ରଘୁବୀରଙ୍କ ସହ ସିଆରପିଏଫର ଯବାନମାନେ ପରିବାରର ପିଲା ଓ ବାକି ସଦସ୍ୟଙ୍କ ପାଇଁ କ୍ଷୀର ଓ ଖାଇବା ନେଇ ପହଁଚିଥିଲେ ।

ଇଣ୍ଟଭ୍ୟୁରେ ସିଆରପିଏଫର କମାଂଡୋ କହିଥିଲେ କି ଲ୍ୟାଣ୍ଡସ୍ଲାଇଡ ପାଇଁ ଟ୍ରାଫିକ ଜାମ ହୋଇଯାଇଥିବାରୁ ଗାଡିରେ କୌଣସି ପରିବାର ପାଖରେ ପହଁଚି ପାରୁନଥିଲେ । ସେଥିପାଇଁ ଏହି ସିଆରପିଏଫ ଯବାନମାନେ ବହୁତ ଶୀତରେ ୧୨ କିଲୋମିଟର ରାସ୍ତା ଚାଲି ବହୁତ କଷ୍ଟରେ ପରିବାରଙ୍କ ପାଖରେ ପହଞ୍ଚିଥିଲେ । ଏହା ପରେ ସିଆରପିଏଫର ଯବାନ ପିଲାମାନଙ୍କୁ କ୍ଷୀର ଓ ଖାଇବାକୁ ଦେଲେ । ହେଲ୍ପ ଲାଇନରୁ ଆସିଥିବା ଏହି ସିଆରପିଏଫ ଯବାନଙ୍କୁ ଆସିଫାଙ୍କର ପରିବାର ଲୋକ ଧନ୍ୟବାଦ ଜଣାଇଥିଲେ ।

ରାମବନ ଜିଲ୍ଲାର ଡିଗଡୋଲ ଓ ଚନ୍ଦ୍ରାକୋଟ ଅଞ୍ଚଳରେ ବହୁତ ମାତ୍ରାରେ ଲ୍ୟାଣ୍ଡସ୍ଲାଇଡ ହେବା କାରଣରୁ ନ୍ୟାକ୍ସନାଲ ହାଇୱେ ବୁଧବାର ଦିନ ବନ୍ଦ କରାଯାଇଥିଲା । ଲ୍ୟାଣ୍ଡସ୍ଲାଇଡ ପାଇଁ ବହୁତ ମାତ୍ରାରେ ପଥର ପଡୁଥିଲା । ଯାହାଦ୍ଵାରା ହାଇୱେ ରୁ ପଥର ଉଠାଇବା ପାଇଁ କର୍ମଚାରୀମାନଙ୍କୁ ବହୁତ ଅସୁବିଧା ହେଲା । ରବିବାର ଦିନ ସକାଳୁ ହାଇୱେ ର ଗୋଟେ ପଟ ରାସ୍ତା ଖୋଲି ଦିଆଗଲା ।